• ଆଜି ବଡ଼ ଓଷା, ୨୫ ବର୍ଷ ପରେ ଧବଳେଶ୍ୱର ପୀଠରେ ବାବାଙ୍କ ଦୁର୍ଲଭ କିରାତାର୍ଜୁନ ବେଶ ।
  • ରାସ୍ତା ମଝିରେ ଜଳିଗଲା ଚଳନ୍ତା କଣ୍ଟେନର, ଭଦ୍ରକ ନିକଟ ଡାହାଣୀ ଗାଡିଆ ନିକଟରେ ଦୁର୍ଘଟଣା॥
  • ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ କୋରୋନା ।
  • ଦିନକୁ ଦିନ ଖସିବାରେ ଲାଗିଛି ସୁନା ଦର । ଗତ ଅଗଷ୍ଟ ମାସରେ ଭରି ପ୍ରତି ୫୬,୨୦୦ ରହିଥିଲା ।
  • ଆକାଶ ପାଠକ ଟାଟା ମୋଟର୍ସର କର୍ମଚାନୀ ନୁହଁନ୍ତି । ପୂର୍ବରୁ ଟାଟା ମୋଟର୍ସ ଦେଇଥିଲା ଏତଲା ।
  • ସେପ୍ଟେମ୍ବର ମାସରେ ହୋଇଥିଲା ମାମଲା ରୁଜୁ ॥
  • ଆଜି ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ । ପୁଷ୍ପାଳକ ସେବକମାନେ କରୁଛନ୍ତି ନୀତିକାନ୍ତି ସମାପନ ॥

ବାଂଲାଦେଶ ବିରୋଧରେ ଆଜି ଟିମ ଇଣ୍ଡିଆର ଚୟନ, କୋହଲିଙ୍କୁ ମିଳିବ ବ୍ରେକ!

ବାଂଲାଦେଶ ବିରୋଧରେ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆର ଚୟନ କରାଯିବ । ଏନେଇ ଗୁରୁବାର ମୁମ୍ବାଇରେ ଭାରତୀୟ ଚୟନ ସମିତିର ବୈଠକ ହେବାର ଅଛି । ଏହାସହ ଏହି ବୈଠକରେ ଅଧିନାୟକ ବିରାଟ କୋହଲିଙ୍କ କାର୍ଯ୍ୟଭାରକୁ ନେଇ ମଧ୍ୟ ଆଲୋଚନା କରାଯିବ । ଅନ୍ୟପଟେ ଋଷଭ ପନ୍ତ ଓ ସଞ୍ଜୁ ସାମସନ ଏହି ସିରିଜରେ ସାମିଲ ହୋଇପାରନ୍ତି । 

ବାଂଲାଦେଶ ବିରୋଧରେ ଆଜି ଟିମ ଇଣ୍ଡିଆର ଚୟନ, କୋହଲିଙ୍କୁ ମିଳିବ ବ୍ରେକ!
TEAM INDIA

ନୂଆଦିଲ୍ଲୀ: ବାଂଲାଦେଶ ବିରୋଧରେ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆର ଚୟନ କରାଯିବ । ଏନେଇ ଗୁରୁବାର ମୁମ୍ବାଇରେ ଭାରତୀୟ ଚୟନ ସମିତିର ବୈଠକ ହେବାର ଅଛି । ଏହାସହ ଏହି ବୈଠକରେ ଅଧିନାୟକ ବିରାଟ କୋହଲିଙ୍କ କାର୍ଯ୍ୟଭାରକୁ ନେଇ ମଧ୍ୟ ଆଲୋଚନା କରାଯିବ । ଅନ୍ୟପଟେ ଋଷଭ ପନ୍ତ ଓ ସଞ୍ଜୁ ସାମସନ ଏହି ସିରିଜରେ ସାମିଲ ହୋଇପାରନ୍ତି । 

ଭାରତ ଅକ୍ଟୋବର ୨୦୧୮ରୁ ସମସ୍ତ ଫର୍ମାଟରେ ୫୬ଟି ମ୍ୟାଚ ଖେଳ ସାରିଛନ୍ତି, ଯେଉଥିରେ ୪୮ଟି ମ୍ୟାଚରେ କୋହଲି ଖେଳିଛନ୍ତି । ଅନ୍ୟପକ୍ଷେ ଚୟନ ସମିତି କୋହଲିଙ୍କ ଉପରେ ଛାଡି ଦେଇଛନ୍ତି ଯେ ସେ ନିଜ ଖେଳ ଜାରି ରଖିବେ ନା ଏହି ସରିଜିରେ ବ୍ରେକ ନେବେ । 

ସେହିପରି ମୁମ୍ବାଇର ଅଲରାଉଣ୍ଡର ଶିବମ ଦୁବେଙ୍କ ଚୟନକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଆହତ ହାର୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ତାଙ୍କ ଚୟନ ହୋଇପାରେ । ନଭେମ୍ବର ୩ରୁ ଦିଲ୍ଲୀରୁ ଆରମ୍ଭ ହେଉଛି ୩ ମ୍ୟାଚର ଟି-୨୦ ସିରିଜ । ଏହାସହ ବାଂଲାଦେଶ ଭାରତ ବିରୋଧରେ ଆଇସିସି ବିଶ୍ୱ ଚାମ୍ପିୟନସିପ ଅନ୍ତର୍ଗତ ୨ଟି ଟେଷ୍ଟ ମ୍ୟାଚ ମଧ୍ୟ ଖେଳିବ । 

ଏହାସହ ମନୀଷ ପାଣ୍ଡେଙ୍କ ମଧ୍ୟ ଚୟନ ହୋଇପାରେ । କୂଳଦୀପ ଯାଦବ ଓ ଯୁଜବେନ୍ଦ୍ର ଚହଲଙ୍କ ଚୟନକୁ ନେଇ ଆଶଙ୍କା ଜାରି ରହିଛି । କାରଣ ରାହୁଲ ଚାହର ଓ ୱାଶିଂଟନ ସୁନ୍ଦରଙ୍କୁ ପୁଣିଥରେ ସୁଯୋଗ ମିଳିବ ବୋଲି ଅନୁମାନ କରାଯାଉଛି । ସେହିପରି ବିଜୟ ହଜାରେ ଟ୍ରଫିରେ କେଏଲ ରାହୁଲଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ସେ ଟିମ ଇଣ୍ଡିଆରେ ଫେରି ପାରନ୍ତି । ଓପନର ବ୍ୟାଟ୍ସମ୍ୟାନ୍ସ ଶିଖର ଧୱନଙ୍କ ଫର୍ମ ମଧ୍ୟ ଭଲ ରହିଛି । ଧୱନଙ୍କୁ ଟିମରୁ ବାହାର କରାଗଲେ ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ସ୍ଥାନ ମିଳିପାରେ । ଅନ୍ୟପଟେ ଦୀପକ ଚାହର, ନବଦୀପ ସୌନୀ ଓ ଖଲିଲ ଅହମଦ ଭାବେ ତିନୋଟି ପ୍ରମୁଖ ବୋଲର ଟିମରେ ସ୍ଥାନ ପାଇପାରନ୍ତି ।