ସହାୟତାର ହାତ ବଢ଼ାଇଲା ବାଲେଶ୍ୱର ଜିଲ୍ଲା ପେଟ୍ରୋଲ ପମ୍ପ ଡିଲର ଆସୋସିଏସନ
Advertisement
Article Detail0/zeeodisha/odisha669741

ସହାୟତାର ହାତ ବଢ଼ାଇଲା ବାଲେଶ୍ୱର ଜିଲ୍ଲା ପେଟ୍ରୋଲ ପମ୍ପ ଡିଲର ଆସୋସିଏସନ

ଉଭୟ ପିଏମ କେୟାର ଫଣ୍ଡ ଏବଂ ସିଏମ ରିଲିଫ ଫଣ୍ଡକୁ ସହାୟତା କରିଛି ସଂଘ ।

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ବାଲେଶ୍ୱର: କୋରୋନା ସହ ମୁକାବିଲା କରୁଛି ଦେଶ । ଏନେଇ ସମଗ୍ର ଦେଶବାସୀ ମଧ୍ୟ ଏକଜୁଟ । ପିଏମ କେୟାର ଫଣ୍ଡ ଏବଂ ସିଏମ ରିଲିଫ ଫଣ୍ଡକୁ ସହାୟତାର ହାତ ବଢ଼ୁଛି । କୋରୋନା ମୁକାବିଲା ପାଇଁ ବିଭିନ୍ନ କ୍ଷେତ୍ରରୁ ସହାୟତା ମିଳୁଛି । ଆଉ ଏଥିରେ ସାମିଲ ହୋଇଛି ବାଲେଶ୍ୱର ଜିଲ୍ଲା ପେଟ୍ରୋଲ ପମ୍ପ ଡିଲର ଆସୋସିଏସନ । 

ଉଭୟ ପିଏମ କେୟାର ଫଣ୍ଡ ଏବଂ ସିଏମ ରିଲିଫ ଫଣ୍ଡକୁ ସହାୟତା କରିଛି ସଂଘ । ପିଏମ କେୟାର ଫଣ୍ଡକୁ ୨ ଲକ୍ଷ ଏବଂ ସିଏମ ରିଲିଫ ଫଣ୍ଡକୁ ୧ ଲକ୍ଷ ଟଙ୍କା ସଂଘ ପକ୍ଷରୁ ଦିଆଯାଇଛି । ସଂଘର ସମ୍ପାଦକ ପ୍ରଦୀପ କୁମାର ଦାସ ବାଲେଶ୍ୱର ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଜରିଆରେ ଏହି ଟଙ୍କା ପ୍ରଦାନ କରିଛନ୍ତି । 

ଏଠାରେ କହିରଖୁଛୁ, ରାଜ୍ୟରେ ୬୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଜଣ ସୁସ୍ଥ ହେଲେଣି । କେବଳ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ଏବେ ୩୬ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । 

;