ବିହାର ମହାମେଣ୍ଟରେ ଫାଟ: ହାମ ଟାର୍ଗେଟରେ ଆରଜେଡି
Advertisement

ବିହାର ମହାମେଣ୍ଟରେ ଫାଟ: ହାମ ଟାର୍ଗେଟରେ ଆରଜେଡି

ଥାଳି ବଜାଅ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନେଇ  ଆରଜେଡିକୁ ଟାର୍ଗେଟ କରିଛି ଁଏହାର ମେଣ୍ଟ ସହଯୋଗୀ ହାମ | 

 ବିହାର ମହାମେଣ୍ଟରେ ଫାଟ: ହାମ ଟାର୍ଗେଟରେ ଆରଜେଡି

ପାଟନା: ଗତ ୨୦୧୯ ଲୋକସଭା ନିର୍ବାଚନରେ ବିହାରରେ ଜୋରଦାର ଜୋରଦାର ଝଟକା ଖାଇଥିବା ମହାମେଣ୍ଟରେ ଫାଟ ଦେଖିବାକୁ ମିଳିଛି | ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି), କଂଗ୍ରେସ, ରାଷ୍ଟ୍ରୀୟ ଲୋକସମତା ପାର୍ଟି(ଆରଏଲଏସପି), ବିକାଶଶୀଳ ଇନସାନ ପାର୍ଟି(ବିଇପି), ହିନ୍ଦୁସ୍ଥାନୀ ଆୱାମୀ ମୋର୍ଚ୍ଚା(ହାମ) ମଧ୍ୟରେ ମେଣ୍ଟ ସହଯୋଗକୁ ନେଇ ଅଭାବ ଦେଖାଦେଇଛି | 
ଶନିବାର ଆରଏଲଏସପି ମୁଖିଆ ଉପେନ୍ଦ୍ର କୁଶୱାହା ଏବଂ ବିଇପି ମୁଖିଆ ମୁକେଶ ସହାନୀଙ୍କ ସହ ନିଜ ସରକାରୀ ବାସଭବନରେ ଭେଟିଥିଲେ ହାମ ଅଧ୍ୟକ୍ଷ ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝି |

ଏହି ସାକ୍ଷାତକାର ବୈଠକରୁ ବାଦ ପଡିଥିଲେ ମହାମେଣ୍ଟର ଅନ୍ୟ ଦୁଇ ଦଳ ଆରଜେଡି ଏବଂ କଂଗ୍ରେସ | ବିହାରରେ ମହାମେଣ୍ଟର ନେତୃତ୍ୱ ନେଉଥିବା ଆରଜେଡି ବିରୁଦ୍ଧକରେ 'ଏକଲା ଚଲୋ' ନୀତି ଆପଣାଇ ଥିବାର ଅଭିଯୋଗ ଆଣିଛନ୍ତି ହାମ ଅଧ୍ୟକ୍ଷ | ଏପରିକି ଚଳିତ ବିଧାନସଭା ନିର୍ବାଚନରେ ରାଜ୍ୟରେ କ୍ଷମତାସୀନ  ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନର ମୁକାବିଲା କରିବାରେ ମହାମେଣ୍ଟ କମଜୋର ପଡିଯିବ ବୋଲି କହିଛନ୍ତି |

ରବିବାର ଭର୍ଚ୍ୟୁଆଲ ରାଲି ମାଧ୍ୟମରେ ବିହାର ବିଧାନସଭା ନିର୍ବାଚନର ବିଗୁଲ ବଜାଇବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା | ସେହି ଦିନ ଆରଜେଡି ପକ୍ଷରୁ ହେବାକୁ ଥିବା 'ଥାଳି ବଜାଅ' କାର୍ଯ୍ୟକ୍ରମ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଞ୍ଝ | ବୈଠକରୁ ଆରଜେଡି ବାଦ ପଡିବା ଉପରେ ପ୍ରତିକ୍ରିୟା ରଖି ହାମ ଅଧ୍ୟକ୍ଷ କହିଛନ୍ତି ମହାଗଠବନ୍ଧନରେ କୌଣସି ପ୍ରକାର ମନୋମାଳିନ୍ୟ ନାହିଁ | ମହାମେଣ୍ଟ ବର୍ତ୍ତମାନ ଅତୁଟ ରହିଛି |  ବିପକ୍ଷ ଦଳର ନେତା ଯିଏ ଗଠବନ୍ଧନରେ ସାମିଲ ନାହାଁନ୍ତି ସେମାନେ ଅନ୍ୟ ଦଳର ନେତାଙ୍କ ସହ ସାକ୍ଷାତ କରୁଛନ୍ତି | ଆରଜେଡିର 'ଏକଲା ଚଲୋ' ନୀତି ଆପଣାଇବା ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା କରାଯାଇଛି | 

ଯଦି ଏପରି ସ୍ଥିତି ରହେ କେନ୍ଦ୍ରର ମୋଦି ସରକାର ଏବଂ ରାଜ୍ୟର ନୀତିଶ ସରକାରଙ୍କ ମୁକାବିଲା କରିବା ଦିଗରେ ମହାମେଣ୍ଟ ସକ୍ଷମ ହେବ ନାହିଁ | କେନ୍ଦ୍ର ଗୃହମନ୍ତ୍ରୀଙ୍କ ଭର୍ଚ୍ୟୁଆଲ ରାଲିକୁ ଜବାବ ଦେବାକୁ ଯାଇ ଆରଜେଡି ପକ୍ଷରୁ କରାଯାଉଥିବା 'ଥାଳି ବଜାଅ' କାର୍ଯ୍ୟକ୍ରମ ଏକ ନାଟକ | ଯାହାକୁ ଲୋକେ ପସନ୍ଦ କରିବେ ନାହିଁ | ଯଦି ଏଥିରେ ସମସ୍ତ ସହଯୋଗୀ ଦଳଙ୍କୁ  ସାମିଲ କରାଯାଇଥାନ୍ତା, ଏହା ଅଧିକ ପ୍ରଭାବଶାଳୀ ହୋଇ ପାରିଥାନ୍ତି |