close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବିହାରରେ ଗଡିବନି ପୁରୁଣା ଗାଡି

ଦେଶର ରାଜଧାନୀରେ ଏତେମାତ୍ରାରେ ପ୍ରଦୂଷଣ ଦେଖି ଆଗୁଆ ସତର୍କ ହୋଇଛନ୍ତି ବିହାର ସରକାର । ପ୍ରଦୂଷଣ କମାଇବା ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ୧୫ ବର୍ଷରୁ ଅଧିକ ପୁରୁଣା ଯାନବାହନ ଚଳାଚଳ ଉପରେ ରୋକ ଲଗାଯାଇଛି । 

 ବିହାରରେ ଗଡିବନି ପୁରୁଣା ଗାଡି
ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଏତେମାତ୍ରାରେ ପ୍ରଦୂଷଣ ଦେଖି ଆଗୁଆ ସତର୍କ ହୋଇଛନ୍ତି ବିହାର ସରକାର । ପ୍ରଦୂଷଣ କମାଇବା ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ୧୫ ବର୍ଷରୁ ଅଧିକ ପୁରୁଣା ଯାନବାହନ ଚଳାଚଳ ଉପରେ ରୋକ ଲଗାଯାଇଛି । 

ସୋମବାର ସନ୍ଧ୍ୟାରେ ଏନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା । ଯେଉଁଥିରେ ଏହି ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆହୁରି ମଧ୍ୟ ଅଳିଆ ଗାଡିରେ ଅଖା ଘୋଡାଇ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ନୀତିଶ କୁମାର । ସହରଗୁଡିକର ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯାଉଛି । ଯେପରି ବିଶେଷ ମାତ୍ରରେ ଧୂଳି ନଉଡେ, ସେନେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ବିଦେଶୀ ଜ୍ଞାନ କୌଶଳର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି । 

ଅନ୍ୟପଟେ ଚାଷୀମାନେ ନଡା ଜଳାଇ ବିଲକୁ ସଫା କରୁଥିବାରୁ ପ୍ରଦୂଷଣ ବଢୁଛି । ଦିଲ୍ଲୀର ପ୍ରଦୂଷଣ ପାଇଁ ଏହା ଉପରେ ବେଶି ଗୁରୁତ୍ୱ ଦିଆଯାଉଛି । ଏହାକୁ ଆଖି ଆଗରେ ରଖି, ବିହାରରେ ମଧ୍ୟ ଏଥିପ୍ରତି ଧ୍ୟାନ ଦେବାକୁ ନିଷ୍ପତ୍ତି ହୋଇଛି । ଚାଷୀ ଯେପରି ନଡା ନ ଜଳାଇ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ, ସେନେଇ ଗୁରୁତ୍ୱାରୋପ କରାଯାଇଛି । 

ନିର୍ମାଣାଧିନ କୋଠା ମଧ୍ୟ ପ୍ରଦୂଷଣର ଅନ୍ୟ ଏକ କାରଣ । କୋଠା ନିର୍ମାଣ ବେଳେ ଧୂଳି ଗୁଣ୍ଡ ବାୟୁମଣ୍ଡଳରେ ମିଳିଥାଏ । ଯାହା ଫଳରେ ବାୟୁ ଦୂଷିତ ହୋଇଥାଏ । ତେଣୁ ସେହି ପ୍ରଦୂଷଣକୁ କିପରି ରୋକାଯାଇପାରିବ, ସେନେଇ ମଧ୍ୟ ଆଲୋଚନା ହୋଇଥିଲା । ବୈଠକରେ ବହୁ ଉଚ୍ଚପଦସ୍ଥ  ଅଧିକାରୀ ଉପସ୍ଥିତ ଥିଲେ ।