ରାନୁଠୁ ନେଇ ଐଶର୍ଯ୍ୟା ଯାଏ... ଏହି ବଲିଉଡ ନାୟିକାମାନେ ନିଜ ମେକଅପ ପାଇଁ ହୋଇଛନ୍ତି ଟ୍ରୋଲ
Advertisement

ରାନୁଠୁ ନେଇ ଐଶର୍ଯ୍ୟା ଯାଏ... ଏହି ବଲିଉଡ ନାୟିକାମାନେ ନିଜ ମେକଅପ ପାଇଁ ହୋଇଛନ୍ତି ଟ୍ରୋଲ

ମେକଅପକୁ ନେଇ ଜବରଦସ୍ତ ଟ୍ରୋଲ ହୋଇଥିବା ନାୟିକାଙ୍କ ସେହି ଲୁକ ଦେଖନ୍ତୁ

ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ନିଜର ଆଉଟଫିଟ ଓ ମେକଅପକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବଲିଉଡର ନାୟକ ଓ ନାୟିକାମାନେ । ସୁନ୍ଦର ଏବଂ ହଟ ଅନ୍ଦାଜ ପାଇଁ ସେଲିବ୍ରିଟି ମାନେ ପ୍ରସଂଶା ସାଉଁଟୁ ଥିବାବେଳେ ଖରାପ ମେକଅପ ଓ ଅତ୍ୟଧିକ ମେକଅପ ପାଇଁ ଟ୍ରୋଲର ମଧ୍ୟ ଶିକାର ହୁଅନ୍ତି ।

ତେବେ ଏପରି କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନେ ନିଜର ଭୟାନକ ମେକଅପ ପାଇଁ ସେସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି ।

ଐଶର୍ଯ୍ୟା ରାୟ ବଚ୍ଚନ

ନୀଳନୟନା ଭାବେ ପରିଚିତ ଥିବା ବିଶ୍ୱସୁନ୍ଦରୀ ଐଶର୍ଯ୍ୟା ମଧ୍ୟ ନିଜର ଭୟାନକ ମେକଅପ ପାଇଁ ଖୁବ ଟ୍ରୋଲର ଶିକାର ହୋଇଛନ୍ତି । ନିଜର ଆଉଟ ଫିଟକୁ ନେଇ ଏକ୍ସପେରିମେଣ୍ଟ କରୁଥିବା ନୀଳନୟନା ଓଠରେ ବାଇଗଣୀ ରଙ୍ଗର ଲିପ କଲର ଲଗାଇ ଜବରଦସ୍ତ ଟ୍ରୋଲର ଶିକାର ହୋଇଛନ୍ତି । fallback

ରାନୁ ମଣ୍ଡଳ

ରେଳ ଷ୍ଟେସନରୁ ସିଧା ବଲିଉଡ ଷ୍ଟାର ବନିଥିବା ରାନୁ ମଣ୍ଡଳ ମଧ୍ୟ ନିଜର ମେକଅପକୁ ନେଇ ସୋସିଆଲ ମିଡିଆରେ ଖୁବ ଟ୍ରୋଲର ଶିକାର ହୋଇଛନ୍ତି । ନିକଟରେ ଏକ ରାମ୍ପ ସୋରେ ଚାଲିବା ପାଇଁ ରାନୁ ନେଇଥିଲେ ମେକଅପ । ଆଉ ସେହି ଲୁକର ଫଟୋ ରିଲିଜ ହେବା ପରେ ଖୁବ ଟ୍ରୋଲର ଶିକାର ହୋଇଥିଲେ ରାନୁ ।

fallback

ପ୍ରିୟଙ୍କା ଚୋପ୍ରା

ଦ ସ୍କାଏ ଇଜ ପିଙ୍କର ହିରୋଇନ ନିଜର ଲୁକକୁ ନେଇ ଏକ୍ସପେରିମେଣ୍ଟ କରିବାରେ କେବେ ପଛଘୁଞ୍ଝା ଦିଅନ୍ତି ନାହିଁ । ଆଉ ସବୁବେଳେ ଏକ୍ସଟ୍ରାଅଡିନାରୀ ରହିବା ପାଇଁ ଚେଷ୍ଟା କରନ୍ତି । ଆଉ ମେଟା ଗାଲ ଫିଲ୍ମ ଫେସଟିଭାଲ ପାଇଁ ନେଇଥିବା ମେକଅପ ଦେଖି ସମସ୍ତଙ୍କ ହୋସ ଉଡିଯାଇଥିଲା । ଆଉ ଏହି ଅଦ୍ଭୁଦପୂର୍ଣ୍ଣ ମେକଅପ ପାଇଁ ଜବରଦସ୍ତ ଟ୍ରୋଲର ଶିକାର ହୋଇଥିଲେ ପ୍ରିୟଙ୍କା

fallback

କଙ୍ଗନା ରନାୱତ

ବଲିଉଡର କୁଇନ ନାମରେ ପରିଚିତ ଥିବା କଙ୍ଗନାଙ୍କୁ ମଧ୍ୟ ନିଜର ମେକଅପ ପାଇଁ ଖୁବ ଟ୍ରୋଲର ଶିକାର ହେବାକୁ ପଡିଛି । ଏମିତିରେ ତ ନିଜର ବାକବାଣ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି କଙ୍ଗନା ହେଲେ ତାଙ୍କର ଏହି ଲୁକ୍ ପାଇଁ ସେ ଖୁବ ଟ୍ରୋଲର ଶିକାର ହୋଇଛନ୍ତି

fallback