close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଦେଶରେ ଅନନ୍ୟ ମଦ୍ରାସା, ପିଲାଏ କରନ୍ତି ଗୋ ସେବା

ଏଠି ମୁସଲମାନ ଛାତ୍ର କରନ୍ତି ଗୋ ସେବା...ଗାଈଙ୍କୁ ଗାଧୋଇବା, ରୋଟି ଖାଇବାକୁ ଦେବା ସହ କ୍ଷୀର ଦୋହିଥାନ୍ତି ଛାତ୍ରଛାତ୍ରୀ...ଜଙ୍ଗଲରେ ଦେଖିବାକୁ ମିଳେ ମୁସଲମାନ ଗାଈ ଚରାଳି...

ଦେଶରେ ଅନନ୍ୟ ମଦ୍ରାସା, ପିଲାଏ କରନ୍ତି ଗୋ ସେବା
ଗୋ ସେବାରେ ନିୟୋଜିତ ମଦ୍ରାସା ଛାତ୍ର

ହିମାଂଶୁ ଶେଖର ସାମଲ, ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛି ଗାଈଙ୍କୁ ନେଇ ରାଜନୀତି । ଦୁଇ ସମ୍ପ୍ରଦାୟ ଭିତରେ ସୃଷ୍ଟି ହେଉଛି ବିଭେଦତା । ହେଲେ ଏହାରି ଭିତରେ ମଧ୍ୟ ଏମିତି ଏକ ଚିତ୍ର ସାମ୍ନାକୁ ଆସୁଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆପଣଙ୍କ ଭିତରେ ଥିବା ନକରାତ୍ମକ ଧାରଣାକୁ ଦୂର କରିଦେବ । କାହିଁକିନା ଏଠି ମଦ୍ରାସାରେ ଦିଆଯାଉଛି ଗୋ ସେବାର ଶିକ୍ଷା । ଗୋଶାଳାରେ ସେବା କରୁଛନ୍ତି ଛାତ୍ରଛାତ୍ରୀ । 

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ସଟେ ତୁମଡ଼ା ଗାଁରୁ ଆସିଛି ଏପରି କିଛି ଚିତ୍ର । ଏଠାରେ ଥିବା ମଦ୍ରାସା ଅନ୍ୟ ମଦ୍ରାସା ତୁଳନାରେ ସମ୍ପର୍ଣ୍ଣ ଭିନ୍ନ । ଏଠି କେବଳ ପିଲାଙ୍କୁ ଇସଲାମିକ ତାଲିମ ଦିଆଯାଏ ନାହିଁ, ଆହୁରି ମଧ୍ୟ ଗୋ ସେବା କରିଥାନ୍ତି ଛାତ୍ରଛାତ୍ରୀ । ମଦ୍ରାସାରେ ପଢୁଥିବା ପିଲାମାନଙ୍କୁ ଶିକ୍ଷାଦାନ ଦେବା ସହ ଗାଈ ସେବା କରିବା ପାଇଁ ପ୍ରତ୍ସୋହିତ କରାଯାଏ । 

ମଦ୍ରାସାରେ ୨୦୦ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଇସଲାମିକ ଶିକ୍ଷା ଦେବା ସହ ଗାର୍ଡେନ ଶିକ୍ଷା, ହିନ୍ଦୀ, ଇଂରାଜୀ ଶିକ୍ଷା ପ୍ରଦାନ କରାଯାଉଛି । ଏହାସହ ପିଲାମାନଙ୍କୁ ଦେଶଭକ୍ତିର ପାଠ ମଧ୍ୟ ପଢା ଯାଉଥିବା ଜଣାପଡ଼ିଛି । ପିଲାମାନେ ସକାଳେ ପାଠ ପଢିବା ପରେ ଗୋଶାଳା ଯାଇ ଗୋ ସେବା କରିଥାନ୍ତି । ଗାଈଙ୍କୁ ରୋଟି ଖାଇବାକୁ ଦେବା ସହ, ଗାଧୋଇ ମଧ୍ୟ ଦେଇଥାନ୍ତି । ଏପରିକି ନିଜେ  କ୍ଷୀର ଦୋହିଥାନ୍ତି । ପରେ ନିକଟରେ ଥିବା ଏକ ଜଙ୍ଗଲକୁ ଗାଈ ଚରାଇବାକୁ ନିଆଯାଇଥାଏ । 

madrasa of Bhopal

ଦାରୁଲ ଅମୁଲ ହସିନିଆ ମଦ୍ରାସାର ସଚିବ ସୁଫି ମୁସାହିଦ ଉଜ ଜମାନ ଖାନ ଚିସ୍ତିଙ୍କ କହିବା କଥା ହେଲା, ଏହାର ସଂସ୍ଥାପକ ବହୁ ପୂର୍ବରୁ ଗାଈମାନଙ୍କୁ ଆଣି ସେବା କରୁଥିଲେ । କାରଣ ଗାଈର ଘିଅ ଓ ଦୁଗ୍ଧ ବିଭିନ୍ନ ରୋଗରୁ ମୁକ୍ତି  ମିଳିଥାଏ । ଯେଉଁଥିପାଇଁ ମଦ୍ରାସାରେ ଗାଈମାନଙ୍କୁ ରଖାଯାଉଛି ।  ଗୋଶାଳାରେ ପାଖିପାଖି ୨୫ଟି ଗାଈ ରହିଛନ୍ତି । ମୁସଲିମ ଛାତ୍ରମାନଙ୍କୁ ଗୋଶାଳାରେ ପାଠ ପଢାଯିବା ସହ ଗୋ ସେବା ଶିକ୍ଷାଦାନ କରାଯାଉଛି ।