୪୦୦୦ ଟଙ୍କା ପ୍ରତି କିଲୋଗ୍ରାମ ବିକ୍ରି ହେଉଛି ଏହି ଗାଈର ଘି
Advertisement

୪୦୦୦ ଟଙ୍କା ପ୍ରତି କିଲୋଗ୍ରାମ ବିକ୍ରି ହେଉଛି ଏହି ଗାଈର ଘି

ମୁଖ୍ୟତଃ ଉତ୍ତରାଖଣ୍ଡର ପାହାଡିଆ ଅଞ୍ଚଳରେ ବଦ୍ରୀ ପ୍ରଜାତିର ଗାଈ ମିଳିଥାଏ । ଏହି ଗାଈର ପ୍ରଜାତି ସେଠାରୁ ଦିନକୁ ଦିନ ଶେଷ ହେବାକୁ ଲାଗିଛି । ଏହି ପ୍ରଜାତିକୁ ବଞ୍ଚାଇବା ପାଇଁ ନରିୟାଲ ଗାଁ ପଶୁ ପ୍ରଜନନ କେନ୍ଦ୍ରର ଅଭିଯାନ ସଫଳ ହେବାକୁ ଲାଗିଛି । 

୪୦୦୦ ଟଙ୍କା ପ୍ରତି କିଲୋଗ୍ରାମ ବିକ୍ରି ହେଉଛି ଏହି ଗାଈର ଘି

ନୂଆଦିଲ୍ଲୀ: ସାଧାରଣତଃ ବଜାରରେ ଗାଈ କ୍ଷୀର ଘି ୪୦୦-୫୦୦ ଟଙ୍କାରେ ମିଳିଯାଇଥାଏ । କିନ୍ତୁ ଆପଣ ଜାଣି ଚକିତ ହେବେ ଉତ୍ତରାଖଣ୍ଡର ଏପରି ଏକ ଗାଈ ରହିଛି, ଯାହାର ଗୋଟିଏ କିଲୋଗ୍ରାମ ଘି ପାଇଁ ଆପଣଙ୍କୁ ୪ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ହଁ ଆଜ୍ଞା, ବଜାରରେ ମିଳୁଥିବା ୪୦୦ ଟଙ୍କା କିଲୋଗ୍ରାମ ଘି ପରିବର୍ତ୍ତେ ବଦ୍ରୀ ପ୍ରଜାତିର ଗାଈର ଘି ପାଇଁ ଆପଣଙ୍କୁ ୧୦ ଗୁଣ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ମୁଖ୍ୟତଃ ଉତ୍ତରାଖଣ୍ଡର ପାହାଡିଆ ଅଞ୍ଚଳରେ ବଦ୍ରୀ ପ୍ରଜାତିର ଗାଈ ମିଳିଥାଏ । ଏହି ଗାଈର ପ୍ରଜାତି ସେଠାରୁ ଦିନକୁ ଦିନ ଶେଷ ହେବାକୁ ଲାଗିଛି । ଏହି ପ୍ରଜାତିକୁ ବଞ୍ଚାଇବା ପାଇଁ ନରିୟାଲ ଗାଁ ପଶୁ ପ୍ରଜନନ କେନ୍ଦ୍ରର ଅଭିଯାନ ସଫଳ ହେବାକୁ ଲାଗିଛି । ଏବେ ଏହି ପ୍ରଜାତିର ୧୪୦ ଗାଈ ସେଠାରେ ରହିଛି । ବଦ୍ରୀ ଗାଈଗୁଡିକରୁ ପ୍ରତିଦିନ ୧୨୫ ଲିଟର କ୍ଷୀର ମିଳୁଛି । ଏହା ସହ କ୍ଷୀରକୁ ୨୫ ଟଙ୍କା ପ୍ରତି ଲିଟର ହିସାବରେ ବିକ୍ରି କରି ଦିଆଯାଉଛି । ପରେ ପଶୁ ପ୍ରଜନନ କେନ୍ଦ୍ରରେ ଏହି କ୍ଷୀରର ପରୀକ୍ଷା କରିବା ପରେ ଜଣାପଡିଥିଲା ଯେ ବଦ୍ରୀ ଗାଈର ଦୁଧରେ ଏ2 ପ୍ରୋଟିନ ସହ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଉପଲବ୍ଧ ରହିଛି ।

ଗୁଣବତ୍ତା ଆଧାରରେ ପଶୁପାଳନ ବିଭାଗ ଏହି କ୍ଷୀରର କ୍ରୟ ପାଇଁ ଲୋକଙ୍କୁ ଆମନ୍ତ୍ରିତ କରାଯାଇଥିଲା । ଏହାପରେ ପଶୁପାଳନ ବିଭାଗ ଏହି କ୍ଷାର ପେଟେଣ୍ଟ କରାଇଥିଲା । ଯାହାପରେ ଗାଜିଆବାଦର ଏକ କମ୍ପାନୀ ୪୧ ଟଙ୍କା ପ୍ରତି ଲିଟର ହିସାବରେ କ୍ଷୀର ନେବାକୁ ଆରମ୍ଭ କରିଥିଲା । ଏହି କ୍ଷୀରରୁ ନାରିୟାଲ ଗାଁର ସ୍ଥାନୀୟ ମହିଳାମାନେ କମ୍ପାନୀ ପାଇଁ ଜୈବିକ ଘି ପ୍ରସ୍ତୁତ କରିବାକୁ ଲାଗିଲେ, ଯାହା ଫଳରେ ସ୍ଥାନୀୟ ସ୍ତରରେ ସେମାନଙ୍କୁ ରୋଜଗାର ମିଳିଯାଇଛି । ଏହି ଗାଈର ଘି କମ୍ପାନୀ ଅନଲାଇନ ବିକ୍ରି କରିବା ଆରମ୍ଭ କରି ଦେଇଛି । ଏହି ଘି'ରେ ସାଧାରଣ ଘି ଠାରୁ ଅଧିକ ପୋଷକ ତତ୍ତ୍ୱ ରହିଥିବାରୁ ଏହାର ଦାମ ୪ ହଜାର ଟଙ୍କା କିଲୋଗ୍ରାମ ଯାଏ ପହଞ୍ଚିଛି ।