କୋରୋନା ମୁକାବିଲା: ରାସନ କାର୍ଡ ଥିବା ପରିବାରକୁ ମିଳିବ ୧୦୦୦ ହଜାର ଟଙ୍କା

କୋରୋନା ଜାଲରେ ଛନ୍ଦି ହୋଇ ରହିଛି ସାରା ବିଶ୍ୱ । ବର୍ତ୍ତମାନ ସୁଦ୍ଧା ୧୯୦ ଦେଶକୁ କୋରୋନା ସଂକ୍ରମଣ ବ୍ୟାପିଥିବା ଥିବାବେଳେ ଆକ୍ରାନ୍ତ ହେଲେଣି ୪ ଲକ୍ଷ ୪୧ ହଜାର ଲୋକ । ଆଉ ୧୯ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି ଏହି ଭୟଙ୍କର ଭୂତାଣୁ । ସାରା ବିଶ୍ୱ ପରି ଭାରତରେ ମଧ୍ୟ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭାରତରେ ବର୍ତ୍ତମାନ ସୁ

କୋରୋନା ମୁକାବିଲା: ରାସନ କାର୍ଡ ଥିବା ପରିବାରକୁ ମିଳିବ ୧୦୦୦ ହଜାର ଟଙ୍କା
File pic

ନୂଆଦିଲ୍ଲୀ: କୋରୋନା ଜାଲରେ ଛନ୍ଦି ହୋଇ ରହିଛି ସାରା ବିଶ୍ୱ । ବର୍ତ୍ତମାନ ସୁଦ୍ଧା ୧୯୦ ଦେଶକୁ କୋରୋନା ସଂକ୍ରମଣ ବ୍ୟାପିଥିବା ଥିବାବେଳେ ଆକ୍ରାନ୍ତ ହେଲେଣି ୪ ଲକ୍ଷ ୪୧ ହଜାର ଲୋକ । ଆଉ ୧୯ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି ଏହି ଭୟଙ୍କର ଭୂତାଣୁ । ସାରା ବିଶ୍ୱ ପରି ଭାରତରେ ମଧ୍ୟ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭାରତରେ ବର୍ତ୍ତମାନ ସୁଦ୍ଧା ୬୦୬ ଜଣ ଲୋକ କୋରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଭୟଙ୍କର ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ମୋଦି ସରକାର ମଧ୍ୟ କଡ଼ା ପଦକ୍ଷେପ ନେଇଛନ୍ତି । ସାରା ଦେଶକୁ ମଙ୍ଗଳବାର ମଧ୍ୟରାତ୍ରିରୁ ଲକ୍ ଡାଉନ ଘୋଷଣା କରାଯାଇଛି । 

ସାରା ଭାରତରେ ଲକ୍ ଡାଉନ ଘୋଷଣା ହେବା ପରେ ଦୋକାନ ବଜାର ଏକ ପ୍ରକାର ଠପ୍ ହୋଇଛି । ପ୍ରତିଦିନ ମୂଲ ଲାଗି ଚଳୁଥିବା ଖଟିଖିଆଙ୍କ ଉପରେ ଲକ୍ ଡାଉନ ଚଡ଼କ ପକାଇଛି । ଆଉ ଏ ନେଇ ବିହାର ସରକାର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି । ରାସନ କାର୍ଡ ଥିବା ସମସ୍ତ ପରିବାରକୁ ସରକାର ଏକ ହଜାର ଟଙ୍କା ଲେଖାଏଁ ପ୍ରତି ପରିବାରକୁ ଆର୍ଥିକ ସହୟାତା ଯୋଗାଇ ଦେବାର ବୁଧବାର ଘୋଷଣା କରିଛନ୍ତି । ଯେଉଁମାନଙ୍କ ପାଖରେ ରାସନ କାର୍ଡ ଅଛି ସେମାନେ ନିଜର ପରିଚୟ ପତ୍ର ଦେଖାଇ ଏହି ପଇସା ପାଇପାରିବେ । ଏ ନେଇ ବିହାର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।