)
ଟୋକିଓ: ପୂର୍ବ ଏସୀୟାର ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଅଞ୍ଚଳରେ ବିଶ୍ୱର ସବୁଠି ଶକ୍ତିଶାଳୀ ଦେଶ ଯୁକ୍ତରାଷ୍ଟ୍ର ଆମେରିକାର ମୁଖ୍ୟ ପ୍ରତିଦ୍ୱନ୍ଦି ଥିଲା ଚୀନ | ଆଉ ଡ୍ରାଗନକୁ ଜବାବ ଦେବା ପାଇଁ ଏହି ଅଞ୍ଚଳରେ ଜାପାନର ସହଯୋଗ ନେଉଥିଲା ଯୁକ୍ତରାଷ୍ଟ୍ର ଆମେରିକା | ଅନେକ ପ୍ରସଙ୍ଗକୁ ଉଠୁଥିବା ବିବାଦରେ ଚୀନର ମୁକାବିଲା କରିବା ପାଇଁ ଏକାଠି ହେଉଥିଲେ ଉଭୟ ଜାପାନ-ଆମେରିକା |
ହେଲେ ସଦ୍ୟ ଏହି ପ୍ରକ୍ରିୟାରେ ପରିବର୍ତ୍ତନ ଦେଖିବାକୁ ମିଳିଛି | ହଂକଂ ମାମଲାରେ ଚୀନ ବିରୋଧି ଆମେରିକୀୟ ଅଭିଯାନରେ ସାମିଲ ହେବ ନାହିଁ ଜାପାନ | ଚୀନର ନୂତନ ରାଷ୍ଟ୍ରୀୟ ସୁରକ୍ଷା ଆଇନ ବିରୁଦ୍ଧରେ ବୟାନ ଜାରି କରିବାକୁ ନେଇ ଆମେରିକା, ବ୍ରିଟେନ ଏବଂ ଅନ୍ୟ ଦେଶର ନିଷ୍ପତ୍ତିରୁ ଜାପାନ ସରକାର ନିଜକୁ ଅଲଗା କରିଛନ୍ତି।
ସମାଚାର ଏଜେନ୍ସି ରୟଟର୍ସର ଏକ ରିପୋର୍ଟ ଅନୁସାରେ ବ୍ରିଟେନ, ଆମେରିକା, ଅଷ୍ଟ୍ରେଲିଆ ଏବଂ କାନାଡା ପକ୍ଷରୁ, ଚୀନ ମାର୍ଚ୍ଚ ୨୮ ତାରିଖରେ ଚୀନ ଦ୍ୱାରା ଆଗତ ହୋଇଥିବା ପ୍ରତିରକ୍ଷା ଆଇନକୁ ବିରୋଧ କରାଯିବା ସହ ଏହା ସ୍ୱତନ୍ତ୍ରତା ପାଇଁ ବିପଦ ଏବଂ ପୂର୍ବ ଉପନିବେଶ ସ୍ୱାୟତ୍ତତାକୁ ନେଇ ଚୀନ-ବ୍ରିଟେନ ମଧ୍ୟରେ ହୋଇଥିବା ଚୁକ୍ତିକୁ ଭଙ୍ଗ କରୁଛି |
ଏ ମାମଲାରେ ଟୋକିଓ ପକ୍ଷରୁ ମେ ୨୮ ତାରିଖରେ ଏକ ଅଲଗା ବୟାନ ଜାରି କରି କୁହାଯାଇଥିଲା ଚୀନ ପକ୍ଷରୁ ଆଗତ ହୋଇଥିବା ନୂତନ ରାଷ୍ଟ୍ରୀୟ ସୁରକ୍ଷା ଆଇନକୁ ମଞ୍ଜୁରୀ ଦେବା ଚିନ୍ତାର ବିଷୟ | ବେଜିଂ ଏପରି ପଦକ୍ଷେପ ଦ୍ୱାରା ହଂକଂର ସ୍ୱାୟତ୍ତତା ଏବଂ ସ୍ୱତନ୍ତ୍ରତା ଉପରେ ବିପଦ ଆସିପାରେ | ହେଲେ ଚୀନ ବିରୋଧି ଅନ୍ତଃରାଷ୍ଟ୍ରୀୟ ଅଭିଯାନରେ ସାମିଲ ହେବ ନାହିଁ ଜାପାନ |
ଚୀନ-ଆମେରିକା ମଧ୍ୟରେ ଚାଲିଥିବା ବିବାଦରେ ଜାପାନ ଏକ ଅଜବ ସ୍ଥିତିରେ ରହିଛି | ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଜାପାନ ଗସ୍ତରେ ଆସିପାରନ୍ତି | ଏପରି କୌଣସି ପଦକ୍ଷେପ ଜାପାନ ନେବା ପାଇଁ ଚାହୁଁନାହିଁ ଯାହା ଦ୍ୱାରା ଚୀନ ସହଲ ସମ୍ପର୍କ ଖରାପ ହେବ | ଗତ ଏପ୍ରିଲ ଆରମ୍ଭରେ ଜାପାନ ଗସ୍ତରେ ଆସିଥାନ୍ତେ ଚୀନ ରାଷ୍ଟ୍ରପତି, ମାତ୍ର କରୋନା ସଂକଟ କାରଣରୁ ଏହି ବିଦେଶ ଯାତ୍ରା ବାତିଲ ହୋଇଥିଲା |