ଭୋପାଳ ଗ୍ୟାସ ଟ୍ରାଜେଡିକୁ ୩୫ ବର୍ଷ: ପୀଡ଼ିତଙ୍କ ତୃତୀୟ ପିଢ଼ି ବି ବିକଳାଙ୍ଗ

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ୩୫ ବର୍ଷ ପୂର୍ବେ ହୋଇଥିବା ଗ୍ୟାସ୍ ଟ୍ରାଜେଡିରେ ପୀଡ଼ିତଙ୍କ କଷ୍ଟ କମ୍ ହେବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ସାଢ଼େ ତିନି ଦଶକରେ କେନ୍ଦ୍ରରେ ସରକାର ବଦଳି ଯାଇଛନ୍ତି, ହେଲେ ପୀଡ଼ିତଙ୍କ ଭାଗ୍ୟରେ କିଛି ପରିବର୍ତ୍ତନ ଘଟିନାହିଁ ।  ସେମାନଙ୍କୁ ସେତିକି ସାହାଯ୍ୟ ମିଳିପାରିନାହିଁ, ଯେତିକିର ଆବଶ୍ୟକତା ରହିଥିଲା  । ଆଇଏଏନଏସ୍ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଗ୍ୟାସ ପୀଡ଼ିତଙ୍କୁ ଆର୍ଥିକ ସାହାଯ୍ୟ ମିଳିଲା । ହେଲେ ସେମାନଙ୍କ ଅବସ୍ଥା ଏତେ ଖରାପ ଯେ, ସେମାନଙ୍କୁ ପିଇବାକୁ ସୁଦ୍ଧ  ପାଣି ଟିକେ ମିଳିପାରୁନାହିଁ ।

ଭୋପାଳ ଗ୍ୟାସ ଟ୍ରାଜେଡିକୁ ୩୫ ବର୍ଷ: ପୀଡ଼ିତଙ୍କ ତୃତୀୟ ପିଢ଼ି ବି ବିକଳାଙ୍ଗ
ଫାଇଲ ଫଟୋ

ନୂଆଦିଲ୍ଲୀ: ୨-୩ ଡିସେମ୍ୱର , ୧୯୮୪ ମସିହା । ରାତିରେ ୟୁନିୟନ କାର୍ବାଇଟ୍ କ୍ଷେତ୍ରରେ ବିଶାକ୍ତ ଗ୍ୟାସ୍ ମିଥାଇଲ୍ ଆଇସୋ ସାଇନାଇଡ(ମିକ) ଲିକ ଯୋଗୁଁ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ଭୟଙ୍କର ଦୁର୍ଘଟଣାରୁ  ବଞ୍ଚିଯାଇଥିବା ଲୋକଙ୍କ ସେହି ରାତି କଥା ମନେପଡ଼ିଗଲେ  ଲୋମ୍ ଟାଙ୍କୁରି ଉଠେ । ଆଜିବି ସେହି ଭୟଙ୍କର ରାତିକୁ ମନେପକାଇବାକୁ ଚାହୁଁନାହାନ୍ତି ସେମାନେ ।

ଗ୍ୟାସରେ ଶିକାର ପରିବାର ଲୋକେ ଦ୍ୱିତୀୟ ଏବଂ ତୃତୀୟ ପିଢ଼ିର ପିଲା  ବିକାଳାଙ୍ଗ  ଅବସ୍ଥାରେ ଜନ୍ମ ହେଉଛନ୍ତି ।  ସେହି ପିଲାମାନଙ୍କ ମଧ୍ୟରୁ ୧୫ ବର୍ଷୀୟ ଜଣେ ପିଲା ହେଉଛି ମୋହମ୍ମଦ ଜୈଦ ।  ଏହି ପିଲାର ଜୀବନ ବୋଝ ହୋଇଯାଇଛି ।  ତାର ବୁଝାପଡ଼ୁନାହିଁ ତାକୁ ଏହି ଦଣ୍ଡ କଣ ପାଇଁ ମିଳୁଛି ।  

ଏକ ସଂସ୍ଥା ଏହି ଗ୍ୟାସ ପୀଡ଼ିତକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ।  ଉକ୍ତ ସଂସ୍ଥାର ଜଣେ ସଦସ୍ୟ ଚମ୍ପା ଶୁକ୍ଳାଙ୍କ କହିବା ଅନୁଯାୟୀ ଏହି ସଂସ୍ଥାକୁ ପ୍ରତିଦିନ ପାଖାପାଖି ୧୭୦ ଜଣ ପିଲା ଆସିଥାନ୍ତି ।  ଏହି ପିଲାଙ୍କୁ ଫିଜିଓ ଥେରାପି, ସ୍ପିଚ ଥେରାପି ଓ  ବିଶେଷ ଶିକ୍ଷା ପ୍ରଦାନ କରାଯାଇଥାଏ । ଏହି ପିଲାଙ୍କୁ ଚିଙ୍ଗାରି ପୁନର୍ବାସ କେନ୍ଦ୍ରକୁ ଆସିବା ପାଇଁ ସ୍ୱତନ୍ତ୍ର ଗାଡ଼ିର ସୁବିଧା ଉପଲବ୍ଧ ରହିଛି ।  ଏହା ସହ ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଉଛି ।

2

ଜେପି ନଗରରେ ରହୁଥିବା ମୁମତାଜ ବିବିଙ୍କ ସ୍ୱାମୀ ମୋହମ୍ମଦ ସଇଦ ମଧ୍ୟ ବିଶାକ୍ତ ଗ୍ୟାସର ଶିକାର ହୋଇଥିଲେ ।  ବାରମ୍ୱାର ରୋଗରେ ପଡ଼ି ଗତ କିଛିଦିନ ତଳେ ତାଙ୍କର ମୃତ୍ୟୁ ହୋଇଗଲା । ମୁମତାଜଙ୍କ କହିବା ଅନୁଯାୟୀ ସଇଦଙ୍କ ଲଙ୍ଗସ ପୁରାପୁରୀ ଭାବେ ପ୍ରଭାବିତ ହୋଇଥିଲା ।  ସେ ବିଶାକ୍ତ ଗ୍ୟାସରେ ରୋଗ ଯୋଗୁଁ ତାଙ୍କୁ ୨୫ ହଜାର ଟଙ୍କା କ୍ଷତିପୂରଣ ମିଳିଥିଲା ।  

ଭୋପାଳ ଗ୍ୟାସ ପୀଡ଼ିତ ସଂଘର୍ଷ ସହଯୋଗ ସମିତି ସଂଯୋଜକ ସାଧନା କାର୍ତ୍ତିକଙ୍କ କହିବା ଅନୁଯାୟୀ ସରକାର ଗ୍ୟାସ ପୀଡ଼ିତଙ୍କ ପ୍ରତି ନକରାତ୍ମକ ବ୍ୟବହାର ଦେଖାଉଛନ୍ତି ।  ଅଭିଯୋଗ ଅନୁଯାୟୀ ଗ୍ୟାସ ପ୍ରଭାବିତ କ୍ଷେତ୍ରରେ ବସବାସ କରୁଥିବା ଲୋକଙ୍କୁ ବିଶାକ୍ତ ଏବଂ ଦୂଷିତ ପାଣି ପିଇବାକୁ ମିଳୁଛି । ଏହି କାରଣରୁ କିଡନୀ, ଲଙ୍ଗସ୍ ହାର୍ଟ, ଆଖି ରୋଗ ଏବଂ କ୍ୟାନ୍ସର ପରି ରୋଗୀଙ୍କ ସଂଖ୍ୟାରେ ବଢ଼ିବାରେ ଲାଗିଛି ।  ଜଣଙ୍କ ପରେ ଜଣେ ଗ୍ୟାସ ପୀଡ଼ିତଙ୍କ ମୃତ୍ୟୁ ହେବାରେ ଲାଗିଛି ।  ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ଦେବାକୁ ସେମାନଙ୍କ ପଞ୍ଜିକରଣ କରାଯାଉନାହିଁ ।  

8

ଗ୍ୟାସ୍ ଟ୍ରାଜେଡ଼ିରେ ପ୍ରଭାବିତ ବସ୍ତିରେ ଏବେ ମଧ୍ୟ ପୀଡ଼ିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନେକ ସ୍ଥାନରେ ବିକଳାଙ୍ଗ ଲୋକ ନଜର ଆସୁଛନ୍ତି ।  ବିଧବାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗ୍ୟାସ ପୀଡ଼ିତଙ୍କ ପାଇଁ ହସ୍ପିଟାଲ ଖୋଲାଯାଇଛି ସତ । ହେଲେ ସେଠାରେ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ମିଳୁନାହିଁ ।

ଆହୁରି ପଢନ୍ତୁ; ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା: ପୋଲିସ ଜାରି କଲା ୧୪ଟି ଟିପ୍ସ, ଟିପ୍ସ ଦେଖି ତାତିଲେ ମହିଳା

ଗୋଟିଏ ରାତିରେ ହଜାର ହଜାର ଜୀବନ ଲିନ ପାଇଁ ଦାୟୀ ଥିଲା ଆମେରିକାର କମ୍ପାନୀ ଡାଇ କେମିକାଲ  । ହେଲେ ଦୁର୍ଭାଗ୍ୟର କଥା, ସରକାରଙ୍କ ପକ୍ଷରୁ କମ୍ପାନୀ ବିରୋଧରେ ସେମିତି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ଆଉ ମୃତକଙ୍କ ପରିବାରଙ୍କୁ ମଧ୍ୟ ଉଚିତ ପରିମାଣର କ୍ଷତିପୂରଣ ମିଳିନଥିଲା । ଭୁଲ ତ କଲା ଆମେରିକୀୟ କମ୍ପାନୀ, ହେଲେ ବର୍ଷ ବର୍ଷ ଧରି ଏହାର ପରିଣାମ ଭଗୁଛନ୍ତି ନିରୀହ ଜନ ସାଧାରଣ । 

ଆହୁରି ପଢନ୍ତୁ; ବାହାଘରେ ମାତିଛନ୍ତି ମୁଖ୍ୟମନ୍ତ୍ରୀ ! ପୀଡିତାଙ୍କ ପରିବାରକୁ ଏପର୍ଯ୍ୟନ୍ତ ଭେଟିନାହାଁନ୍ତି KCR