close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ମହମ୍ମଦ ଜୟନ୍ତୀ ପାଇଁ ଭଦ୍ରକ ପ୍ରସ୍ତୁତ

 ଏ ନେଇ ପ୍ରସ୍ତୁତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୁରକ୍ଷା କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

 ମହମ୍ମଦ ଜୟନ୍ତୀ ପାଇଁ ଭଦ୍ରକ ପ୍ରସ୍ତୁତ

ଜଗବନ୍ଧୁ ବେହେରା,ଭଦ୍ରକ: ମହାପୁରୁଷ ପ୍ରୋଫେଟ୍ ମହମ୍ମଦଙ୍କ ଜୟନ୍ତୀ ପାଳନ ପାଇଁ  ଉତ୍ସବ ମୁଖର ହୋଇପଡିଛି  ଭଦ୍ରକ ସହର । ଏ ନେଇ ପ୍ରସ୍ତୁତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ମହାପୁରୁଷ ମହମ୍ମଦଙ୍କ ବାଣୀ ଅନୁସରଣ କରି ଏହି ଦିନକୁ, ଇଦ-ମିଲାଦୁନ-ନବି ଭାବେ ପାଳନ କରିଥାନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ୭୦ରୁ ଅଧିକ ମେଢ ନିର୍ମାଣ ହେବା ସହ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ଚଳିତ ବର୍ଷ ଲଘୁଚାପ ବର୍ଷା ପାଇଁ ପ୍ରସ୍ତୁତି ସାମାନ୍ୟ ଫିକା ପଡିଥିବା ବେଳେ ତଥାପି ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ରହିଛି । ଏଥିଲାଗି  ବିଭିନ୍ନ ସାହି ବସ୍ତିରୁ ଏହି ମେଢ ଓ କାଫେଲା ଆସି ସହରରେ ଅବସ୍ଥିତ ଚଉଖଣ୍ଡିରୁ ସହର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଧର୍ମ ସଭା ଅନୁଷ୍ଠିତ ହେବ ବୋଲି ଚଉଦ ମହଲା ମୁସଲିମ ଜମାତ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏନେଇ ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।