)
ନୂଆଦିଲ୍ଲୀ: କେନ୍ଦ୍ର ସରକାର ୬୮ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଋଣକୁ ଛାଡ଼ କରିଛନ୍ତି। ସୂଚନା ଅଧିକାରୀ ଆଇନ ଜରିଆରେ ମଗାଯାଇଥିବା ଏକ ତଥ୍ୟର ପ୍ରଦାନ କରି ଆରବିଆଇ ଏହି ସୂଚନା ଦେଇଛି। ତେବେ ଏହି ଋଣ ଛାଡ଼ ପାଇଥିବା ଏହି ପୁଞ୍ଜିପତିଙ୍କ ମଧ୍ୟରେ ଦେଶର ପ୍ରମୁଖ ପଳାତକଙ୍କ ନାମ ମଧ୍ୟ ସାମିଲ ରହିଛି। ବିଶେଷ କରି ଗୀତାଞ୍ଜଳି ଅଳଙ୍କାରର ମାଲିକ ମେହୁଲ ଚୋକସୀ, ବାବା ରାମଦେବ ଓ ବିଜୟ ମାଲ୍ୟାଙ୍କ ନାମ ସାମିଲ ରହିଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ ସୂଚନା ଅଧିକାରୀ କର୍ମୀ ସାକେତ ଗୋଖଲେ ଆରବିଆଇ ଠାରୁ ଏହି ପୁଞ୍ଜିପତିମାନେ ନେଇଥିବା ଋଣ ସମ୍ପର୍କରେ ତଥ୍ୟ ମାଗିବାକୁ ଚାହିଁଥିଲେ। ଫଳରେ ଆରବିଆଇର ସୂଚନା ପ୍ରଦାନକାରୀ ଅଧିକାରୀ ସୂଚନା ଏହି ସୂଚନା ଦେଇଥିଲେ। ସେ କହିଥିଲେ କି, ୬୮୬୦୭ କୋଟି ଟଙ୍କା ଋଣ ଗତ ବର୍ଷ ୩୦ ସେପ୍ଟେମ୍ବର ସୁଦ୍ଧା ଛାଡ଼ କରାଯାଇଥିଲା। ଏହି ସୂଚୀରେ ମେହୁଲ ଚୋକସୀଙ୍କ ନାମ ସର୍ବପ୍ରଥମେ ଆସିଥିଲା। ମେହୁଲ ଚୋକସୀଙ୍କ ୫୪୯୨ କୋଟି ଟଙ୍କା ଋଣ ରହିଛି। ସେହିପରି ଗିଲି ଇଣ୍ଡିଆ ଲିମିଟେଡ଼ର ୧୪୪୭ କୋଟି ଟଙ୍କା ଓ ନକ୍ଷତ୍ର ବ୍ରାଣ୍ଡସର ୧୧୦୯ କୋଟି ଟଙ୍କା ଋଣକୁ ଛାଡ଼ କରାଯାଇଛି। ମେହୁଲ ଚୋକସୀ ଦେଶରୁ ଫେରାର ହେବା ପରେ ବର୍ତ୍ତମାନ ସେ ଆଣ୍ଟିଗୁଆ ଓ ବାରବାଡ଼ୋସର ନାଗରିକତ୍ତ୍ୱ ଗ୍ରହଣ କରିଥିବା ସୂଚନା ରହିଛି।
ସେହିପରି ପଳାତକ ହୀରା ବ୍ୟବସାୟୀ ଜତିନ ମେହତାଙ୍କର ମଧ୍ୟ ୪୦୭୬ କୋଟି ଟଙ୍କାକୁ ଆରବିଆଇ ଋଣ ଛାଡ଼ କରିଛନ୍ତି। ଏହି ଋଣକୁ ଜତିନ ଓ୍ୱିନସମ ଡାଇମଣ୍ଡ ଓ ଜୁଏଲାରୀ କମ୍ପାନୀ ନାମରେ ଋଣ ନେଇଥିବା ସୂଚନା ରହିଛି। ତେବେ ଋଣ ପରିଶୋଧ କରି ନ ପାରିବାରୁ ବ୍ୟାଙ୍କ ତାଙ୍କୁ ପଳାତକ ଘୋଷଣା କରିଥିଲା। ବର୍ତ୍ତମାନ ଏହି ମାମଲାର ସିବିଆଇ ଯାଞ୍ଚ ଚଲାଇଛି। ସେହିପର କାନପୁରର ଏକ କମ୍ପାନୀ ରୋଟୋମ୍ୟାକ ଗ୍ଲୋବାଲ ପ୍ରାଇଭେଟ ଲିମିଟେଡ଼ କମ୍ପାନୀର ୨୮୫୦ କୋଟି ଟଙ୍କା ଋଣକୁ ମଧ୍ୟ ଛାଡ଼ କରିଛି ବ୍ୟାଙ୍କ।
ପଞ୍ଜାବର କୁଡୋସ କେମି।ର ୨୩୨୬ କୋଟି, ବାବା ରାମଦେବଙ୍କ ରୁଚି ସୋୟା ଇଣ୍ଡଷ୍ଟ୍ରୀର ୨୨୧୨ କୋଟି ଟଙ୍କା, ଗ୍ୱାଲିୟରର ଜୁମ ଡେଭଲପର୍ସ ପ୍ରାଇଭେଟ ଲିମିଟେଡ଼ର ୨୦୧୨ କୋଟି ଟଙ୍କାକୁ ବ୍ୟାଙ୍କ ଋଣ ଛାଡ଼ କରିଛି। ସେହପରି ୧ ହଜାରରୁ ୨ ହଜାର ମଧ୍ୟରେ ଋଣ ନେଇଥିବା ପ୍ରାୟ ୧୮ଟି କମ୍ପାନୀକୁ ମଧ୍ୟ ମାଫ କରିଛି ବ୍ୟାଙ୍କ। ଏହି କମ୍ପାନୀ ଗୁଡ଼ିକ ମଧ୍ୟରେ ପଳାତକ ବିଜୟ ମାଲ୍ୟାର କିଙ୍ଗଫିସର ଏୟାର ଲାଇନ୍ସ ଲିମିଟେଡ଼ର ୧୯୪୩ କୋଟି, ଅହମଦା ବାଦର ଆର ମେହତା କମ୍ପାନୀର ୧୯୬୨ କୋଟି ଟଙ୍କାକୁ ଛାଡ଼ କରାଯାଇଛି। ସେହିଭଳି ୧୦୦୦ କୋଟି ଟଙ୍କାରୁ କମ ଋଣ ନେଇଥିବା ୨୫ଟି କମ୍ପାନୀର ଋଣକୁ ମଧ୍ୟ ଛାଡ଼ କରିଛି ବ୍ୟାଙ୍କ। ଏହା ମଧ୍ୟରେ ୬୦୪ କୋଟି ରୁ ୯୮୪ କୋଟି ପର୍ଯ୍ୟନ୍ତ ଋଣର ଆକାର ରହିଛି।
ଗୋଖଲେ କହିଛନ୍ତି ଯେ ମୁଁ ଏହି ଆରଟିଆଇ ଦାଖଲ କରିଛି କାରଣ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅର୍ଥମନ୍ତ୍ରୀ ଅନୁରାଗ ଠାକୁର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ନାହାଁନ୍ତି। ଗୋଖଲ ଏହା ମଧ୍ୟ କହିଛନ୍ତି ଯେ 16 ଡିସେମ୍ବର 2015 ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଦର୍ଶାଇ ଆରବିଆଇ ବିଦେଶୀ ଡିଫଲ୍ଟରଙ୍କ ବିଷୟରେ ସୂଚନା ଦେବାକୁ ମନା କରିଦେଇଛି।