ଶ୍ରମିକମାନଙ୍କ ପାଇଁ ବସ ବ୍ୟବସ୍ଥାକୁ ନେଇ ଏମିତି କହିଲେ ନୀତିଶ

ଲକଡାଉନ ଭାଙ୍ଗିପାରେ ଶ୍ରମିକଙ୍କ ପାଇଁ ହୋଇଥିବା ବସ ବ୍ୟବସ୍ଥା 

ଶ୍ରମିକମାନଙ୍କ ପାଇଁ ବସ ବ୍ୟବସ୍ଥାକୁ ନେଇ ଏମିତି କହିଲେ ନୀତିଶ

ନୂଆଦିଲ୍ଲୀ: ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ହୋଇଥିବା ବସ ବ୍ୟବସ୍ଥାକୁ ନେଇ ବର୍ଷିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ନୀତିଶ କହିଛନ୍ତି କି, ଏହି ସମୟରେ ଏପରି ବସଯାତ୍ରା ଲକଡାଉନକୁ ସମ୍ପୂର୍ଣ୍ଣ ଭାବେ ଫେଲ କରିଦେବ। ଏହି ବସ ସେବ ବିଶେଷ ଭାବେ ଫଳପ୍ରଦ ହୋଇ ପାରିବ ନାହିଁ। ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ସରକାରଙ୍କ ପକ୍ଷରୁ ଶ୍ରମିକମାନଙ୍କୁ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବା ପାଇ ବସର ବ୍ୟବସ୍ଥା  କରିଥିବା ବେଳେ ନୀତିଶ ଏହି ମନ୍ତବ୍ୟ ଦେଇଛନ୍ତି।  

ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି କି, ଶ୍ରମିକମାନେ ଯେଉଁଠାରେ ଫସି ରହିଛନ୍ତି , ସେହିଠାରେ ହିଁ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଉ। ସେମାନଙ୍କ ପାଇଁ ସେଠାରେ ଖାଇବା ପିଇବାର ବ୍ୟବସ୍ଥା ମଧ୍ୟ କରାଯାଉ। ଫଳରେ ଦେଶରେ ଲକଡାଉନ ସ୍ଥିତି ସଠିକ ରହିବ। ଏପରିକି ଏହି କୋରୋନା ଭାଇରସକୁ ପ୍ରତିହତ କରିବାରେ ପ୍ରୟାସ ସଫଳ ହେବ।  

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ  ମୋଦି ଗତ ୨୪ ତାରିଖ ଠାରୁ ଦେଶରେ ୨୧ତାରିଖ ପର୍ଯ୍ୟନ୍ତ ଲକଡାଉନ ସ୍ଥିତି ଜାରି ରହିବ ବୋଲି ସୂଚନା ଦେଇଥିଲେ। ଏହି ସମୟରେ ଦେଶରେ ଥିବା ସବୁକିଛି ବନ୍ଦ ରଖିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। କାମଧନ୍ଦା ବନ୍ଦ ହୋଇ ଯିବାରୁ ସେମାନଙ୍କ ନିକଟରେ ବର୍ତ୍ତମାନ ଖାଇବା କିମ୍ବା ଘର ଭଡ଼ା ନେବାକୁ ଅର୍ଥ ସମ୍ବଳ ନଥିବା ଜଣାପଡ଼ିଛି।  

ଫଳରେ ସେମାନେ ନିଜ ଘରକୁ ଚାଲି ଚାଲି ଫେରୁଥିବା ଜଣାପଡ଼ିଛି। ତେବେ ସେମାନଙ୍କୁ ସହାୟତା କରିବାକୁ ପାଇଁ ରାଜ୍ୟ ସରକାରଙ୍କୁ ସହାୟତା କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।