'ମୋତେ ପ୍ଲାଷ୍ଟିକ ଦିଅ, ମୁଁ ତୁମକୁ ଚାଉଳ ଦେବି'
Advertisement

'ମୋତେ ପ୍ଲାଷ୍ଟିକ ଦିଅ, ମୁଁ ତୁମକୁ ଚାଉଳ ଦେବି'

ଜନ୍ମଦିନରୁ ବିଧାୟିକାଙ୍କ ପରିବେଶ ସୁରକ୍ଷା ପଣ । ଯେତିକି ପ୍ଲାଷ୍ଟିକ ଦେବ, ସେତିକି ଚାଉଳ ନେବ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଜନ ପ୍ରତିନିଧି ହେବ ତ ଏମିତି । ଜନ୍ମଦିନରୁ ପରିବେଶ ସୁରକ୍ଷାର ପଣ । ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଢିବା ଲକ୍ଷ୍ୟରେ ବିଧାୟିକା । କିଲେ ପ୍ଲାଷ୍ଟିକ ଦିଅ, ପ୍ରତିବଦଳରେ କିଲେ ଚାଉଳ ନିଅ । ଏମିତି ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ଆନ୍ଧ୍ରପ୍ରଦେଶ ନାଗରୀ ବିଧାୟିକା ଆର।କେ ରୋଜା । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । 

ନଭେମ୍ବର ୧୭ ଅର୍ଥାତ ଆସନ୍ତାକାଲି YSRCP ବିଧାୟିକା ଆର।କେ ରୋଜାଙ୍କ ଜନ୍ମଦିନ । ଯେଉଁଦିନ ସମସ୍ତେ ମସ୍ତି ମୁଡରେ ରହିବାକୁ ପସନ୍ତ କରିଥାନ୍ତି । ହେଲେ ଏଥର ରୋଜାଙ୍କୁ ଘାରିଛି ପରିବେଶ ଚିନ୍ତା । ନିଜ ନିର୍ବାଚନ ମଣ୍ଡଳୀକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସତେ ଯେମିତି ସେ ପଣ କରିଛନ୍ତି । ଏଣେତେଣେ ପଡିଥିବା ଅବ୍ୟବହୃତ ପ୍ଲାଷ୍ଟିକକୁ ସଫା କରିବା ପାଇଁ ଆରମ୍ଭ କରିବାକୁ ଯାଉଛନ୍ତି ଏପରି ଏହି ଅଭିଯାନ । 

fallback

ରୋଜାଙ୍କ ଜନ୍ମଦିନ ନଭେମ୍ୱର ୧୭ରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗମୋହନ ରେଡ୍ଡୀଙ୍କ ଜନ୍ମଦିନ ଡିସେମ୍ବର ୨୧, ମାସେରୁ ଉର୍ଦ୍ଧ୍ୱ ସମୟ ଧରି ଏହି ମିଶନ ଜାରି ରହିବ । ବିଧାୟିକାଙ୍କ ବିଶ୍ୱାସ, ଏହାରି ଭିତରେ ନାଗରୀରେ ଏଣେତେଣେ ପଡିରହିଥିବା ସବୁ ପ୍ଲାଷ୍ଟିକ ଜିନିଷ ସଫା ହୋଇଯିବ । ୱାର୍ଡ, ଗାଁ, ପଞ୍ଚାୟତ, ସବୁଠି ହେବ ପ୍ଲାଷ୍ଟିକ ମୁକ୍ତ । 

ଆର୍ଥିକ ମାନ୍ଦାବସ୍ଥା ନେଇ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ, ଚାଲିଛି ପ୍ରସ୍ତୁତି ବୈଠକ

ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲାର ନାଗରୀ ବିଧାନସଭା ମଣ୍ଡଳୀରୁ ୨ଥର ହେଲା ନିର୍ବାଚିତ ହୋଇଆସୁଛନ୍ତି ବିଧାୟିକା ଆର।କେ ରୋଜା । ଫିଲ୍ମ ଦୁନିଆରୁ ରାଜନୀତିକୁ ଆସିଥିବା ରୋଜାଙ୍କ ଏପରି ମିଶନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି । ପ୍ଲାଷ୍ଟିକକୁ ନା, ଏବେ ସାରା ଦେଶରେ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ସବୁଠି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଦୋକାନ ବଜାରରେ ପଲିଥିନ ଉପରେ ରୋକ ଲଗାଯାଉଛି । ଆଉ ଠିକ ଏଭଳି ସମୟରେ ଆଉ ପାଦେ ଆଗକୁ ବଢିଛନ୍ତି ଆର।କେ। ରୋଜା ।