close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଶୀତଦିନରେ ଏପରି ନିଅନ୍ତୁ ତ୍ୱଚାର ଯତ୍ନ...

ଏହି ଘୋରଇ ଉପାୟରେ ଶୀତଦିନିଆ ସମସ୍ୟାରୁ ପାଆନ୍ତୁ ମୁକ୍ତି

ଶୀତଦିନରେ ଏପରି ନିଅନ୍ତୁ ତ୍ୱଚାର ଯତ୍ନ...
ଶୀତଦିନରେ ଏପରି ନିଅନ୍ତୁ ତ୍ୱଚାର ଯତ୍ନ...

ତପସ୍ୱିନୀ ମହାଳିକ, ଭୁବନେଶ୍ୱର:  ଆସିଲାଣି ଶୀତଋତୁ...ଏହି ସମୟରେ ତ୍ୱଚାରେ ରୁକ୍ଷତା, ଓଠ ଫାଟିବା ଓ ଗୋଡ଼ ଫାଟିବା ପରି ସମସ୍ୟା ଦେଖାଯାଇଥାଏ । ଶୀତଋତୁ ଆସିଲେ ମହିଳା ଓ ଯୁବତୀ ମାନେ ନିଜର ସୁନ୍ଦରତାକୁ ନେଇ ଚିନ୍ତିତ ହୋଇ ପଡ଼ନ୍ତି । ତେବେ ଏହି ଶୀତ ଦିନରେ ଆପଣ ଆପଣଙ୍କ ତ୍ୱଚାର କିଭଳି ଯତ୍ନ ନେବେ ସେଥିପାଇଁ ଜାଣିନିଅନ୍ତୁ କିଛି ଟିପ୍ସ । 

ନିଜ ଫେସରେ କିଛି ଏକ୍ସପେରିମେଣ୍ଟ କରିବା ହେଉ ଅବା ନୂଆ ଲୁକ୍ ପାଇବା ପାଇଁ ହେଉ...ସବୁବେଳେ ଆଜିକାଲିର ଯୁବପୀଢ଼ିମାନେ ପାର୍ଲର ଉପରେ ନିର୍ଭରଶୀଳ ହେଉଛନ୍ତି । ଅର୍ଥହାନି ସହିତ ଅତ୍ୟଧିକ କେମିକାଲ ବ୍ୟବହାର ଫଳରେ ଅନେକ ସାଇଡ ଇଫେକ୍ଟ ମଧ୍ୟ ଦେଖା ଦେଇଥାଏ । ତେଣୁ ଏସବରୁ ରକ୍ଷା ପାଇବା ପାଇଁ ଘରେ ବସି ତିଆରି କରନ୍ତୁ ଘରୋଇ ସ୍କ୍ରବ୍, ଫେସ୍ ପ୍ୟାକ ଓ ଫେସିଆଲ ଆଉ ନିଜର ତ୍ୱଚାକୁ ଶୀତରୁ ରକ୍ଷା କରନ୍ତୁ...
 
ନଡ଼ିଆ ତେଲ ଓ ଚିନିରେ ପ୍ରସ୍ତୁତ କରନ୍ତୁ ଘୋରଇ ସ୍କ୍ରବ

ଗୋଟେ ଚାମୋଚ ଚିନିରେ, ଗୋଟେ ଚାମଚ୍ ନଡ଼ିଆ ତେଲ ମିଶାନ୍ତୁ । ଏହି ମିଶ୍ରଣଙ୍କୁ ହାତରେ ନେଇ ମୁହଁରେ ଗୋଟେ ମିନିଟ ପର୍ଯ୍ୟନ୍ତ ହାଲକାରେ ମସାଜ କରନ୍ତୁ । ମସାଜ କରିବା ପରେ ଖାଲି ପାଣିରେ ମୁହଁ ଧୋଇ ନରମ ଟାୱେଲରେ ହାଲକା ପୋଛିନିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ତ୍ୱଚା ନରମ ରହିବା ସହିତ, ଚମକ ମଧ୍ୟ ବଜାୟ ରହିବ । ଶୀତ ଦିନେ ବଜାରରେ ମୁଳୁଥିବା ସ୍କ୍ରବ ଅପେକ୍ଷା, ଘରୋଇ ସ୍କ୍ରବ୍ ଅଧିକ ଲାଭଦାୟକ ଅଟେ । ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନଥାଏ ।

ଚିନି ଓ ନଡ଼ିଆ ତେଲ ମିଶ୍ରଣରେ ତିଆରି ଏହି ସ୍କ୍ରବକୁ ଆପଣ ଓଠରେ ଲଗାଇ ଗୋଟେ ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ । ତାପରେ ଟିକେ ତୁଳାକୁ ଓଦା କରି ଓଠକୁ ପୋଛି ଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ଓଠର ଡେଡ୍ ସ୍କିନ୍ ହଟବା ସହିତ, ଓଠ ନରମ ରହିବ ଓ ଫାଟିବା ସମସ୍ୟା ବି କମିଯିବ ।

ବସା ଦହି ଓ ମହୁରେ ପ୍ରସ୍ତୁତ କରନ୍ତୁ ଶୀତଦିନିଆ ଫେସ୍ ପ୍ୟାକ

ବସା ଦହି ଏକରୁ ଦୁଇ ଚାମୋଚ ଓ ମହୁ ଗୋଟିଏ ଚାମୋଚ ନେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣଙ୍କୁ ମୁହଁରେ ଲଗାଇ ଏକରୁ ଦୁଇ ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ । ମସାଜ ପରେ ୧୦ ରୁ ୧୫ ମିନିଟ ଛାଡ଼ି ଦିଅନ୍ତୁ । ୧୦ ରୁ ୧୫ ମିନିଟ ପରେ ଖାଲି ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏହା ଶୀତ ଦିନ ପାଇଁ ଖୁବ୍ ଉପକାରୀ ପେସ୍ ପ୍ୟାକ ଅଟେ । 

ଏଲବେରା ଓ ବେକିଂ ପାଉଡରରେ ପ୍ରସ୍ତୁତ କରନ୍ତୁ ଫେସିଆଲ୍

ପ୍ରଥମେ ଯେ କୌଣସି ଆଲୋବେରା ଜେଲ ନେଇ ୧ ମିନିଟ ପର୍ଯ୍ୟନ୍ତ ମୁହଁରେ ମସାଜ କରନ୍ତୁ । ମସାଜ କରିବା ପରେ ହାଲୁକା କପଡ଼ା, ଟିସୁ କିମ୍ବା ତୁଳାରେ ପୋଛି ନିଅନ୍ତୁ । ଏଥିରେ ଆପଣଙ୍କ ଫେସର ଯାହା ସବୁ ମଇଳା ଥିବ ତାହା ସଫା ହୋଇଯିବ । ପୋଛି ସାରିବା ପରେ ଅଧା ଚାମଚ ବେକିଂ ପାଉଡର, ସହ କିଛି ମାଣି ମାଶାଇ ଦୁଇ ହାତରେ ମିଶ୍ରଣକୁ ନିଜ ଫେସରେ ଲଗାନ୍ତୁ । ଯେଉଁ ଭଳି ଆପଣ ମୁହଁରେ ଫେସ ୱାସ୍ ଲଗାନ୍ତି...