ଚେହେରାରେ ଚମକ ଆଣିବ ବେସନ ! ଜାଣନ୍ତୁ କିପରି କରିବେ ବ୍ୟବହାର
ଏହା ମୁହଁର ଦାଗକୁ ଦୂର କରିବା ସହ ମୁହଁର ରଙ୍ଗ ଗୋରା କରିଥାଏ
Trending Photos
)
ମୋନିକା ମହାନ୍ତି, ଭୁବନେଶ୍ୱର: ବେସନ ମୁହଁ ପାଇଁ ଖୁବ ଉପକାରୀ । ଏହା ମୁହଁର ଦାଗ, ବ୍ରଣ, ଆଖିତଳ କଳା ପଡିବା ପରି ସମସ୍ୟାକୁ ଦୂର କରିଥାଏ । ଏଥିରେ ଭିଟାମିନ ଏ, ମିନେରାଲସ ରହିଛି ଯାହା ମୁହଁକୁ ଉଜ୍ଜଳ ଓ ସୁନ୍ଦର କରିବେ ସାହାର୍ଯ୍ୟ କରେ । ତେବେ ଆସନ୍ତୁ ଜାଣିବା ବେସନକୁ ବ୍ୟବହାର କରି ମୁହଁର ସୌନ୍ଦର୍ଯ୍ୟକୁ କିପରି ବଢ଼ାଇ ପାରିବେ ।
- ଶୀତଦିନେ ସାଧାରଣତଃ ମୁହଁ ଶୁଷ୍କ ଦେଖାଯାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବେସନରେ କ୍ଷୀର, ଦହି , ଅଳ୍ପ ହଳଦୀ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ । ୨୦ ରୁ ୨୫ ମିନିଟ ମୁହଁରେ ଲଗାଇବା ପରେ ଧୋଇ ଦିଅନ୍ତୁ । ଏହା ମୁହଁର ଦାଗକୁ ଦୂର କରିବା ସହ ମୁହଁର ରଙ୍ଗ ଗୋରା କରିଥାଏ ।
- ଟମାଟୋରେ ଆଣ୍ଟି ଅକ୍ସାଇଡ଼ ରହିଛି । ଯାହା ମୁହଁକୁ ଉଜ୍ୱଳ ଓ ସୁନ୍ଦର କରେ । ଟମାଟୋ ରସ ସହ ବେସନ ମିଶାଇ ଲଗାଇବା ଦ୍ୱାରା ଆଖିତଳେ ଥିବା କଳା ଦାଗ ଦୂର ହୋଇଥାଏ । ୨୦ ରୁ ୨୫ ମିନିଟ ଏହାକୁ ଲଗାଇ ପାଣିରେ ଧୋଇଦିଅନ୍ତୁ ।
- କିଛି ଲୋକଙ୍କ ମୁହଁରେ କେଶ ଉଠିବାର ସମସ୍ୟା ରହୁଥିବାରୁ ସେମାନେ ଓ୍ଵାକ୍ସିଙ୍ଗ ବା ବ୍ଲିଚିଙ୍ଗ କରାଇଥାନ୍ତି । ଯଦି ଆପଣଙ୍କ ମୁହଁରେ କେଶ ଉଠିବାର ସମସ୍ୟା ରହିଛି, ତେବେ ବେସନରେ ଲେମ୍ବୁ ଏବଂ ପାଣି ମିଶାଇ ମୁହଁରେ ଲଗାନ୍ତୁ । ଶୁଖିଯିବା ପରେ କେଶ ଉଠିଥିବା ସ୍ଥାନକୁ ଭଲ ଭାବରେ ରଗଡ଼ି ବେସନକୁ ଛଡ଼ାଇ ଦିଅନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଆପଣଙ୍କ ମୁହଁରୁ କେଶ ହଟିଯିବ ।
- ଖରାଦିନେ ଟ୍ୟାନ୍ର ସମସ୍ୟା ଦେଖାଯିବା ଅତି ସାଧାରଣ । ନିଜ ମୁହଁ ବା ଶରୀରର କୌଣସି ଅଙ୍ଗରୁ ଟ୍ୟାନ୍ କମ କରିବା ପାଇଁ ଗୋଟେ ଚାମଚ ବେସନରେ କିଛି ହଳଦୀ, ଲେମ୍ବୁ ରସ ଏବଂ ପାଣି ମିଶାଇ ଟ୍ୟାନ୍ ହୋଇଥିବା ସ୍ଥାନରେ ଲଗାନ୍ତୁ ।- ବଢ଼ୁଥିବା ପ୍ରଦୂଷଣ ଏବଂ ମେକ୍ଅପ୍ ପାଇଁ ମୁହଁ ଖରାପ ହୋଇ ଯାଇଥାଏ । ମୃତ କୋଷିକା ଗୁଡ଼ିକ ବଢ଼ି ଯାଉଥିବାରୁ ମୁହଁ କଳା ଦେଖାଯିବାକୁ ଲାଗିଥାଏ । ଏଭଳି ସମସ୍ୟାକୁ ଦୂର କରିବା ପାଇଁ ବେସନରେ କଞ୍ଚା କ୍ଷୀର ମିଶାଇ ଲଗାନ୍ତୁ। ତ୍ୱଚା ଉଜ୍ୱଳ ହେବ ।
- ଶୁଷ୍କ ହେଉ କିମ୍ବା ତୈଳାକ୍ତ ସବୁ ତ୍ୱଚା ପାଇଁ ବେସନ ଉପକାରୀ ସାବ୍ୟସ୍ତ ହୋଇଥାଏ । ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀ କିମ୍ବା ପ୍ରଦୂଷଣ କାରଣରୁ ତ୍ୱଚାରେ ଦେଖାଯାଉଥିବା ସମସ୍ୟା ଦୂର କରିବା ପାଇଁ ବେସନ ପ୍ୟାକ୍ ଲଗାଇଲେ ମିଳିଥାଏ ସୁଫଳ । ବେସନ ଲଗାଇବା ଦ୍ୱାରା ତ୍ୱଚାର ରଙ୍ଗ ଉଜ୍ଜ୍ୱଳ ହେବା ସହ କଳାଦାଗ ଦୂର ହୋଇଥାଏ
- ତ୍ୱଚା ତୈଳାକ୍ତ ହୋଇଥିଲେ ଏହାକୁ ସାଧାରଣ ଅବସ୍ଥାକୁ ଆଣିବା ପାଇଁ ବେସନରେ ଗୋଲାପଜଳ ମିଶାଇ ମୁହଁରେ ଲଗାଯାଇଥାଏ । ପ୍ୟାକ୍ କୁ ୧ ଘଣ୍ଟା ପର୍ୟ୍ୟନ୍ତ ମୁହଁରେ ଲଗାଇ ପାଣିରେ ମୁହଁକୁ ଭଲଭାବେ ଧୋଇଲେ ତ୍ୱଚା କୋମଳ ହୋଇଥାଏ ।
- ବେସନରେ ଦହି ଓ ମଲାଇ ମିଶାଇ ଏହାକୁ ମୁହଁରେ ୨୦ ମିନିଟ୍ ଲଗାଇ ରଖିଲେ ତ୍ୱଚାରେ ଲୋମଛିଦ୍ର ଫିଟିଯାଏ ଫଳରେ ମୁହଁ ସଫା ଦିଶେ