ଜେଣ୍ଟଲମ୍ୟାନର ଡେଫିନେସ ଦେଲେ ଆୟୁଷ୍ମାନ, ଭାଇରାଲ ହେଲା ଏହି ଭିଡିଓ
ବଲିଉଡର ଆଗ ଧାଡ଼ିର ଅଭିନେତାଙ୍କ ମଧ୍ୟରେ ଆୟୁଷ୍ମାନ ଖୁରାନା ହେଉଛନ୍ତି ଅନ୍ୟତମ । ଦର୍ଶକଙ୍କ ପସନ୍ଦ ଥିବା ଆୟୁଷ୍ମାନ ସବୁବେଳେ ତାଙ୍କ ଫିଲ୍ମରେ ସମାଜରେ ଥିବା କିଛି ଖରାପ ବ୍ୟବସ୍ଥା ଉପରେ ପ୍ରହାର କରିଥାନ୍ତି । ଏବେ ସେ ଏକ କବିତା ମାଧ୍ୟମରେ ଜେଣ୍ଟଲମ୍ୟାନ କାହାକୁ କୁହନ୍ତି ସେ ନେଇ ସୂଚନା ଦେଇଛନ୍ତି ।
Trending Photos

ସୂଚିତ୍ରା ସେଣ୍ଡ୍, ନୂଆଦିଲ୍ଲୀ: ବଲିଉଡର ଆଗ ଧାଡ଼ିର ଅଭିନେତାଙ୍କ ମଧ୍ୟରେ ଆୟୁଷ୍ମାନ ଖୁରାନା ହେଉଛନ୍ତି ଅନ୍ୟତମ । ଦର୍ଶକଙ୍କ ପସନ୍ଦ ଥିବା ଆୟୁଷ୍ମାନ ସବୁବେଳେ ତାଙ୍କ ଫିଲ୍ମରେ ସମାଜରେ ଥିବା କିଛି ଖରାପ ବ୍ୟବସ୍ଥା ଉପରେ ପ୍ରହାର କରିଥାନ୍ତି । ଏବେ ସେ ଏକ କବିତା ମାଧ୍ୟମରେ ଜେଣ୍ଟଲମ୍ୟାନ କାହାକୁ କୁହନ୍ତି ସେ ନେଇ ସୂଚନା ଦେଇଛନ୍ତି ।
କିଛି ଦିନ ହେବ ବଲିଉଡ ଷ୍ଟାର ଆୟୁଷ୍ମାନ ଖୁରାନା ଫିଲ୍ମ 'ବାଲା'କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସମାଜରୁ କୁପ୍ରଥା ଲୋପ କରିବାକୁ ଫିଲ୍ମ ମାଧ୍ୟରେ ଦର୍ଶାଇଥାନ୍ତି ସେ । ଏହି ଚେଷ୍ଟା ତାଙ୍କର ଜାରି ରଖିଛନ୍ତି । ସେ ଏକ କବିତା ମାଧ୍ୟମରେ ଅତି ସୁନ୍ଦର ଭାବେ ଜେଣ୍ଟଲମ୍ୟାନର ଡେଫିନେସନ ବୁଝାଇଛନ୍ତି । ୟୁଟ୍ୟୁବ ଜରିଆରେ ସାମ୍ନାକୁ ଆସିଥିବା ଏହି ଭିଡିଓ ଲୋକଙ୍କୁ ଖୁବ ପସନ୍ଦ ଆସିଛି । ଏହି କବିତା ମାଧ୍ୟମରେ ପୁଣି ଥରେ ସେ ଲୋକଙ୍କ ହୃଦୟରେ ଘର କରିଛନ୍ତି ।
ଏହି ଭିଡିଓରେ ସେ ପଢୁଥିବା ଲମ୍ୱା କବିତାକୁ ଲେଖିଛନ୍ତି ଗୌରବ ସୋଲଙ୍କି । କବିତାର ପ୍ରତିଟି ଶବ୍ଦରେ ଗୁନ୍ଥା ହୋଇଛି ପୁରୁଷଙ୍କ ଆତ୍ମ ଭାବନା । ପୁରୁଷଙ୍କ ଉପରେ ଥିବା ଦାୟିତ୍ୱ ମଧ୍ୟ ସରଳ ଭାଷାରେ ବୁଝାଯାଇଛି । ମହିଳାଙ୍କ ପରି କାନ୍ଦିବା ଓ ଦୁଃଖ ବୁଝିବା ଭଳି ସମ୍ୱେଦନଶୀଳ ଶକ୍ତିକୁ ପୁରୁଷମାନେ ମଧ୍ୟ ବ୍ୟକ୍ତ କରିପାରିବେ ବୋଲି ଆୟୁଷ୍ମାନ କବିତା ମାଧ୍ୟମରେ କହିଛନ୍ତି ।
More Stories