Advertisement
Article Detail0/zeeodisha/odisha773236
Zee OdishaOther Newsବିଜୟା ଦଶମୀରେ ଅନନ୍ୟ ବଙ୍ଗୀୟ ପରମ୍ପରା ସିନ୍ଦୁର ଖେଳ

ବିଜୟା ଦଶମୀରେ ଅନନ୍ୟ ବଙ୍ଗୀୟ ପରମ୍ପରା ସିନ୍ଦୁର ଖେଳ

ସମ୍ବଲପୁରର ପୁରାତନ ପୁଜା ମଣ୍ଡପ କାଲିବାଡ଼ି ପୂଜା କମିଟି ୧୦୨ ବର୍ଷରେ ପଦାର୍ପଣ କରିଥିଲା.

ବିଜୟା ଦଶମୀରେ ଅନନ୍ୟ ବଙ୍ଗୀୟ ପରମ୍ପରା ସିନ୍ଦୁର ଖେଳ

ଅଜୟ କୁମାର ନାଥ, ସମ୍ବଲପୁର: ସମ୍ବଲପୁରର ପୁରାତନ ପୁଜା ମଣ୍ଡପ କାଲିବାଡ଼ି ପୂଜା କମିଟି ୧୦୨ ବର୍ଷରେ ପଦାର୍ପଣ କରିଥିଲା. ପ୍ରତ୍ୟେକ ବର୍ଷ ବିଜୟା ଦଶମୀରେ ଏଠି ଅନୁଷ୍ଠିତ ହୁଏ ସିନ୍ଦୁର ଖେଳ। ସିନ୍ଦୁର ଖେଳ ବଙ୍ଗାଳି ସମ୍ପ୍ରଦାୟର ଏକ ଅନନ୍ୟ ପର୍ବ। ସିନ୍ଦୁର ଖେଳ ଦିନ ବଙ୍ଗାଳି ସହ ଅନ୍ୟ ସମ୍ପ୍ରଦାୟର ମହିଳାମାନେ ମଧ୍ୟ ଆସି ମା'ଙ୍କର ପୂଜା କରିବା ସହ ଏହି ଅନନ୍ୟ ପରମ୍ପରାକୁ ପାଳନ କରିଥାନ୍ତି। ଏହି ଦିନ ବଙ୍ଗାଳି ସମ୍ପ୍ରଦାୟର ମହିଳାମାନେ ମା' ଦୁର୍ଗାଙ୍କ ନିଜର ଝିଅ ଭାବରେ ରୀତିନୀତି ଅନୁସାରେ ଶାଶୁ ଘରକୁ ପଠାଇଥାନ୍ତି ପୁଣି ଆସନ୍ତା ବର୍ଷକୁ ଅପେକ୍ଷା କରିଥାନ୍ତି। 

ସମ୍ବଲପୁର କାଳିବାଡିରେ ବଙ୍ଗୀୟ ରୀତିନୀତି ଅନୁସାରେ ମହାଷଷ୍ଠୀରୁ ଆରମ୍ଭ ହୋଇଥିବା ଶାରଦୀୟ ଦୁର୍ଗା ପୂଜା ବିଜୟା ଦଶମୀରେ ସମାପନ ହୋଇଥାଏ। ବିଜୟା ଦଶମୀ ସଖାଳୁ ବଙ୍ଗୀୟ ମହିଳାମାନେ ପୂଜା ମଣ୍ଡପ କୁ ଆସି ମାଁ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିବା ସହ ମିଠା ଖୁଆଇ ଥାନ୍ତି। ତା'ପରେ ଆରମ୍ଭ ହୋଇଯାଏ ସିନ୍ଦୁର ଖେଳ। କୋରୋନା ପାଇଁ ଏଥର ସିନ୍ଦୁରଖେଳରେ ସେତେଟା ଯାକଜମକ ନ ଥିବା ବେଳେ ପରମ୍ପରା ବଜାୟ ରଖିଛନ୍ତି ବଙ୍ଗୀୟ ସମ୍ପ୍ରଦାୟର ମହିଳାମାନେ।

ଆଜି ହେଉଛି ବିଜୟା ଦଶମୀ।ମା ଆଜି ସନ୍ଧ୍ୟାରେ ବିଦାୟ ନେବେ ଏକ ବର୍ଷ ପାଇଁ।ସେଥିପାଇଁ ଆଜି ସଧବା ନାରୀ ମାନେ ନିଜ ନିଜ ର ଝିଅ ଶାଶୁ ଘରକୁ ବିଦା କଲାପରି ମାଁ ଙ୍କୁ ସିନ୍ଦୁର ପାନପାତ୍ର ମିଠା ପୁଷ୍ପ ଇତ୍ୟାଦି ଦେଇ ଏକ ବର୍ଷ ପରେ ପୁଣି ଆସି ବାକୁ କହି ବିଦାୟ ଦେଉଛନ୍ତି।କରୋନା ପାଇଁ ସମସ୍ତ କଟକଣା କୁ ପାଳନ କରାଯିବା ସହ ସିନ୍ଦୁର ଖେଳ ଅନୁଷ୍ଠିତ ହୋଇଛି। 

Add Zee News as a Preferred Source

ଏଥର ମା'ଙ୍କୁ ନ ଛୁଇଁ ପାରିବାରୁ ମନରେ ଦୁଖଃ ଥିବା ସତ୍ୱେ ପ୍ରତିକାତ୍ମକ ମା'ଙ୍କୁ ଦର୍ଶନ ସହ ସମସ୍ତ ରୀତିନୀତି ପାଳନ କରାଯାଇଛି।ଯେମିତି କି ପାନ ସହ ଗାଲ ସେକିବା, ସିନ୍ଦୁର ମା'ଙ୍କ ଗାଲରେ ଲଗାଇବା ଭଳି କାର୍ଯ୍ୟ ସାମାଜିକ ଦୂରତା ସହ ମାସ୍କ ଲଗାଇ ସମ୍ପନ୍ନ କରାଯାଇଥିଲା।ତଥାପି ମନରେ ଉତ୍ସାହ ପୂର୍ବ ଭଳି ରହିଥିବା କହିଥିଲେ ଶ୍ରଦ୍ଧାଳୁ। ପୁଣି ମାଙ୍କୁ  ଅପେକ୍ଷା।ଏକ ବର୍ଷ ର ଦୀର୍ଘ ପ୍ରତୀକ୍ଷା। ସିନ୍ଦୁର ଖେଳ ପରେ ଆଜି ସନ୍ଧ୍ୟାରେ ହେବ ବିସର୍ଜନ।

About the Author