ପ୍ରାୟ ୨ ମାସ ଧରି ବନ୍ଦ ରହିବା ପରେ ଜୁନ ୮ ତାରିଖ ସୋମବାରଠୁ ଖୋଲିଛି ବାବା ମହାକାଳେଶ୍ୱରଙ୍କ ଦ୍ୱାର |
Trending Photos
)
ଭୋପାଳ: ପ୍ରାୟ ଦୁଇ ମାସ ଧରି ବନ୍ଦ ରହିବା ଜୁନ ୮ ତାରିଖ ସୋମବାରଠୁ ଖୋଲିଛି ଦେଶର ଅନ୍ୟତମ ଜଣାଶୁଣା ଶୈବକ୍ଷେତ୍ର ବାବା ମହାକାଳେଶ୍ୱରଙ୍କ ଦ୍ୱାର | ଗତକାଲି ବିଲମ୍ୱିତ ରାତି ୪ଟାରୁ ମନ୍ଦିରରେ ଏହି ମନ୍ଦିରରେ ବାବାଙ୍କ ଭସ୍ମ ଆରତୀ ହେବା ପରେ ପ୍ରଥମ ଦର୍ଶନ ସକାଳ ୮ଟାରେ ଅନୁଷ୍ଠିତ ହୋଇଥିଲେ | ଆରତୀ ସମୟରେ ମନ୍ଦିର ପରିସର ସମ୍ପୂର୍ଣ୍ଣ ଖାଲି ପଡିଥିଲା |
ମଧ୍ୟପ୍ରଦେଶର ଉଜ୍ୱୈନ ଜିଲ୍ଲାରେ ଅବସ୍ଥିତ ବାବା ମହାକାଳେଶ୍ୱରଙ୍କ ମନ୍ଦିରରେ ଦର୍ଶନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି | ପୂର୍ବ ଭଳି ଶ୍ରଦ୍ଧାଳୁ ଏଣିକି ସିଧାସଳଖ ଦର୍ଶନ କରିପାରିବେ ନାହିଁ | ଏଥିପାଇଁ ସେମାନଙ୍କୁ ଗୋଟିଏ ଦିନ ପୂର୍ବରୁ ପ୍ରି ବୁକିଂ କରିବାକୁ ହେବ | ଦର୍ଶନ ସମୟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବ୍ୟବସ୍ଥା କରାଯିବ | ଏହା ସହିତ ହୋଟେଲ, ଧର୍ମଶାଳା, ରେସ୍ତୁରାଁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି | କୋରୋନା ପ୍ରକୋପକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୧ ତାରିଖରୁ ବାବା ମହାକାଳଙ୍କ ମନ୍ଦିର ଜୁନ ୮ ତାରିଖ ସୋମବାରଠୁ ଖୋଲିଛି |
ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଶ୍ରଦ୍ଧାଳୁଙ୍କ ଗୋଡ ଧୋଇବା ପାଇଁ କୁଣ୍ଡ ନିର୍ମାଣ, ଥର୍ମାଲ ସ୍କ୍ରିଂନିଂ, ସାନିଟାଇଜେସନ ଆଦିର ବ୍ୟବସ୍ଥା କରାଯାଇଛି | ବାବା ମହାକାଳଙ୍କ ଦର୍ଶନ ପାଇଁ ୪ଟି ସ୍ଲଟର ବ୍ୟବସ୍ଥା କରାଯାଇଛି | ପ୍ରଥମ ସ୍ଲଟ ସକାଳ ୮ଟାରୁ ଦିନ ୧୦ଟା, ଦ୍ୱିତୀୟ ସ୍ଳଟ ଦିନ ୧୧ଟାରୁ ମଧ୍ୟାନ୍ନ ୧ଟା, ତୃତୀୟ ସ୍ଲଟ ଦିନ ୨ଟାରୁ ଅପରାହ୍ନ ୪ଟା, ଶେଷ ସ୍ଲଟ ଅପରାହ୍ନ ସାଢେ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବ | ଏହି ସମୟ ସୀମା ମଧ୍ୟରେ ପ୍ରତି ୧ ଘଣ୍ଟାରେ ମନ୍ଦିରକୁ ସାନିଟାଇଜ କରାଯିବ |
ଆଣ୍ଡ୍ରଏଡ ମୋବାଇଲ ଆପ ମାଧ୍ୟମରେ ଦିନକ ପୂର୍ବରୁ ଶ୍ରଦ୍ଧାଳୁଙ୍କୁ ବୁକିଂ କରିବାକୁ ହେବ | ବୁକିଂ ପରଦିନ ମନ୍ଦିରରେ ପ୍ରବେଶସ କରିବାକୁ ଅନୁମତି ମିଳିବ | ଯେଉଁ ଶ୍ରଦ୍ଧାଳୁ ଆଣ୍ଡ୍ରଏଡ ମୋବାଇଲ ଆପ ମାଧ୍ୟମରେ ବୁକିଂ କରିବାକୁ ସମର୍ଥ ହେବେ ନାହିଁ ସେ ଟୋଲ ଫ୍ରି ନମ୍ବର ୧୮୦୦୨୩୩୧୦୦୮ ନମ୍ବରରେ ଫୋନ କରି ବୁକିଂ କରିପାରିବେ | ଯଦି ଏହି ଦୁଇ ପ୍ରକିୟାରେ କୌଣସି ଭକ୍ତ ବୁକିଂ କରିବାରେ ଅସମର୍ଥ ହୁଅନ୍ତି ସେ ମନ୍ଦିର କାଉଣ୍ଟରକୁ ଯାଇ ବୁକିଂ କରିପାରିବେ |