ବିୟର ଗିଲ୍ସଙ୍କ ସହ ରଜନୀକାନ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ସୁପରଷ୍ଟାର ରଜନୀକାନ୍ତ ଲୋକପ୍ରିୟ ଆଡଭେଞ୍ଚର ସୋ 'ମ୍ୟାନ ଭର୍ସେସ ୱାଇଲ୍ଡ'ରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ଏହି ସୋ ଉତ୍ତରାଖଣ୍ଡର ଜିମ କୋବାର୍ଟ ଜାତୀୟ ପାର୍କରେ ସୁଟିଂ କରାଯାଇଥିଲା। ସେହିପରି ରଜନୀକାନ୍ତଙ୍କ ଏହି ସୁଟିଂ କର୍ଣ୍ଣାଟକର ବାନ୍ଦିପୁର ଟାଇଗର ରିଜର୍ଭ ଓ ଜାତୀୟ ପାର୍କରେ କରାଯିବ। କେବଳ ରଜନୀକାନ୍ତ ନୁହନ୍ତି, ମିଳିଥିବା ସୂଚନା ଅନୁସାରେ ବଲିଉଡ ଅଭିନେତା ଅକ୍ଷୟ କୁମାର ମଧ୍ୟ ଏହି ସୋ'ରେ ନଜର ଆସିବେ। ଅକ୍ଷୟଙ୍କୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର ସୂଚନା ମିଳିନାହିଁ।

ବିୟର ଗିଲ୍ସଙ୍କ ସହ ରଜନୀକାନ୍ତ

ହିମାଂଶୁ ଶେଖର ସାମଲ, ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ସୁପରଷ୍ଟାର ରଜନୀକାନ୍ତ ଲୋକପ୍ରିୟ ଆଡଭେଞ୍ଚର ସୋ 'ମ୍ୟାନ ଭର୍ସେସ ୱାଇଲ୍ଡ'ରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ଏହି ସୋ ଉତ୍ତରାଖଣ୍ଡର ଜିମ କୋବାର୍ଟ ଜାତୀୟ ପାର୍କରେ ସୁଟିଂ କରାଯାଇଥିଲା। ସେହିପରି ରଜନୀକାନ୍ତଙ୍କ ଏହି ସୁଟିଂ କର୍ଣ୍ଣାଟକର ବାନ୍ଦିପୁର ଟାଇଗର ରିଜର୍ଭ ଓ ଜାତୀୟ ପାର୍କରେ କରାଯିବ। କେବଳ ରଜନୀକାନ୍ତ ନୁହନ୍ତି, ମିଳିଥିବା ସୂଚନା ଅନୁସାରେ ବଲିଉଡ ଅଭିନେତା ଅକ୍ଷୟ କୁମାର ମଧ୍ୟ ଏହି ସୋ'ରେ ନଜର ଆସିବେ। ଅକ୍ଷୟଙ୍କୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର ସୂଚନା ମିଳିନାହିଁ।

ସୂଚନା ଅନୁସାରେ, ବନିଜୟ ସେଭେନ ଟୁୟର ଏଣ୍ଟରଟେନମେଣ୍ଟ ଷ୍ଟୁଡିଓ ଏହି ଏପିସୋଡର ସୁଟିଂ କରିବ। ଏନେଇ କର୍ଣ୍ଣାଟକ ସରକାର ଓ ବାନ୍ଧିପୁର ବନ ବିଭାଗ ଦ୍ୱାରା ଅନୁମତି ନିଆଯାଇଛି। ଜାନୁଆରୀ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ଜାତୀୟ ପାର୍କର ଭିନ୍ନଭିନ୍ନ ସ୍ଥାନରେ ସୁଟିଂ କରାଯିବ। ଯେଉଁଥିରେ ବିଏର ଗିଲ୍ସଙ୍କ ସହ ନଜର ଆସିବେ ରଜନୀକାନ୍ତ। ସରକାରଙ୍କ ତରଫରୁ ଏହାର ଅନୁମତି ମିଳିଥିଲେ ମଧ୍ୟ, କିଛି କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଇନାହିଁ। ସୁଟିଂ ପାଇଁ କେବଳ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁମତି ମିଳିଛି। 

ରାତିରେ କୌଣସି ବି ପ୍ରକାରର ଫଟୋଗ୍ରାଫି ପାଇଁ ଅନୁମତି ଦିଆଯାଇନାହିଁ। ଏହି ସୁଟିଂ ସମୟରେ କୌଣସି ପ୍ରକାରର ଗଛକୁ ଆଘାତ ନ ଲାଗିବା ପାଇଁ ଚେତାବନୀ ଦିଆଯାଇଛି। ଏହାସହ କୌଣସି ଜୀବଜନ୍ତୁଙ୍କୁ ମଧ୍ୟ ଯେପରି ଆଘାତ ନ ଲାଗେ, ସେଥିପ୍ରତି ଚେତାବନୀ ଦିଆଯାଇଛି। ସାଧାରଣତଃ କୌଣସି ସୁଟିଂ ସମୟରେ ଜେନେରେଟର ସୁଟିଂ ଟିମ ସହ ନିଆଯାଇଥାଏ, କିନ୍ତୁ ଏଥିରେ ଜେନେରେଟର ନେବା ପାଇଁ ଅନୁମତି ଦିଆଯାଇନାହିଁ।

ସୁପରଷ୍ଟାର ରଜନୀକାନ୍ତ ବର୍ତ୍ତମାନ 'ଥଲବ୍ୟା-୧୬୮'ର ସୁଟିଂରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଏଥି ମଧ୍ୟରେ ରଜନୀକାନ୍ତ ଫିଲ୍ମରୁ ବ୍ରେକ ନେଇ ଏହାର ସୁଟିଂ କରିବା ପାଇଁ କର୍ଣ୍ଣାଟକ ଆସିଛନ୍ତି। ଏହି ସୁଟିଂ ପାଇଁ ରଜନୀକାନ୍ତ ନିଜ ଝିଅ ସୌନ୍ଦର୍ଯ୍ୟାଙ୍କ ସହ ଜାନୁଆରୀ ୨୭ ତାରିଖରେ କର୍ଣ୍ଣାଟକରେ ପହଞ୍ଚି ସାରିଛନ୍ତି। 

ସୂଚନା ଅନୁସାରେ ଏହି ଏପିସୋଡର ଅନ୍ୟ ଭାଗ ସୁଟିଂ କରିବା ପାଇଁ ଜାନୁଆରି ୩୦ ତାରିଖରେ ଅକ୍ଷୟ କୁମାର ପହଞ୍ଚି ପାରନ୍ତି। ଏହାର ସୁଟିଂକୁ ନେଇ ବନ୍ୟଜନ୍ତୁ ସଂରକ୍ଷଣ କର୍ମୀ ଏହାକୁ ନେଇ କର୍ଣ୍ଣାଟକ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସରକାରଙ୍କ କହିବା ଅନୁସାରେ ଏହିଭଳି ଅନେକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦିଆଯିବ, କାରଣ ଏହାଦ୍ୱାରା ରାଜ୍ୟର ପର୍ଯ୍ୟଟନର ଉନ୍ନତି ହୋଇପାରିବ। 

କିନ୍ତୁ, ବନ୍ୟଜନ୍ତୁ ସଂରକ୍ଷଣ କର୍ମୀଙ୍କ କହିବା ଅନୁସାରେ, ବର୍ତ୍ତମାନ ବନ ବିଭାଗର ସମସ୍ତ ସୁରକ୍ଷା କର୍ମୀ ରଜନୀକାନ୍ତ ଓ ବିୟର ଗିଲ୍ସଙ୍କ ସୁରକ୍ଷାରେ ରହିଛନ୍ତି। ଏହାଦ୍ୱାରା ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ବାଧା ସୃଷ୍ଟି ହେବ। ପୂର୍ବବର୍ଷ ଏହିପରି ଖାମଖିଆଲ ମନୋଭାବ ଯୋଗୁ ବାନ୍ଦିପୁରା ଜଙ୍ଗଲରେ ନିଆଁ ଲାଗିଥିଲା।