ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଲେ ଉତ୍ତରପ୍ରଦେଶ ସରକାର
Trending Photos
)
ଲକ୍ଷ୍ନୌ: କୋରୋନା ଲଢେଇରେ ଉତ୍ତର ପ୍ରଦେଶ ସରକାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। କିଛି ଦିନ ପୂର୍ବରୁ କୋରୋନା ରାଜ୍ୟରୁ ସମ୍ପୂର୍ଣ୍ଣ ଭାବେ କୋରୋନା ନିପାତ ନେଇ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ତେବେ ଆଜି ରାଜ୍ୟର କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ରାଜ୍ୟର ପ୍ରମୁଖ ଅଞ୍ଚଳକୁ ସିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ମିଳିଥିବା ସୂଚନା ମୁତାବକ ଆଜି ରାତି ୧୨ଟାରୁ ରାଜ୍ୟ ସରକାର ଆଗ୍ରା, ଶାମଲି, ମେରଠ, ବରେଲୀ, କାନପୁର, ବାରାଣାସୀ, ଲକ୍ଷ୍ନୌ, ବସ୍ତି, ଗାଜିଆବାଦ, ଗୌତମବୁଦ୍ଧନଗର, ମହାରାଜଗଞ୍ଜ, ସୀତାପୁର, ବୁଲନ୍ଦସହର, ଫିରୋଜାବାଦ ଓ ନୋଏଡ଼ାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର ତିଓ୍ୱାରୀ କହିଛନ୍ତି କି, ଏ ସମସ୍ତ ଜିଲ୍ଲାରେ ସମସ୍ତ ଘରକୁ ସାନିଟାଇଜ କରାଯିବ। ଆବଶ୍ୟକ ବସ୍ତୁ ବା ଖାଦ୍ୟ ସାମଗ୍ରୀକୁ ଘରେ ପହଞ୍ଚାଯିବ। ତେବେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ସମସ୍ତ ଜିଲ୍ଲାକୁ ସିଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଏଠାରେ କହି ରଖୁଛୁ କି, ଏ ସମସ୍ତ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢୁଛି। ଆସନ୍ତା ୧୩ ତାରିଖରେ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ତେବେ ଏହି ସିଲ ସମୟରେ କୌଣସି ବ୍ୟକ୍ତିଙ୍କୁ ବିନା କାରଣରେ ଘରୁ ବାହାରିବାକୁ ଅନୁମତି ପ୍ରଦାନ କରାଯାଇ ପାରିବ ନାହିଁ। ଏପରିକି ଲୋକମାନଙ୍କୁ ଦୋକାନକୁ ମଧ୍ୟ ଯିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ। ଉତ୍ତରପ୍ରଦେଶରେ ବିନା ମାସ୍କରେ ଆସନ୍ତା ୩୦ ତାରିଖରେ କୌଣସି ବ୍ୟକ୍ତିଙ୍କୁ ବାହାରକୁ ଆସିବା ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ସୂଚନା ମିଳିଛି।