• ଆଜି ‘ମନ କି ବାତ୍’ର ୬୨ତମ ସଂସ୍କରଣ
  • ବିଜେଡ଼ି ସଭାପତି ନିର୍ବାଚନ
  • ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ
  • ଆଜି ଭାରତ ଫେରିବ ଅଣ୍ଡରୱାର୍ଲଡ ଡ଼ନ୍ ରବି ପୂଜାରୀ
  • ଗତ ସପ୍ତାହରେ ଆଫ୍ରିକାର ସେନେଗଲରୁ ହୋଇଥିଲା ଗିରଫ
  • ଭାରତୀୟ ସୁରକ୍ଷା ସଂସ୍ଥା ଦୀର୍ଘ ବର୍ଷ ହେଲା ପ୍ରତ୍ୟାବର୍ତ୍ତନ ପାଇଁ କରୁଥିଲା ଉଦ୍ୟମ
  • ଶାହୀନ ବାଗ ପରେ ଜାଫରାବାଦରେ ସିଏଏ ଓ ଏନଆରସିକୁ ବିରୋଧ
  • ଜାଫରାବାଦ ମେଟ୍ରୋ ଷ୍ଟେସନ ନିକଟରେ ଆନ୍ଦୋଳନ
  • ଜାଫରାବାଦ ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ବାଟ ବନ୍ଦ
  • ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ

ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଫ୍ରି ଏଣ୍ଟ୍ରି ବନ୍ଦ କଲା ଭୁଟାନ

ବାଂଲାଦେଶ ଓ ମାଳଦ୍ୱୀପ ପର୍ଯ୍ୟଟଙ୍କ ପାଇଁ ଚାର୍ଜ

ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଫ୍ରି ଏଣ୍ଟ୍ରି  ବନ୍ଦ କଲା ଭୁଟାନ
ଫଟୋ ସୌଜନ୍ୟ: ଜୀ ମିଡିଆ

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର:  ବିଶ୍ୱର ଶାନ୍ତି ପ୍ରିୟ ଦେଶ ଭୁଟାନ୍ । ବୌଦ୍ଧ ସଂସ୍କୃତି ଓ ସ୍ଥଳ ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଭୁଟାନ୍ । ନିକଟରେ କିନ୍ତୁ ଭୁଟାନ ସରକାର ନେଇଛନ୍ତି କଠୋର ନିଷ୍ପତ୍ତି । ଭାରତ ସମେତ ବାଂଲାଦେଶ, ମାଳଦ୍ୱୀପର ପର୍ଯ୍ୟଟକଙ୍କୁ ଭୁଟାନରେ ଫ୍ରି ଏଣ୍ଟ୍ରିକୁ ବନ୍ଦ କରିଦେଇଛନ୍ତି । ଏଣିକି ଭୁଟାନ ଯିବାକୁ ହେଲେ ୩ଟି ଦେଶର ଯାତ୍ରୀଙ୍କୁ ପ୍ରତିଦିନ ହିସାବରେ ଦେବାକୁ ପଡ଼ିବ ୧୨୦୦ଟଙ୍କା ।

ବିଦେଶ ଯାତ୍ରୀଙ୍କ ପାଇଁ ଧାର୍ଯ୍ୟ କରାଯାଇଥିବା ଏହି ଚାର୍ଜକୁ ଭୁଟାନ ସରକାର Sustainable development (ଏସଡ଼ିଏଫ୍) ବୋଲି କହିଛନ୍ତି । ଆସନ୍ତା ଜୁଲାଇ ମାସରୁ ଏହି ଚାର୍ଜ ଆଦାୟ କରାଯିବ । ଭୁଟାନର National Assemblyରେ 'Tourism Levy and Exemption Bill -2020 ନାମରେ ଏଭଳି ଏକ ବିଲ୍ ପାସ୍ କରାଯାଇଛି ।

z

ଭାରତ, ଶ୍ରୀଲଙ୍କା ଓ ମାଳଦ୍ୱୀପ ପର୍ଯ୍ୟଟକଙ୍କଠାରୁ ଆଦାୟ ହେଉଥିବା ଏହି ଫି' ଅନ୍ୟ ଦେଶର ପର୍ଯ୍ୟଟକଙ୍କ ଫି ଅପେକ୍ଷା ଖୁବ୍ କମ୍ । ଏହି ୩ ଦେଶ ବ୍ୟତୀତ ଅନ୍ୟ ଦେଶର ପର୍ଯ୍ୟଟକଙ୍କ ଠାରୁ ଦିନକୁ ୧୭ ହଜାର ଟଙ୍କା ନିଆଯାଏ . 

ଅଧିକାଂଶ ଭାରତୀୟ ଭୁଟାନର ପଶ୍ଚିମ ଭାଗରେ ବୁଲାବୁଲି କରିବାକୁ ଅଧିକ ପସନ୍ଦ କରନ୍ତି । ଏଥିପାଇଁ ସରକାର ପୂର୍ବ ଭୁଟାନକୁ ଅଧିକ ବିକଶିତ କରିବା ପାଇଁ ଏସଡ଼ିଏଫ୍ ଚାର୍ଜ ଏଠି କମ୍ ରଖିଛନ୍ତି । ଏହି ଚାର୍ଜ ୫ ବର୍ଷରୁ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ । ୬-୧୨ ବର୍ଷ ପିଲାଙ୍କ ପାଇଁ ଏଣ୍ଟ୍ରି ଚାର୍ଜ ୬୦୦ଟଙ୍କା ଧାର୍ଯ୍ୟ କରାଯାଇଛି ।

b

ଭୁଟାନରେ କ'ଣ ବୁଲି ଦେଖିବେ ?

ଭୁଟାନରେ ପ୍ରାଚୀର ଚିତ୍ର ( Wall Painting), ଥାଙ୍ଗକା ଓ ମୂର୍ତ୍ତି ପାଇଁ ପ୍ରସିଦ୍ଧ । ଏଠି ଆପଣ ଥିମ୍ପୁ ଚୋର୍ଟନ୍, ବୁଦ୍ଧ ଡୋରଡେନମା, କ୍ଲାକ୍ ଟାୱାର ସ୍କୋୟାର୍, ଟେଙ୍ଗୋ ବୌଦ୍ଧ ଇନଷ୍ଟିଚ୍ୟୁଟ୍, ଦୋ ଚୁଲା ପାସ୍, ଭୂଟାନ ଜାତୀୟ ଲାଇବ୍ରେରୀ ଓ ରୋୟାଲ୍ ବଟାନିକାଲ୍ ଗାର୍ଡ଼େନ୍ ଭଳି ସୁନ୍ଦର ଓ ଆକର୍ଷଣୀୟ ସ୍ଥାନ ରହିଛି ।

ବୁଲାବୁଲି କରିବାର ସଠିକ୍ ସମୟ ?

  • ଅକ୍ଟୋବରରୁ ନଭେମ୍ବର ମାସ ପର୍ଯ୍ୟନ୍ତ ହେଉଛି ପ୍ରକୃଷ୍ଟ ସମୟ ।
  • ଏହି ସମୟରେ ପାଗ ବୁଲାବୁଲି କରିବା ପାଇଁ ଅନୁକୂଳ ଅଟେ ।

 
କେମିତି ଯିବେ ଭୁଟାନ ?

  • ଆକାଶପଥ କିମ୍ବା ସ୍ଥଳପଥ ମାଧ୍ୟମରେ ଭୁଟାନ ଯାଇପାରିବେ ।
  • ଫ୍ଲାଇଟରେ ଯିବାକୁ ଚାହୁଁଥିଲେ, ଭୁଟାନ ଏୟାରଲାଇନ୍ସରେ ଯାଆନ୍ତୁ । ଆପଣ ସିଧାସଳଖ ଭୁଟାନ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ପହଞ୍ଚିଯିବେ ।
  • ରୋଡ଼ଟ୍ରିପ୍ କରିବାକୁ ଚାହୁଁଥିଲେ, ଆପଣଙ୍କୁ ଭାରତ-ଭୁଟାନ ସୀମା ସ୍ଥିତ ଫୁନସୋଲିଂଗ୍ ଠାରୁ ଟୁରିଷ୍ଟ ପରମିଟ୍ ଆଣିବାକୁ ପଡ଼ିବ ।
  • ଏଥିପାଇଁ ଆପଣଙ୍କ ନିକଟରେ ପାସପୋର୍ଟ ବା ପାସପୋର୍ଟ ସାଇଜର ଦୁଇଟି ଫୋଟୋ ଥିବା ଆବଶ୍ୟକ ।

 
t

ରହିବେ କେଉଁଠି ?

  • ଗୋଟିଏ ରାତି ରହିବା ପାଇଁ ଭୁଟାନରେ ଅନେକ ହୋଟେଲ ଉପଲବ୍ଧ ।
  • ଗୋଟିଏ ରାତ୍ରି ପାଇଁ ୫୦୦ରୁ ୭୦୦ ଟଙ୍କା ଖର୍ଚ୍ଚ ହେବ ।

କ'ଣ ଖାଇବେ ?

  • ଡିଫରେଣ୍ଟ ଓ ନିଆରା ଖାଦ୍ୟ ପାଇଁ ଭୁଟାନ୍ ପ୍ରସିଦ୍ଧ ।
  • ୮୦ରୁ ୧୦୦ଟଙ୍କା ଭିତରେ ପେଟ ଭର୍ତ୍ତି ଖାଇବା ମିଳିଯିବ ।
  • ଏଠାକାର ଷ୍ଟ୍ରିଟ୍ ଫୁଡ଼ର ମଧ୍ୟ ଟେଷ୍ଟ ନିଆରା ।

ଆହୁରି ପଢ଼ନ୍ତୁ; ନିର୍ଭୟା ମାମଲା:ବିନୟ ଓ ମୁକେଶ ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ