Advertisement
Article Detail0/zeeodisha/odisha670873
Zee OdishaOther Newsବନ୍ଧାହେବେ ବଡ଼ଚଣା ପୂର୍ବତନ ଥାନା ବାବୁ !

ବନ୍ଧାହେବେ ବଡ଼ଚଣା ପୂର୍ବତନ ଥାନା ବାବୁ !

ଚୋରା ସ୍କର୍ପିଓ ଚଢି କାଳିଆ ଦର୍ଶନ କରିବା ପଡିଲା ମହଙ୍ଗା...

ବନ୍ଧାହେବେ ବଡ଼ଚଣା ପୂର୍ବତନ ଥାନା ବାବୁ !

ସୌମ୍ୟ ରଞ୍ଜନ ନାୟକ, ନୂଆଦିଲ୍ଲୀ : କରୋନା କଟକଣାକୁ ଉଲ୍ଲଂଘନ କରି ଫସିଲେ ଥାନା ବାବୁ । ରବିବାର ରାତି୮ଟାରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପରେ ସିଂହଦ୍ଵାର ଥାନାରେ ମାମଲା ପରେ ପୋଲିସ ବେଲରେ ଆସିଥିଲେ ଆଇଆଇସି। ପରେ ନିଲମ୍ବିତ ହୋଇଥିବା ଯାଜପୁର ଜିଲ୍ଲା ବଡ଼ଚଣା ଥାନା ପୂର୍ବତନ ଆଇଆଇସି ଦୀପକ ଜେନାଙ୍କ ନାଁରେ ପୁଣି ଏକ ମାମଲା ରୁଜୁ ହୋଇଛି। ଆଇଆଇସିଙ୍କ ବିରୋଧରେ ଆଇପିସିର ଧାରା ୧୭୧, ୧୬୬/୧୬୬(କ)ରେ ମାମଲା ରୁଜୁ କରାଯାଇଛି। ଆଇନ ଉଲ୍ଲଙ୍ଘନ, ଘରୋଇ ଚୋରି ଗାଡ଼ିରେ ପୋଲିସ ବତୀ ଲଗାଇଥିବାରୁ ଏହି ମାମଲା ରୁଜୁ ହୋଇଛି। ଏନେଇ ଯାଜପୁର ଏସ୍‌ପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଆଇଆଇସି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ  ଶ୍ରୀମନ୍ଦିରକୁ ପ୍ରବେଶ ସହାୟତା କରିଥିବା ଅଭିଯୋଗରେ ସେବାୟତ ଶ୍ୟାମସୁନ୍ଦର ପୂଜାପଣ୍ଡାଙ୍କୁ ସିଂହଦ୍ୱାର ଥାନାରେ  ଅଟକ ରଖାଯାଇଛି। ଏଥିସହ ତାଙ୍କୁ ଘଟଣା ସମ୍ପର୍କରେ ପୋଲିସ ପଚରାଉଚରା କରୁଛି। ସୂଚନାଯୋଗ୍ୟ, କରୋନା ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବା ବେଳେ ଏପ୍ରିଲ୍ ୧୯ ତାରିଖ ରବିବାର ରାତି ୮ଟାରେ ଆଇଆଇସି ଦୀପକ ଜେନା ତାଙ୍କ ପରିବାର ସହ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଡ୍ୟୁଟିରେ ଥିବା ହାବିଲଦାରଙ୍କ ବାରଣ ସତ୍ତ୍ୱେ ଦକ୍ଷିଣ ଦ୍ୱାର ଦେଇ ସେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହି ଅଭିଯୋଗ ଆସିବା ପରେ ଡିଜିପି ଅଭୟ ଆଇଆଇସି ଦୀପକଙ୍କୁ ସସପେଣ୍ଡ କରିଥିଲେ। ପୁରୀ ସିଂହଦ୍ୱାର ଥାନାରେ ବି ଆଇଆଇସିଙ୍କ ନାଁରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। 

ଏଥିସହ ଆଇଆଇସି ଏକ ଚୋରି ଗାଡ଼ିରେ ପୁରୀ ଯାଇଥିବା ଜଣାପଡ଼ିଥିଲା। ତେଣୁ ଏହି ଗାଡ଼ି କାହାର ଓ ଆଇଆଇସି ଏହି ରୋରା ଗାଡ଼ି ନେଇ କିପରି ଯାଇଥିଲେ ପୁରୀ,ଏହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ରାଜ୍ୟ ସରକାର ପୋଲିସ ବ୍ୟବସ୍ଥାକୁ ୫ଟି ଭିତରେ ଅନ୍ତର୍ଭୁକ୍ତ କରି ଲୋକଙ୍କୁ ସଠିକ୍ ସେବାରେ ଯୋଗାଇ ବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଉ ଥିବା ବେଳେ ଏବେ ଏହି ଘଟଣାରେ ପୋଲିସ୍ ର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ତେଣୁ । ଆଇନ ଶୃଙ୍ଖଳା ପରିସ୍ଥିତି ବେଶ ବାରିହୋଇ ପଡ଼ିଛି । ସେପଟେ ତଦନ୍ତ ଜାରି ଥିବା ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ 

Add Zee News as a Preferred Source
About the Author