• ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଶାସନ
  • ୪୬ତମ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ୍
  • ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ
  • ପରୀ ହତ୍ୟା ମାମଲା: ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲା ଗଲା ଚିଲଡ୍ରେନ କୋର୍ଟ
  • ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା; ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ରଙ୍କୁ ଆଗୁଆ ଜାମିନ୍
  • ଗୁରୁବାରଠୁ ବିନା କଟକଣାରେ ଜଗା ଦର୍ଶନ
  • ଅଭିଭାବକଙ୍କୁ ଆଶ୍ୱସ୍ତି; ରାଜ୍ୟରେ କୋହଳ ହେଲା ଘରୋଇ ସ୍କୁଲ ଫି'
  • ୭ଟି ସ୍ଲାବରେ ଘରୋଇ ସ୍କୁଲ ଫି' ଛାଡ ନିଷ୍ପତ୍ତି
  • LICj MD ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ଅଭିନୟରୁ ଅବସର ନେବେ ବିଗ ବି!

ନିଜ ବ୍ଲଗରେ ଅଭିନୟ ଦୁନିଆରୁ ଅବସର ନେବାର ସୂଚନା ଦେଲେ ଅମିତାଭ!

ଅଭିନୟରୁ ଅବସର ନେବେ ବିଗ ବି!
ସୌଜନ୍ୟ: ସୋସିଆଲ ମିଡିଆ

ଗୌରବ ସାମଲ, ମୁମ୍ୱାଇ: ଆଲ୍ଲାହାବାଦରେ ଜନ୍ମିତ ବିଗ ବି ଅମିତାଭ ବଚ୍ଚନ ସିନେମା ଜଗତରେ ନିଜର ୫୦ ବର୍ଷ ପୂରଣ କରି ସାରିଲେଣି । ୧୯୬୯ ମସିହାରେ ନିଜର ପ୍ରଥମ ଚଳଚିତ୍ର ସାତ ହିନ୍ଦୁସ୍ତାନୀ ଦ୍ୱାରା ବଲିଉଡ଼ରେ ପାଦ ଦେଇଥିଲେ ଅମିତାଭ । ପ୍ରଥମ ଫିଲ୍ମରେ ତାଙ୍କୁ ମନ ମୁତାବକ ସଫଳତା ମିଳି ନ ଥିଲା । ୧୯୭୧ ମସିହାରେ ଆନନ୍ଦ ଫିଲ୍ମରେ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ସହିତ ତାଙ୍କୁ ଅଭିନୟ କରିବାକୁ ସୁଯୋଗ ମିଳିଥିଲା । ଆନନ୍ଦରେ ସୁନ୍ଦର ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ସହକଳାକାର ପାଇଁ ଫିଲ୍ମ ଫେୟାର ମଧ୍ୟ ମିଳିଥିଲା ।

ଏହାପରେ ୧୯୭୩ ମସିହାରେ ଜଞ୍ଜିର ଚଳଚ୍ଚିତ୍ରରୁ ନିଜର ନୂତନ ପରିଚୟ ସୃଷ୍ଟି କରିଥିଲେ  ସେ । ୧୯୭୦ ଦଶକରେ ଆରମ୍ଭ ହୋଇଯାଇଥିଲା ଆଙ୍ଗରି ୟଙ୍ଗ ମ୍ୟାନଙ୍କର ଯୁଗ । ତାପରେ ଆଉ ପଛକୁ ଫେରି ନହାନ୍ତି ଅମିତାଭ । ଗୋଟେ ପରେ ଗୋଟେ ସୁପରହିଟ ଚଳଚିତ୍ର ଦେଇ ସାଜିଗଲେ ମେଗାଷ୍ଟାର । କୁଲି, ଶେହେନସାହ, ସୁହାଗ, ଅମର ଆକବର ଆନ୍ଥୋନୀ, ଡନ ଭଳି ଚଳଚିତ୍ର ସବୁରେ ଉଚକତିର ଅଭିନୟ କରି ନିଜର କୀର୍ତ୍ତିମାନ ଚଳଚିତ୍ର ଜଗତରେ ସ୍ଥାପନ କରିପାରିଛନ୍ତି ।

ଏଥି ସହ ଅମିତାଭ ସୋସିଆଲ ମିଡିଆରେ ମଧ୍ୟ ସବୁବେଳେ ଆକ୍ଟିଭ ରହିବ ସହିତ ନିଜର ପ୍ରଶଂସକଙ୍କ ସହିତ ଜଡିତ ରୁହନ୍ତି । ଇତି ମଧ୍ୟରେ ଅମିତାଭ ନିଜ ବ୍ଲଗରେ ଅଭିନୟରୁ ଅବସର ନେବେ ବୋଲି ସୂଚନା ଦେଇଛନ୍ତି । ''ମୋ ମୁଣ୍ଡ କିଛି ଚାହୁଁଥିବା ବେଳେ ହାତ ଆଉ କିଛି ଚାହୁଁଛି'' ବୋଲି ନିଜ ବ୍ଲଗ ଦ୍ୱାରା ସୂଚନା ଦେଇଛନ୍ତି । ଏବେ ସେ ରଣବୀର ଓ ଆଲିଆଙ୍କ ସହିତ ବ୍ରହ୍ମାସ୍ତ୍ର ଚଳଚିତ୍ର ପାଇଁ ଶୁଟିଂ କରୁଛନ୍ତି ।

ନିଜ କ୍ୟାରିଅରରେ ଶ୍ରେଷ୍ଠ ଅଭିନୟ ପାଇଁ ୪ ଥର ନ୍ୟାସନାଲ ଆୱାର୍ଡ ପାଇଥିବାବେଳେ ୨୦୧୮ରେ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନୀତ କରାଯାଇଛି । ଚଳଚିତ୍ର ଜଗତରୁ ତାଙ୍କର ଅବସର ସିନେ ପ୍ରେମୀ ମାନଙ୍କ ପାଇଁ ଏକ ଦୁଃଖର ବିଷୟ ହେବ ବୋଲି ପ୍ରଶଂସକ ମାନେ କହଛନ୍ତି ।