close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଉଦ୍ଧାର ହୋଇଥିବା ବଜ୍ରକାପ୍ତା ନିଖୋଜ, ସନ୍ଦେହ ଘେରରେ ବାରିପଦା ବନବିଭାଗ

ଉଦ୍ଧାର ପରେ ବଜ୍ରକାପ୍ତା ସନ୍ତାନ ପ୍ରସବ କରିଥିଲା । ହେଲେ ଆଜି  ନା ମାଆ ଅଛି, ନା ଛୁଆ । ସୂଚନା ଅନୁସାରେ , ଛୁଆ  ଗତକାଲି ଠାରୁ ମରିଗଲାଣି ଆଉ ମାଆ ବଜ୍ରକାପ୍ତା ମାତ୍ର ୪ ଇଞ୍ଚ୍ ଫାଙ୍କ ଥିବା ଲୁହାଗ୍ରୀଲ୍ ଡେଇଁ ଆଜି ସକାଳୁ ନିଖୋଜ ହୋଇଯାଇଛି ।

ଉଦ୍ଧାର ହୋଇଥିବା ବଜ୍ରକାପ୍ତା ନିଖୋଜ, ସନ୍ଦେହ ଘେରରେ ବାରିପଦା ବନବିଭାଗ

ମୟୂରଭଞ୍ଜ: ଗତ ୨୯ ତାରିଖରେ ବନବିଭାଗ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର ହୋଇଥିଲା ।  ଉଦ୍ଧାର ପରେ ବଜ୍ରକାପ୍ତା ସନ୍ତାନ ପ୍ରସବ କରିଥିଲା । ହେଲେ ଆଜି  ନା ମାଆ ଅଛି, ନା ଛୁଆ । ସୂଚନା ଅନୁସାରେ , ଛୁଆ  ଗତକାଲି ଠାରୁ ମରିଗଲାଣି ଆଉ ମାଆ ବଜ୍ରକାପ୍ତା ମାତ୍ର ୪ ଇଞ୍ଚ୍ ଫାଙ୍କ ଥିବା ଲୁହାଗ୍ରୀଲ୍ ଡେଇଁ ଆଜି ସକାଳୁ ନିଖୋଜ ହୋଇଯାଇଛି । ବାରିପଦା ବନବିଭାଗରେ ଏଭଳି ସନ୍ଦେହ ଜନକ ଘଟଣା ଘଟିବା ପରେ ବିଭାଗର ଜାଣତରେ ବଜ୍ରକାପ୍ତା ଟି ଚୋରା ଚାଲାଣ ହେବାର ଚର୍ଚ୍ଚା ହେଉଛି ସାରା ଜିଲ୍ଲାରେ ।

 ଗତ ୨୯ ତାରିଖରେ କୁଳିଅଣା ନିକଟରୁ ଏକ ବଜ୍ରକାପ୍ତା ଉଦ୍ଧାର ହେବା ସହିତ ୪ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଥିଲା ବାରିପଦା ବନବିଭାଗ । ଉଦ୍ଧାର ବଜ୍ରକାପ୍ତା ଟିକୁ ସ୍ୱାସ୍ଥ୍ୟପରୀକ୍ଷା ପରେ ବାରିପଦା ବନବିଭାଗ ନିଜ ଦାୟିତ୍ୱରେ ରଖିଥିଲା । ୨ ଦିନ ପରେ ୩୧ ତାରିଖରେ ବଜ୍ରକାପ୍ତାଟି ଏକ ଶାବକ ପ୍ରସବ କରିଥିଲା । ସେତେବେଳ ବାରିପଦା ଡିଏଫ୍ଓ ମାଆ-ଛୁଆଙ୍କୁ ତୁରନ୍ତ ନନ୍ଦନକାନନ ସ୍ଥାନାନ୍ତରିତ କରାଯିବା ବୋଲି କହିଥିଲେ । କିନ୍ତୁ ପିସିସିଏଫ୍ ଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଆଜିକୁ ୮ ଦିନ ପର୍ଯ୍ୟନ୍ତ ତାକୁ ନନ୍ଦନକାନନ ନିଆ ଯାଇନଥିଲା । ଶାବକ ସହିତ ବଜ୍ରକାପ୍ତାଟିକୁ ବନବିଭାଗର ଏକ କ୍ୱାର୍ଟର ରେ ବନ୍ଦ କରି ରଖା ଯାଇଥିଲା । ଶାବକ ସହିତ ବଜ୍ରକାପ୍ତା ଟି ସୁସ୍ଥ ଥିବା ବେଳେ ଗତକାଲି ଶାବକଟି ମରିଯାଇଥିବା ସହିତ ଆଜି ହଠାତ୍ ମାଆ ବଜ୍ରକାପ୍ତା ଟି ନିଖୋଜ ହୋଇ ଯ।।ଇଛି । ସବୁ ସରିଯିବା ପରେ ଦଳବଳ ଓ ପୋଲିସ କୁକୁର ଧରି ଖୋଜି ଚାଲିଛନ୍ତି ବାରିପଦା ଡିଏଫ୍ଓ । ତେବେ ସନ୍ଦେହଜନକ ଭାବେ ବଜ୍ରକାପ୍ତା ଟି କିଭଳି ଉଭାନ ହେଲା, ସେଥିରେ ଚିନ୍ତା ନ କରି ଖୋଜିବା ଆଗ ତାଙ୍କ କାମ ବୋଲି ସଫେଇ ଦେଇଛନ୍ତି ଡିଏଫ୍ଓ ମହାଶୟ ।

କେଉଁ ଆଧାର ରେ ଡିଏଫ୍ଓ ତାଙ୍କୁ ବଜ୍ରକାପ୍ତା ର ସୁରକ୍ଷା ଓ ରକ୍ଷଣାବେକ୍ଷଣର ଅନୁମତି ଦେଲେ, ତାହା ଏବେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

Tags: