close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବିବାଦରେ ଫସିଥିବା ଫିଲ୍ମ 'ବାଲା'ର ରିଲିଜ ଡେଟ ଘୋଷଣା କଲେ ଆୟୁଷ୍ମାନ

ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ବାଲା ଓ ସନ୍ନି ସିଂଙ୍କ ଅଭିନୀତ ଫିଲ୍ମ ଉଡଜା ଚମନ କିଛି ଦିନ ହେବ ଖୁବ ଚର୍ଚ୍ଚାରେ ଥିଲା । ଦୁଇଟି ଯାକ ଫିଲ୍ମର କନସେପ୍ଟ ଗୋଟିଏ ପ୍ରକାରର ଥିବାରୁ ଫିଲ୍ମର ରିଲିଜ ଡେଟକୁ ନେଇ ଚାଲିଥିଲା ଶୀତଳ ଯୁଦ୍ଧ । ଏପରିକି କଥା ଯାଇ ସୁପ୍ରିମ କୋର୍ଟରେ ମଧ୍ୟ ଉଠିଥିଲା । କିନ୍ତୁ ବର୍ତ୍ତମାନ ଆୟୁଷ୍ମାନ ଖୁରାନା ବାଲା ଫିଲ୍ମର ରିଲିଜ ଡେଟ ଘୋଷଣା କରିଛନ୍ତି । 

ବିବାଦରେ ଫସିଥିବା ଫିଲ୍ମ 'ବାଲା'ର ରିଲିଜ ଡେଟ ଘୋଷଣା କଲେ ଆୟୁଷ୍ମାନ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ବାଲା ଓ ସନ୍ନି ସିଂଙ୍କ ଅଭିନୀତ ଫିଲ୍ମ ଉଡଜା ଚମନ କିଛି ଦିନ ହେବ ଖୁବ ଚର୍ଚ୍ଚାରେ ଥିଲା । ଦୁଇଟି ଯାକ ଫିଲ୍ମର କନସେପ୍ଟ ଗୋଟିଏ ପ୍ରକାରର ଥିବାରୁ ଫିଲ୍ମର ରିଲିଜ ଡେଟକୁ ନେଇ ଚାଲିଥିଲା ଶୀତଳ ଯୁଦ୍ଧ । ଏପରିକି କଥା ଯାଇ ସୁପ୍ରିମ କୋର୍ଟରେ ମଧ୍ୟ ଉଠିଥିଲା । କିନ୍ତୁ ବର୍ତ୍ତମାନ ଆୟୁଷ୍ମାନ ଖୁରାନା ବାଲା ଫିଲ୍ମର ରିଲିଜ ଡେଟ ଘୋଷଣା କରିଛନ୍ତି । 

ଫିଲ୍ମର ମାମଲା ସୁପ୍ରିମକୋର୍ଟରେ ଚାଲୁଥିବାରୁ ରିଲିଜ ଡେଟକୁ ନେଇ ଦର୍ଶକ ଅପେକ୍ଷା କରି ବସିଥିଲେ । ଆଉ ସମସ୍ତ ଦର୍ଶକଙ୍କ ପ୍ରତୀକ୍ଷାର ଅନ୍ତ ଘଟାଇ ଆୟୁଷ୍ମାନ ଇନଷ୍ଟାଗ୍ରାମରେ ଫିଲ୍ମର ରିଲିଜ ଡେଟ ଘୋଷଣା କରିଛନ୍ତି । ସମମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହିତ ସେ ଲେଖିଛନ୍ତି ଖୁବଶୀଘ୍ର ବଡ଼ ପରଦାକୁ ଫିଲ୍ମଟି ଆସୁଛି । ଆଉ ଏହି ନଭେମ୍ୱର ୭ ତାରିଖରେ ହିଁ ଫିଲ୍ମ ରିଲିଜ ହେବ । ଆଉ ଏହି ଫିଲ୍ମଟି ସୁନିଶ୍ଚିତ ସମସ୍ତଙ୍କ ମନ ଜିତିବ ବୋଲି କହିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା ।

ପୂର୍ବରୁ ବାଲାର ରିଲିଜ ଡେଟ ନଭେମ୍ୱର ୭ ତାରିଖ ବୋଲି ନିର୍ଦ୍ଧାରିତ ହୋଇଥିବାବେଳେ ଉଡଜା ଚମନ ନଭେମ୍ୱର ୮ ତାରିଖରେ ରିଲିଜ ହେବାକୁ ଘୋଷଣା କରାଯାଇଥିଲା । ହେଲେ କନସେପ୍ଚ ସମାନ ଥିବାରୁ କପିରାଇଟ୍ସର ଅଭିଯୋଗ ଲଗାଇଥିଲେ ଉଡଜା ଚମନର ନିର୍ମାତା । ଆଉ ସେହି କାରଣରୁ ଫିଲ୍ମଟିକୁ ନଭେମ୍ୱର ୧ ତାରିଖରେ ରିଲିଜ କରିବାକୁ ନିଷ୍ପତ୍ତି ହୋଇଥିବା ଚର୍ଚ୍ଚା ଚାଲିଥିଲା । ହେଲେ ସମସ୍ତ ଚର୍ଚ୍ଚାକୁ ଫର୍ଚ୍ଚା କରି ଆୟୁଷ୍ମାନ ଫିଲ୍ମର ରିଲିଜ ଡେଟ ଘୋଷଣା କରିଛନ୍ତି । ଆଉ ଫିଲ୍ମ ବାଲା ହଲରେ ନଭେମ୍ୱର ୭ ତାରିଖରେ ହିଁ ରିଲିଜ ହେବ ।