• ଓଡ଼ିଆ ଅଫିସର୍ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଉପମୁଖ୍ୟ
  • ବାଣୀବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଭିସିଙ୍କ କାର୍ଯ୍ୟାଳୟ ଘେରିଲେ ଅସନ୍ତୋଷ ଛାତ୍ର । ପୋଲିସରେ ଅଭିଯୋଗ କଲେ ଭିସି ।
  • ଗୁଜୁରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୧୫ ମୃତ ।
  • ଚାଷୀଙ୍କ ଟ୍ରାକ୍ଟର ପରେଡ୍ ନେଇ ଆସନ୍ତା ବୁଧବାର ଶୁଣାଣି କରିବେ ସୁପ୍ରିମକୋର୍ଟ ।
  • ନିଜ ଜିଦରେ ଅଟଳ ଆନ୍ଦୋଳନ ରତ ।
  • ବ୍ରିସବେନ ଟେଷ୍ଟରେ ଭାରତକୁ ୩୨୮ ରନର ବିଜୟ ଲକ୍ଷ୍ୟ
  • ୨-୧ ବ୍ୟବଧାନରେ ସିରିଜ ଜିତିଲା ଟିମ ଇଣ୍ଡିଆ

ବକ୍ସ ଅଫିସରେ 'ବାଲା'ର ଧମାଲ, ୩ ଦିନରେ ଏତିକି କଲା କଲେକ୍ଶନ

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା, ୟାମୀ ଗୌତମ ଓ ଭୂମି ପେଡନେକରଙ୍କ ଅଭିନିତ ଫିଲ୍ମ 'ବାଲା' ବକ୍ସ ଅଫିସରେ ଧମାଲ କରୁଛି । ଦର୍ଶକଙ୍କୁ ଫିଲ୍ମଟି ବେଶ ପସନ୍ଦ ଆସୁଛି । ଫିଲ୍ମର ଆରମ୍ଭ ବହୁତ ଭଲ ରହିଛି ଓ ଦ୍ୱିତୀୟ ଦିନ ଏହାର ବିଜନେସରେ ବହୁତ ବୃଦ୍ଧି ଦେଖିବାକୁ ମିଳିଛି । କୁହାଯାଉଛି ଏହି ସପ୍ତାହ ଶେଷ ହେବା ପୂର୍ବରୁ ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହୋଇଯିବ ।

ବକ୍ସ ଅଫିସରେ 'ବାଲା'ର ଧମାଲ, ୩ ଦିନରେ ଏତିକି କଲା କଲେକ୍ଶନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା, ୟାମୀ ଗୌତମ ଓ ଭୂମି ପେଡନେକରଙ୍କ ଅଭିନିତ ଫିଲ୍ମ 'ବାଲା' ବକ୍ସ ଅଫିସରେ ଧମାଲ କରୁଛି । ଦର୍ଶକଙ୍କୁ ଫିଲ୍ମଟି ବେଶ ପସନ୍ଦ ଆସୁଛି । ଫିଲ୍ମର ଆରମ୍ଭ ବହୁତ ଭଲ ରହିଛି ଓ ଦ୍ୱିତୀୟ ଦିନ ଏହାର ବିଜନେସରେ ବହୁତ ବୃଦ୍ଧି ଦେଖିବାକୁ ମିଳିଛି । କୁହାଯାଉଛି ଏହି ସପ୍ତାହ ଶେଷ ହେବା ପୂର୍ବରୁ ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହୋଇଯିବ ।

'ବାଲା'ର ରିଲିଜ ଦିନରେ ୧୦କୋଟି ୧୫ ଲକ୍ଷ ଟଙ୍କାର ବିଜନେସ କରିଛି । ଦ୍ୱିତୀୟ ଦିନରେ ଏହା ୧୫ କୋଟି ୭୩ ଲକ୍ଷ ଟଙ୍କାର ଆୟ କରିଛି । ଫିଲ୍ମ ବର୍ତ୍ତମାନ ଯାଏ ସର୍ବମୋଟ ୨୫ କୋଟି ୮୮ ଲକ୍ଷ ଟଙ୍କାର ବିଜନେସ କରି ସାରିଛି । ଫିଲ୍ମର ଆୟ ଉପରେ ନଜର ରଖୁଥିବ ଟ୍ରେଜ ଅନାଲିଷ୍ଟ ତରୁଣ ଆଦର୍ଶ ନିଜ ଟ୍ୱିଟର ହେଣ୍ଡଲରେ ଏକ ଟ୍ୱିଟ କରିଛନ୍ତି । ତରୁଣଙ୍କ ଅନୁସାରେ ଏହି ଫିଲ୍ମର ଆୟ ତୃତୀୟ ଦିନରେ ୪୦ କୋଟିକୁ ପାର କରିଯିବ । ଏଠାରେ କହି ରଖୁଛ ଯେ ଏହି ଫିଲ୍ମର ବଜେଟ ୨୫ କୋଟି ଟଙ୍କାର ଥିଲା, ଯାହା ମାତ୍ର ୨ ଦିନରେ କଲେକ୍ଶନ ହୋଇଯାଇଥିଲା ।

ତରୁଣଙ୍କ ଅନୁସାରେ, ବାଲାର ବିଜନେସ ୪୦ କୋଟି ଟଙ୍କା ପାର କରିବାରେ ସଫଳ ହେଲେ ଏହା ଆୟୁଷ୍ମାନଙ୍କ ତୃତୀୟ ଫିଲ୍ମ ହେବ, ଯାହା ପ୍ରଥମ ୱିକେଣ୍ଡରେ ୪୦ କୋଟି ଟଙ୍କା ଆୟ କରିବ । ଏହାପୂର୍ବରୁ ବଧାଇ ହୋଇ ଓ ଡ୍ରିମ ଗାର୍ଲ ଏପରି ଯାଦୁ ବକ୍ସ ଅଫିସରେ ଦେଖାଇ ସାରିଛି ।