close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବାଂଲାଦେଶକୁ ବଡ଼ ଝଟକା, ଅଧିନାୟକ ଶାକିବଙ୍କ ଉପରେ ଲାଗିଲା ୨ ବର୍ଷର ବ୍ୟାନ୍

ବାଂଲାଦେଶ କ୍ରିକେଟ ଟିମକୁ ବଡ଼ ଝଟକା । ଭାରତ ଗସ୍ତ ପୂର୍ବରୁ ଦଳର ଅଧିନାୟକ ତଥା ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର ଶାକିବ ଅଲ ହାସନଙ୍କ ଉପରେ ଲାଗିଛି ୨ ବର୍ଷର ପ୍ରତିବନ୍ଧକ । ଆଇସିସି ଏହି ପ୍ରତିବନ୍ଧକ ଲଗାଇଛି  । 

ବାଂଲାଦେଶକୁ ବଡ଼ ଝଟକା,  ଅଧିନାୟକ ଶାକିବଙ୍କ ଉପରେ ଲାଗିଲା ୨ ବର୍ଷର ବ୍ୟାନ୍
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଢାକା: ବାଂଲାଦେଶ କ୍ରିକେଟ ଟିମକୁ ବଡ଼ ଝଟକା । ଭାରତ ଗସ୍ତ ପୂର୍ବରୁ ଦଳର ଅଧିନାୟକ ତଥା ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର ଶାକିବ ଅଲ ହାସନଙ୍କ ଉପରେ ଲାଗିଛି ୨ ବର୍ଷର ପ୍ରତିବନ୍ଧକ । ଆଇସିସି ଏହି ପ୍ରତିବନ୍ଧକ ଲଗାଇଛି  । 

ମ୍ୟାଚ ଫିକ୍ସିଂ ପାଇଁ ବୁକି ଶାକିବଙ୍କ ସହ ସମ୍ପର୍କ କରିଥିଲା, କିନ୍ତୁ ସେ ଏହି ଘଟଣା ସମ୍ପର୍କରେ କୌଣସି ସୂଚନା ଆଇସିସିକୁ ଦେଇ ନଥିଲେ । ସୂଚନାକୁ ଗୁପ୍ତ ରଖିବା ପାଇଁ ଏହି ବ୍ୟାନ ଲଗାଯାଇଛି । ବର୍ତ୍ତମାନ ସମୟରେ ଶାକିବ ବାଂଲାଦେଶର ଟେଷ୍ଟ ଓ ଟି-୨୦ ଟିମର ଅଧିନାୟକ ଅଛନ୍ତି ।

ଏହି ବ୍ୟାନ ଲାଗିବା ପରେ ୩୨ ବର୍ଷୀୟ ଶାକିବ କହିଛନ୍ତି ଯେ, ମୋତେ ବହୁତ ଦୁଃଖ ଲାଗୁଛି, ଯେଉଁ ଖେଳକୁ ମୁଁ ଭଲପାଏ ତାହା ଉପରେ ପ୍ରତିବନ୍ଧକ ଲଗାଯାଇଛି । ମୁଁ ସ୍ୱୀକାର କରୁଛି ମୋତେ ଦୁର୍ନୀତି କରିବା ପାଇଁ ପ୍ରସ୍ତାବ ଆସିଥିଲା ।  କିନ୍ତୁ ଏହାର ସୂଚନା ମୁଁ ଦେଇ ନଥିଲି ।

 ଶାକିବଙ୍କ ଏହି ୨ ବର୍ଷର ପ୍ରତିବନ୍ଧକରୁ ଗୋଟିଏ ବର୍ଷର ନିଲମ୍ୱନ ମଧ୍ୟ ସାମିଲ ରହିଛି । ସେ ଆଇସିସିର ଏଣ୍ଟି କର୍ପଶନ କୋଡର ଭଙ୍ଗ କରିବାର ୩ଟି ଅଭିଯୋଗକୁ ସ୍ୱୀକାର କରି ନେଇଛନ୍ତି । ଏହି ପ୍ରତିବନ୍ଧକ ସମସ୍ତ ଫର୍ମାଟରେ ଲାଗୁ ହେବ । ସେ ୨୦୨୦ ଅକ୍ଟୋବର ୨୯ ଯାଏ ବାଂଲାଦେଶ ଟିମ ତରଫରୁ ଖେଳି ପାରିବେ ନାହିଁ ।