'ବିଗବସ-13'ର ସବୁଠାରୁ ଫେବରେଟ ପ୍ରତିଯୋଗୀ ବନିଲେ ଅସୀମ ରିୟାଜ, ଟ୍ୱିଟରରେ ହେଉଛି ଟ୍ରେଣ୍ଡ
Advertisement

'ବିଗବସ-13'ର ସବୁଠାରୁ ଫେବରେଟ ପ୍ରତିଯୋଗୀ ବନିଲେ ଅସୀମ ରିୟାଜ, ଟ୍ୱିଟରରେ ହେଉଛି ଟ୍ରେଣ୍ଡ

ଭାରତର ଲୋକପ୍ରିୟ ଟିଭି ରିୟାଲିଟି ଶୋ' ମଧ୍ୟରୁ 'ବିଗବସ' ହେଉଛି ଅନ୍ୟତମ  । ଦେଶର ଯୁବବର୍ଗ ଏହାକୁ ବହୁତ ପସନ୍ଦ କରିଥାନ୍ତି । ପ୍ରତିବର୍ଷ ଏହାର ନୂଆ ନୂଆ ସିଜନଗୁଡିକ ଆସିଥାଏ । ବର୍ତ୍ତମାନ ବିଗବସ  ସିଜିନ ୧୩ ଚାଲିଛି । ଏହି ସିଜନରେ ବିଗବସ ଘରେ ବହୁତ କିଛି ଦେଖିବାକୁ ମିଳୁଛି ।  ଏହି ଘରର ଜଣେ ପ୍ରତିଯୋଗୀ ଅସୀମ ରିୟାଜଙ୍କୁ ପ୍ରଥମ ଟାସ୍କକୁ ପୂରଣ କରିବା ପୂର୍ବରୁ ଛାଡି ଦେବାରୁ ଟ୍ରୋଲ ହେବାକୁ ପଡିଥିଲା ।

ଅସୀମ ରିୟାଜ

ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ ଟିଭି ରିୟାଲିଟି ଶୋ' ମଧ୍ୟରୁ 'ବିଗବସ' ହେଉଛି ଅନ୍ୟତମ  । ଦେଶର ଯୁବବର୍ଗ ଏହାକୁ ବହୁତ ପସନ୍ଦ କରିଥାନ୍ତି । ପ୍ରତିବର୍ଷ ଏହାର ନୂଆ ନୂଆ ସିଜନଗୁଡିକ ଆସିଥାଏ । ବର୍ତ୍ତମାନ ବିଗବସ  ସିଜିନ ୧୩ ଚାଲିଛି । ଏହି ସିଜନରେ ବିଗବସ ଘରେ ବହୁତ କିଛି ଦେଖିବାକୁ ମିଳୁଛି ।  ଏହି ଘରର ଜଣେ ପ୍ରତିଯୋଗୀ ଅସୀମ ରିୟାଜଙ୍କୁ ପ୍ରଥମ ଟାସ୍କକୁ ପୂରଣ କରିବା ପୂର୍ବରୁ ଛାଡି ଦେବାରୁ ଟ୍ରୋଲ ହେବାକୁ ପଡିଥିଲା ।

ବର୍ତ୍ତମାନ ସେ ଚଳିତ ସିଜନର ସବୁଠାରୁ ଲୋକପ୍ରିୟ ପ୍ରତିଯୋଗୀ ବନିଯାଇଛନ୍ତି । ନିକଟ ଅତୀତରେ ବିଗବସରେ ହୋଇଥିବା ନୋମିନେଶନ ଟାସ୍କରେ ତାଙ୍କ ଧୈର୍ଯ୍ୟ ଓ ଦୃଢ଼ତାକୁ ଦେଖି ଲୋକେ ବହୁତ ପସନ୍ଦ କରୁଛନ୍ତି । ଅସୀମ ଦର୍ଶକଙ୍କ ମନରେ ଏକ ଖାସ୍ ସ୍ଥାନ ବନେଇବାରେ ସଫଳ ହୋଇଛନ୍ତି । 

ଦର୍ଶକ ଅସୀମଙ୍କୁ ବିଗବସ ୧୩ର ମୋଷ୍ଟ ଫେବରେଟ ପ୍ରତିଯୋଗୀ କହୁଛନ୍ତି । ଏନେଇ ସୋସିଆଲ ମିଡିଆ ଟ୍ୱିଟରରେ #AsimWinningHearts ଟ୍ରେଣ୍ଡ ହେଉଛି । ଟ୍ୱିଟରରେ ତାଙ୍କୁ ନେଇ ବହୁ ପୋଷ୍ଟ କରାଯାଉଛି । ଅସୀମଙ୍କ ପ୍ରତି ଲୋକେ ଭଲ ପାଇବା ଦେଖାଉଛନ୍ତି । ଜଣେ ୟୁଜର ତାଙ୍କୁ ପ୍ରଶଂସା କରି ଲେଖିଛନ୍ତି ଯେ, ଅସୀମର ସ୍ମାଇଲରେ ପୁରା ଘର ଆଲୋକିତ ହୋଇଯାଇଥାଏ । ଆଉଁ ଜଣେ ୟୁଜର ଲେଖିଛନ୍ତି ଯେ, ଅସୀମଙ୍କ ପରି ଆଉଁ କେହି ନାହାନ୍ତି । 

ଘରର ସମସ୍ତ ନୋମିନେଟେଡ ପୁଅଙ୍କୁ ବିଗଗସ ଏକ ଟାସ୍କ ଦେଇଥିଲା । ଏଥିରେ ସିଦ୍ଧାର୍ଥ ଡେ, ଅସୀମ ରିୟାଜ, ଅବୁ ମଲିକ ଓ ପାରସ ଛାବଡା ସାମିଲ ଥିଲେ ।  ଟାସ୍କରେ ପୁଅଙ୍କୁ ଦୁଇଟି ଟିମରେ ବିଭାଜିତ କରାଯାଇଥିଲା । ଗୋଟିଏ ଟିମରେ ସିଦ୍ଧାର୍ଥ ଓ ପାରସ ଥିଲେ ଓ ଅନ୍ୟଟିରେ ଅସୀମ ଓ ଅବୁ ମଲିକ ଥିଲେ । 

ଟାସ୍କ ଅନୁସାରେ ଗୋଟିଏ ଟିମର ଦୁଇ ପୁଅ ପରସ୍ପରର ହାତ ଧରି ବସିବାକୁ ପଡିଥାଏ । କୌଣସି ପୁଅଙ୍କୁ ନୋମିନେଶନରେ ପକାଇବାକୁ ହେଲେ, ପୁଅଙ୍କ ହାତ ଅନ୍ୟ ଜଣଙ୍କ ହାତରୁ ଛଡାଇବାକୁ ପଡିବ । କିନ୍ତୁ ଏହି ଟାସ୍କ ବେଳେ ଅସୀମ ଓ ଅବୁ ମଲିକଙ୍କ ଉପରେ ବହୁ ଟର୍ଚ୍ଚର କରାଯାଇଥିଲା । ଅସୀମ ଯନ୍ତ୍ରଣାରେ ଚିତ୍କାର କରୁଥିବା ସହ ଆଖିରୁ ଲୁହ ବାହାରି ଆସିଥିଲା । ସେ ଶେଷ ଯାଏ ତିଷ୍ଠି ରହିଥିଲେ । ପ୍ରତିଯୋଗୀଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ବିଗବସ ଏହି ଟାସ୍କକୁ ରଦ୍ଦ କରିଥିଲା ।