• ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ ଦେଶ ପାଳୁଛି ପରାକ୍ରମ ଦିବସ
  • ପରାକ୍ରମ ଦିବସ ଅବସରରେ କୋଲକାତାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ
  • ଛୋଟବେଳୁ ନେତାଜୀଙ୍କ ନାଁ ମୋତେ ନୂଆ ଶକ୍ତି ଦେଉଥିଲା: ପ୍ରଧାନମନ୍ତ୍ରୀ
  • ଭିକ୍ଟୋରିଆ ମେମୋରିଆଲ ଉତ୍ସବରେ ଭାଷଣ ଦେଲେ ନାହିଁ ପଶ୍ଚିମବଙ୍ଗ CM ମମତା ବାନାର୍ଜୀ
  • କୋଏମ୍ୱାଟୁରରେ ରାହୁଲ ଗାନ୍ଧି ରୋଡ ଶୋ
  • ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ମିଡିଆକୁ ମନା
  • କୃଷୀ ଆଇନ, ଚାଷୀ ଆନ୍ଦୋଳନକୁ ନେଇ ବିଜେପି ଡ୍ରାମା କରୁଛି: କଂଗ୍ରେସ
  • ଟିକାକରଣ ଅଭିଯାନ: ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ତୃତୀୟ
  • ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ
  • କଟକ ଖାନନଗରରେ ୧୨ ଏକର ଜାଗାରେ ୬୫ କୋଟି ଟଙ୍କା ବ୍ୟୟରେ ହେବ ବସ୍ ଟର୍ମିନାଲ

ଯୁବା ରହିବାର ସହଜ ଉପାୟ, ଜାଣନ୍ତୁ ବ୍ୟାୟାମ ପରେ କେଉଁ ଜୁସ୍ ପିଇବେ

ଏମିତ ତ ପନିପରିବା ଏବଂ ଫଳମୂଳ ଜୁସ୍ ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ହେଲେ କ'ଣ ଆପଣ ଜାଣିଛନ୍ତି କି ଜିମରେ ଏକ୍ସରସାଇଜ୍ ପରେ ଜୁସ୍ ପିଇବା ଦ୍ୱାରା କ'ଣ ଲାଭ ମିଳିଥାଏ ? 

ଯୁବା ରହିବାର ସହଜ ଉପାୟ, ଜାଣନ୍ତୁ ବ୍ୟାୟାମ ପରେ କେଉଁ ଜୁସ୍ ପିଇବେ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ବିଟରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍ A ରହିଥିବାରୁ ଏହାର ଜୁସ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ବିଟ୍ ଜୁସରେ ଆଣ୍ଟିଅକ୍ସିଡେଣ୍ଟ୍, ଆଇରନ୍, ଫୋଲିକ୍ ଏସିଡ୍, ଭିଟାମିନ୍ C ଓ ମ୍ୟାଗ୍ନିସିୟମ୍ ରହିଛି । ଯାହା ତ୍ୱଚା ସମ୍ବନ୍ଧୀୟ ସମସ୍ତ ରୋଗର ଉପଚାର ପାଇଁ ଜରୁରୀ । ଅନେକ ଲୋକ ଏହି କାରଣ ଯୋଗୁଁ ଚିନ୍ତାରେ ରହିଥାନ୍ତି ଜିମ୍ ଯିବା ପୂର୍ବରୁ ଓ ପରେ କେଉଁ ଜିନିଷର ସେବକ କରିବା ଉଚିତ୍ ।  ଯାହାଦ୍ୱାରା ଆପଣ ଫିଟ୍ ଓ ସୁସ୍ଥ ରହିପାରିବେ ।  ଆପଣ ଜାଣିଛନ୍ତି କି,  ସେକ୍ ଏବଂ ଜୁସ୍ ଏକ୍ସରସାଇଜ୍ ପରେ ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ ।

ବିଟ୍ ଜୁସକୁ ସୁପର ଫୁଡ୍ ବା ସୁପର ଜୁସ୍ କୁହାଯାଇଥାଏ ।  କାରଣ ଆଥଲେଟିକ୍ ପ୍ରଦର୍ଶନରେ ସୁଧାର ଆଣିଥାଏ । ଏହି ଜୁସ୍ ପିଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ  ଏବଂ ରକ୍ତ ପ୍ରବାହ ବୃଦ୍ଧି ପାଇଥାଏ । ଆଇରନ୍, ମ୍ୟାଗ୍ନେସିୟମ୍, ଫୋଲେଟ୍ ଏବଂ ଆଣ୍ଟିଅକ୍ସିଡେଣ୍ଟ ଗୁଣରେ ଭରପୁର ବିଟ୍ ଜୁସ୍ ଏକ ଭଲ ପୋଷ୍ଟ ୱାର୍କଆଉଟ୍ ଡ୍ରିଙ୍କ୍ ଭାବେ ଜଣାଯାଏ ।

jeem

ଇଂଲଣ୍ଡରେ North mbrail university ଦ୍ୱାରା କରାଯାଇଥିବା ରିସର୍ଚ୍ଚ ଅନୁସାରେ, ବିଟ୍ ଜୁସ୍ ପିଇବା ଦ୍ୱାରା ମାଂସପେଶୀ ଉପରେ ଏହାର ବହୁ ସୁପ୍ରଭାବ ପଡିଥାଏ । କୌଣସି ଅନ୍ୟ ଖାଦ୍ୟ ପଦାର୍ଥ ତୁଳନାରେ ଏହା ଦ୍ରୁତ ଗତିରେ ଶରୀରକୁ ପୋଷକ ଯୋଗାଏ । ୨୦ଜଣ ଲୋକଙ୍କୁ ନେଇ ଏକ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ୩ଟି ଦଳରେ ବିଭାଜନ କରାଯାଇଥିଲା । ଗୋଟିଏ ଦଳ୨୫୦ ମିଲିଲିଟର ବିଟ୍ ଜୁସ୍ ସେବନ କରିଥିଲେ ।  ଦ୍ୱିତୀୟ ଦଳ ୧୨୫ ମିଲିଲିଟର ଏବଂ ତୃତୀୟ ଦଳକୁ ଏକ ପ୍ଲସବୋ ପ୍ରଦାନ କରାଯାଇଥିଲା ।  

ପରୀକ୍ଷାରୁ ଏହା ଜାଣିବାକୁ ମିଳିଲା ଯେ, ଯେଉଁ ଦଳ ଅଧିକ ବିଟ୍  ଜୁସ୍ ସେବନ କରିଥିଲେ ସାମନଙ୍କ ମାଂଶପେଶୀ ଶୀଘ୍ର ଠିକ ହୋଇଗଲା । ବିଟ୍ ଜୁସରେ ନାଇଟ୍ରିକ୍ ଅକ୍ସାଇଡ୍ ରହିଥିବାରୁ ମାଂସପେଶୀକୁ ଦୃତଗତିରେ  ଠିକ୍ କରିବାକୁ ସାହାଯ୍ୟ କରିଥାଏ  ଏବଂ ଜୁସ୍ ଯନ୍ତ୍ରଣାକୁ କମ୍ କରିଥାଏ ।  ପରୀକ୍ଷକ ଏହା ମଧ୍ୟ ଦାବି କରିଛନ୍ତି ଯେ, ଆପଣ ଏକ୍ସରସାଇଜ୍ ପରେ ବିଟ୍ ଜୁସ୍ ସହଜରେ ସେବନ କରିପାରିବେ ।  ପରୀକ୍ଷାରୁ ଏହା ଜଣାପଡ଼ିଲା  ମାରାଥନ ପୂର୍ବରୁ ଏହି ଜୁସକୁ ସେବନ ଦ୍ୱାରା ଦୃତ ଗତିରେ ଚାଲିବାକୁ ସାହାଯ୍ୟ କରିଥାଏ । 

ଆହୁରି ପଢନ୍ତୁ; ପିଅନ୍ତୁ ହଳଦୀ ପାଣି, ମିଳିବ ଅଦ୍ଭୁତ ଲାଭ