ଆସ ଖାଇବା ଜାମୁକୋଳି...

ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ ।

ଆସ ଖାଇବା ଜାମୁକୋଳି...
ଆସ ଖାଇବା ଜାମୁକୋଳି...

ତପନ କୁମାର କର, ନୂଆଦିଲ୍ଲୀ: ବର୍ଷାଦିନ ଆରମ୍ଭ ହେବା ସହ ଜାମୁକୋଳି ଗାଁ ଗହଳୀରେ ଭରପୁର ମାତ୍ରାରେ ମିଳେ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହାକୁ ବ୍ଲାକବେରି, ବା ଡାଇବେଟିକ ବଟି କୁହାଯାଇଥାଏ । ଏହାକୁ ଖାଇବା ଦ୍ୱାରା ଆମର ଶରୀରର ଖୁବ ଉପକାର ହେଇଥାଏ । ବିଭିନ୍ନ ରୋଗରୁ ମଧ୍ୟ ଉପଶମ ମିଳିଥାଏ । ବର୍ଷି ଦିନିଆ ପେଟ ସମସ୍ୟାରୁ ଏହା ମୁକ୍ତି ଦେଇଥାଏ । ଏଥିରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଥାଏ । ତେଣୁ ଜାମୁ ଖାଇବା ଦ୍ୱାରା ତ୍ୱଚା ମଥ୍ୟ ଖିବ ଭଲ ରହିଥାଏ ।  

5

ଜାମୁକୋଳିର କିଛି ଉପକାରିତା ବିଷୟରେ ଆସନ୍ତୁ ଜାଣିବା...

  • ଜାମୁକୋଳିର ମଞ୍ଜିକୁ ଚୁଣ୍ଣ କରି ଖାଇବା ହ୍ୱାରା ରକ୍ତରେ ଅଧିକ ସର୍କରା ମାତ୍ରା ନିୟନ୍ତ୍ରୀତ ହୋଇଥାଏ । ଏହା ଡ଼ାଇବେଟିସ ରୋଗୀଙ୍କ ପାଇଁ ବରଦାନ ସଦୃଶ ।
  • ଏହା ଆମର ଭୋକ ବଢ଼ାଇଥାଏ । ଏହାକୁ ଗୁଣ୍ଡକରି ପାଣି ସହିତ ସେବନ କରିବା ଦ୍ୱାରା ଭୋକ ବଢ଼ିଥାଏ ।
  • ଏହା ମଧୁମେହର ରୋଗର ଟାଇପ-୨କୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।
  • ଏଥିରେ ଭିଟାମିନ ସି ଭରପୁର ମାତ୍ରାରେ ଭରି ରହିଥାଏ ।
  • ଏହା କ୍ୟାନ୍ସର, ମୁହଁରେ ଫୁଲଜିବା ବା ଗାଲୁଆ, ପେଟରେ ପଥର ସୃଷ୍ଟି ଆଦି ରୋଗଠାରୁ ରକ୍ଷା ଦେଇଥାଏ ।
  • ଯେଉଁ ମାନଙ୍କର ପେଟରେ ଷ୍ଟୋନ ଥାଏ  ସେମାନେ ଜାମୁକୋଳିକୁ ଗରମ ପାଣିରେ ଫୁଟାଇ ଖାଇବା ଫଳରେ ପେଟରେ ଷ୍ଟୋନ ଭଳି ସମସ୍ୟାରୁ ରକ୍ଷା ମିଳେ । ଏହା ଯକୃତ ପାଇଁ ମଧ୍ୟ ବେଶ ଉତ୍ତମ ଅଟେ ।
  • ଜାମୁକୋଳୀ ଖାଇବା ଦ୍ୱାରା ଏହା ପାଚନ ଶକ୍ତି ବୃଦ୍ଧି କରିଥାଏ । ଏଥିର ଭରୁପର ମାତ୍ରାରେ ଆଇରନ ଭରି ରହିଥାଏ ।
  • ଯଦି ଛୋଟ ଶିଶୁ ରାତିରେ ଶୋଇବା ସମୟରେ ବିଛଣାରେ ମୁତ୍ରତ୍ୟାଗ କରୁଛନ୍ତି ତେବେ ଆପଣ ତାଙ୍କୁ ଜାମୁକୋଳିର ମଞ୍ଜିକୁ ଗୁଣ୍ଡ କରି ପାଣିରେ ମିଶାଇ ଦିନକୁ ଦୁଇଥର ଶିଶୁକୁ ପିଇବାକୁ ଦିଅନ୍ତୁ ଉପସମ ମିଳିବ ।
  • ଜାମୁକୋଳି ଖାଇବା ଫଳରେ ତ୍ୱଚା ସତେଜ ହେବା ସହ ଏହା ଧଳାଦାଗକୁ ଦୂର ହୋଇଥାଏ । ଏପରିକି ଏହାର ମଞ୍ଜିକୁ ଆପଣ ଯଦି ଗୁଣ୍ଡ କରି କ୍ଷୀରରେ ଗୋଳାଇ ପେଷ୍ଟ ପ୍ରସ୍ତୁତ କରି ମୁଁହରେ ଲଗାନ୍ତି ତେବେ ଏହା ଆପଣଙ୍କ ତ୍ୱଚାରେ ଚମକପଣ ଆଣିଥାଏ ।

4

ଆଉ ହଁ, ସର୍ବଦା ଧ୍ୟାନ ରଖନ୍ତୁ ଏହାକୁ କେବେ ବି ଆପଣ ଖାଲି ପେଟରେ ଖାଆନ୍ତୁ ନାହିଁ ।  ଏବଂ ଉପକାର ପାଇବାକୁ ନେଇ ଏହାର ଅତ୍ୟଧିକ ସେବନ କରନ୍ତୁ ନାହିଁ । ଏପରିକି ଏହାକୁ ଖାଇବା ପରେ କ୍ଷୀର ଓ ପାଣି ପିଅନ୍ତୁ ନାହିଁ । ଏପରି କଲେ ଆପଣଙ୍କ ପେଟ ଖରାପ ହୋଇପାରେ ।

ଆହୁରି ପଢ଼ନ୍ତୁ; ଘିମିରି ସମସ୍ୟାରେ ପିଡ଼ିତ କି ?