close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ମେରାଇନ୍ ବିଚରେ ହେବ ଆନ୍ତର୍ଜାତୀୟ ମାନର ବିଚ୍ ଫେଷ୍ଟିଭାଲ୍

ଡିସେମ୍ବର ୧୪ରୁ ଜାନୁଆରୀ ୧୪ତାରିଖ ଯାଏଁ ପୂରା ମାସେ ଧରି ସମୁଦ୍ର କୂଳରେ ହେବ ଏହି ଉତ୍ସବ

ମେରାଇନ୍ ବିଚରେ ହେବ ଆନ୍ତର୍ଜାତୀୟ ମାନର ବିଚ୍ ଫେଷ୍ଟିଭାଲ୍
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ରାଜେଶ ସାମନ୍ତରାୟ, ଭୁବନେଶ୍ୱର: କୋଣାର୍କ ମେରାଇନ୍ ବିଚରେ ହେବ ଆନ୍ତର୍ଜାତୀୟ ମାନର ବିଚ୍ ଫେଷ୍ଟିଭାଲ୍ । ମଜା ଉଠାଇ ପାରିବେ ଦେଶୀ ବିଦେଶୀ ପର୍ଯ୍ୟଟକ । ସମୁଦ୍ରବେଳା ଭୂମୀରେ ହେବ ଏହି ମହୋତ୍ସବ । ନାଚଗୀତ, ଖାଦ୍ୟପାନୀୟ ସହ ସମୁଦ୍ରର ମଜା ଉଠାଇବେ ପର୍ଯ୍ୟଟକ । ପ୍ରଥମଥର ପାଇଁ କୋଣାର୍କ ଚନ୍ଦ୍ରଭାଗାରେ ଆୟୋଜିତ ହେବ ହ୍ୱାଇଟ୍ ସ୍ୟାଣ୍ଡ ବିଚ୍ ଫେଷ୍ଟିବାଲ ।

ଗୁଜୁରାଟର କଚ୍ଛ ଫେଷ୍ଟିଭାଲ୍ ଢାଞ୍ଚାରେ କରାଯିବ ଏହି ମହୋତ୍ସବ । ମାସେ ଧରି ଚାଲିବ ଏହି ଫେଷ୍ଟିଭାଲ, ଡିସେମ୍ବର ୧୪ରୁ ଜାନୁଆରୀ ୧୪ତାରିଖ ଯାଏଁ ପୂରା ମାସେ ଧରି ସମୁଦ୍ର କୂଳରେ ହେବ ଏହି ଉତ୍ସବ । ଚନ୍ଦ୍ରଭାଗା ସମୁଦ୍ର ବେଳାଭୂମୀରେ ଟେଣ୍ଟ ଗେଷ୍ଟ୍ ହାଉସ ନିର୍ମାଣ ହେବ । ଯେଉଁଥିରେ ଯୋଗାଇ ଦିଆଯିବ ଅନ୍ତର୍ଜାତୀୟସ୍ତରର ରହଣୀ ସୁବିଧା । ଏହା ସହିତ ଆଧୁନିକ ଓ ପାରମ୍ପରିକ ଖାଦ୍ୟ, ପାନୀୟ ସହ ପ୍ରତ୍ୟେକ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ ଏହି ମହୋତ୍ସବରେ । ଏହା ସହିତ ସପିଙ୍ଗ ,ବୋଟିଂ ମଧ୍ୟ ଯୋଗାଇ ଦିଆଯିବ । ପର୍ଯ୍ୟଟକମାନେ ଏଠାରେ ରହିବାକୁ ହେଲେ ଅନଲାଇନରେ ଓଟିଡିସି ୱେବ୍ ସାଇଟ୍ ମାଧ୍ୟମରେ ବୁକିଂ କରିବେ । ପ୍ରତି ପର୍ଯ୍ୟଟକ ସର୍ବାଧିକ ୪ ଦିନ ଓ ରାତି ପର୍ଯ୍ୟନ୍ତ ରହିବା ପାଇଁ ବୁକ୍ କରି ପାରିବେ । ସଂପୂର୍ଣ୍ଣ ମହୋତ୍ସବଟି ସମୁଦ୍ର ବେଳାଭୂମୀରେ ଆୟୋଜିତ କରାଯିବ ।

ଏହି ଅବସରରେ ଦେଶର ସବୁ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ନେଇ ହେବ ଏକ ଟୁରିଜିମ୍ କନକ୍ଲେଭ୍ । ମୁଖ୍ୟମନ୍ତ୍ରୀ ଏହି ଉତ୍ସବର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ନିୟନ୍ତ୍ରଣ କରାଯିବ । ଓଡ଼ିଶା ପର୍ଯ୍ୟଟନକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଓ ପ୍ରଚାର ପ୍ରସାର କରିବା ଏହାର ମୂଳ ଲକ୍ଷ୍ୟ । ଫେଷ୍ଟିଭାଲ ଆୟୋଜନ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଲୋକସେବା ଭବନରେ ବସିଥିବା ବୈଠକରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଓଟିଡିସି ଅଧ୍ୟକ୍ଷା ଶ୍ରିମୟୀ ମିଶ୍ର, ଉନ୍ନୟନ କମିଶନ ସୁରେଶ ମହାପାତ୍ର, ପର୍ଯ୍ୟଟନ ସଚିବଙ୍କ ସମେତ ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।