Advertisement
Article Detail0/zeeodisha/odisha683028
Zee OdishaOther Newsଷ୍ଟାଡ଼ିୟମ ଖୋଲିବାକୁ ମିଳିଲା ଅନୁମତି, ବିସିସିଆଇ କହିଲା ଏମିତି...

ଷ୍ଟାଡ଼ିୟମ ଖୋଲିବାକୁ ମିଳିଲା ଅନୁମତି, ବିସିସିଆଇ କହିଲା ଏମିତି...

ବିସିସିଆଇର ନୂଆ ଯୋଜନା

ଷ୍ଟାଡ଼ିୟମ ଖୋଲିବାକୁ ମିଳିଲା ଅନୁମତି, ବିସିସିଆଇ କହିଲା ଏମିତି...

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ଲକାଡଉନ ୪। ୦। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଚତୁର୍ଥ ପର୍ଯ୍ୟାୟ ଲକଡାଉନ। ତେବେ ଏହି ଲକଡାଉନ ଜାରି ହେବା ସହିତ କିଛି ନିୟମରେ କୋହଳ କରିଛନ୍ତି କେନ୍ଦ୍ର ସରକାର। ତେବେ ଚତୁର୍ଥ ପର୍ଯ୍ୟାୟରେ କ୍ରୀଡ଼ା ବିଭାଗକୁ ସାମାନ୍ୟ କୋହଳ କରିଛନ୍ତି ସରକାର। ଷ୍ଟାଡ଼ିୟମକୁ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି ସରକାର। ତେବେ ଏହି ନିଷ୍ପତ୍ତି ପରେ ବିସିସିଆଇ ଏନେଇ ମୁହଁ ଖୋଲିଛି।  

ଚତୁର୍ଥ ପର୍ଯ୍ୟାୟ ଲକଡାଉନ ସମୟରେ କୌଣସି ପ୍ରକାର ତାଲିମ ଶିବିରର ଆୟୋଜନ କରାଯିବ ନାହିଁ ବୋଲି ବିସିସିଆଇ କହିଛି। କିନ୍ତୁ ଖେଳାଳି ମାନଙ୍କର ଅଭ୍ୟାସ ପାଇଁ ପଦକ୍ଷେପ ଗ୍ରହଣ କରିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି। ବିସିସିଆଇ ରାଜ୍ୟ ସ୍ତରୀୟ କ୍ରୀଡ଼ା ସଂଘ ସହିତ ମିଶି ଏହି ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ରହିଛି। ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୁମଲ କହିଛନ୍ତି କି, ବିମାନ ଓ ଅନ୍ୟାନ୍ୟ ସର୍ବସାଧାରଣ ପରିବହନ ଉପରେ ସରକାର ବ୍ୟାନ ଲଗାଇଛନ୍ତି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ପରିବହନ ସେବା କାର୍ଯ୍ୟକାରୀ ହୋଇ ପାରିବ ନାହିଁ। ତେବେ ବିସିସିଆଇ ସହିତ ଅନୁବନ୍ଧିତ ଥିବା ଖେଳାଳିଙ୍କ ତାଲିମ ପାଇଁ ପଦକ୍ଷେପ ନିଆଯିବା ସହିତ ତାଲିମ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ।  

ସେ ଆହୁରି ମଧ୍ୟ କହିଥିଲେ କି, ରାଜ୍ୟସ୍ତରରେ ଖେଳାଳିଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରିବାର ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ବିସିସିଆଇ ରାଜ୍ୟସ୍ତରରେ ମଧ୍ୟ କେନ୍ଦ୍ର ସରକାର ଜାରି କରିଥିବା ନିୟମକୁ ଅନୁଧ୍ୟାନ କରିବ। ଅନୁଧ୍ୟାନ କରାଯିବ ପରେ ରାଜ୍ୟ କ୍ରୀଡ଼ା ସଂଘ ସହିତ ଆଲୋଚନା କରି ଏହି କୌଶଳ ତାଲିମର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।  

Add Zee News as a Preferred Source

ସୂଚନାଯୋଗ୍ୟ ବର୍ତ୍ତମାନ ସମୟରେ ସମଗ୍ର ଦେଶରେ ୯୦ ହଜାରରୁ ଊର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଛି। ଏହା ସହିତ ଦେଶରେ ମୋଟ ୩ ହଜାରରୁ ଊର୍ଦ୍ଧ୍ୱ ମୃତ୍ୟୁ ମୁଖରେ ପଡ଼ିସାରିଲେଣି। ତେବେ ସମଗ୍ର ବିଶ୍ୱରେ ମଧ୍ୟ ଏହି ମହାମାରୀ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସମଗ୍ର ବିଶ୍ୱରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି।  

 

About the Author