ବିହାର ନିର୍ବାଚନ ୨୦୨୦: ସୋସିଆଲ ମିଡିଆକୁ ପ୍ରଚାର ହତିଆର କରିବ ବିଜେପି
Advertisement

ବିହାର ନିର୍ବାଚନ ୨୦୨୦: ସୋସିଆଲ ମିଡିଆକୁ ପ୍ରଚାର ହତିଆର କରିବ ବିଜେପି

ଚଳିତ ବର୍ଷ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ଲାଗି  ସୋସିଆଲ ମିଡିଆ ମାଧ୍ୟରେ ପ୍ରଚାର କରିବାକୁ ଯୋଜନା କରିଛି ବିଜେପି | 

ବିହାର ନିର୍ବାଚନ ୨୦୨୦: ସୋସିଆଲ ମିଡିଆକୁ ପ୍ରଚାର ହତିଆର କରିବ ବିଜେପି

ପାଟନା: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ | ଏଥିପାଇଁ ପ୍ରାକ ପ୍ରସ୍ତୁତି ଆରମ୍ଭ କରିଛି ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ କ୍ଷମତାସୀନ ଥିବା ଶାସକ ଭାରତୀୟ ଜନତା ପାର୍ଟି(ବିଜେପି) | ସମଗ୍ର ଦେଶରେ ଆତଙ୍କ ଖେଳାଇଥିବା କୋରୋନା ଭାଇରସର ମୁକାବିଲା ପାଇଁ ଲାଗୁ ହୋଇଥିବା ଲକ ଡାଉନ ଦଳ ବର୍ତ୍ତମାନ ସ୍ଥିତିରେ କୌଣସି ସକ୍ରିୟ ଦଳୀୟ କାର୍ଯ୍ୟକ୍ରମ ଆୟୋଜନ କରୁନାହିଁ|   

ବର୍ତ୍ତମାନ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି | ଏହାକୁ ଦୃଷ୍ଟିରେ  ରଖି ସାସିଆଲ ମିଡିଆକୁ ପ୍ରଚାର ହତିଆର କରିବାକୁ ଯୋଜନା କରିଛି  ବିହାର ସରକାରରେ ମେଣ୍ଟ ସହଯୋଗୀ ଥିବା ବିଜେପି | ଚଲିତ ନିର୍ବାଚନରେ ସାମାଜିକ ଗଣମାଧ୍ୟମ ଦ୍ୱାରା ପ୍ରଚାର କରିବାକୁ ଯୋଜନା କରିଛି ଦଳ | ଲକ୍ଷାଧିକ ଲୋକଙ୍କୁ ନେଇ ହୁଙ୍କାର ରାଲି କରିବା ବଦଳରେ ହ୍ୱାଟସଆପ, ଫେସବୁକ ଲାଇଭ ଏବଂ ଡୋର ଟୁ ଡୋର କ୍ୟାମ୍ପେନ ମାଧ୍ୟମରେ ପ୍ରଚାର କରିବ ବିଜେପି |  

ହ୍ୱାଟସଆପ ଗ୍ରୁପ ମାଧ୍ୟମରେ ଲୋକଙ୍କୁ ଦଳ ସହ ଯୋଡିବାକୁ ଲକ୍ଷ୍ୟ ରଖାଯାଇଛି | ଏଥିପାଇଁ ଜଣେ ଦଳୀୟ ସାଂସଦ ଦଳୀୟ ରଣନୀତି ଆଧାରରେ କାମ କରିବା ଆରମ୍ଭ କରିଛନ୍ତି | ବିହାର ରାଜ୍ୟ ବିଜେପି ଶାଖାର ପ୍ରତିଟି ବ୍ଲକ ଏବଂ ବୁଥ ସ୍ତରରେ ହ୍ୱାଟସଗ୍ରୁପ୍ ରହିଛି | ଏପରିକି ଏହା ମାଧ୍ୟମରେ ନିର୍ବାଚନ ଲଢିବାକୁ ଲକ୍ଷ୍ୟ ରଖିଛି ଦଳ | ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଭିଯାନର କାର୍ଯ୍ୟ ଆରମ୍ଭ ହୋଇନାହିଁ | ରାଜ୍ୟର ପ୍ରତିଟି ବୁଥରେ ହ୍ୱାଟସଆପ ଗ୍ରୁପ କରାଯିବା ସହ ବୁଥ ପ୍ରଭାରୀ ଏହାର ଆଡମିନ ରହିବେ | ଯାହା ମାଧ୍ୟମରେ ସେ ଦଳୀୟ କର୍ମକର୍ତ୍ତାଙ୍କୁ ଏହି ଅଭିଯାନ ବାବଦରେ ଅବଗତ କରାଇବେ |  

କୋଭିଡ19 ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ରକ୍ଷା କରିବା ଉପରେ ବର୍ତ୍ତମାନ ଗୁରୁତ୍ୱ ଦିଆଯାଉଛି | ଏହାକୁ ଦୃଷ୍ଟିରେ ରଖି ଦଳ ହାଇ ଭୋଲଟେଜ ମେଗା ରାଲି କରିବାକୁ ଚାହୁଁନାହିଁ | ଫେସବୁକ ଏବଂ ୟୁଟ୍ୟୁବ ମାଧ୍ୟମରେ ଦଳୀୟ ପ୍ରଚାର କରିବାକୁ ରଣନୀତି ପ୍ରସ୍ତୁତ କରାଯାଉଛି | ସୋସିଆଲ ମିଡିଆରେ କ୍ୟାମ୍ପେନିଂ କରିବା ଦ୍ୱାରା ଦଳୀୟ ପାଣ୍ଠି ଅନେକ ପରିମାଣରେ ବଞ୍ଚିବ ବୋଲି କହିଛନ୍ତି ବିଜେପି ଆଇଟି ସେଲ ଅମିତ ମାଲବୀୟ | 

ଏନେଇ ଜଣେ ଦଳୀୟ ସାଂସଦଙ୍କ କହିବା କଥା ବିଗତ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ଦଳ ଏହାର ଉପଯୋଗ କରି ଲାଭବାନ ହୋଇଛି | ବର୍ତ୍ତମାନ ଦଳର ସମସ୍ତ କର୍ମକର୍ତ୍ତାଙ୍କ ଫେସବୁକ ଏବଂ ହ୍ୱାଟ୍ସଆପ ଆକାଉଣ୍ଟ ରହିଛି | ନିର୍ବାଚନ ଲଢିବାକୁ ଟିକେଟ ଆଶାୟୀ ଥିବା ଦଳର କାର୍ଯ୍ୟକର୍ତ୍ତା ଅନୌପଚାରିକ ଭାବେ ବିଭିନ୍ନ ହ୍ୱାଟସଗ୍ରୁପରେ ନିଜର ପ୍ରଚାର ଆରମ୍ଭ କରି ସାରିଛନ୍ତି |