Advertisement
Article Detail0/zeeodisha/odisha696166
Zee OdishaOdisha National-International୨ ଅଟୋରିକ୍ସାକୁ ଟକ୍କର ମାରିଲା ଟ୍ରକ, ୭ ମୃତ, ୧୨ ଆହତ

୨ ଅଟୋରିକ୍ସାକୁ ଟକ୍କର ମାରିଲା ଟ୍ରକ, ୭ ମୃତ, ୧୨ ଆହତ

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଦୁର୍ଘଟଣା ସମୟରେ ଟ୍ରକଟି ଦ୍ରୁତ ଗତିରେ ଆସୁଥିଲା । ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନାକୁ ନେଇଥିଲା । ଅଟୋରେ ବସିଥିବା ଲୋକମାନେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଫେରୁଥିଲେ ।

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ପାଟନା: ବିହାରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୋମବାର ସକାଳେ ଗୟା ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ୧୨ ଜଣ ଆହତ ହୋଇଛନ୍ତି । ସୂଚନାନୁସାରେ, ସୋମବାର ସକାଳେ ଗାୟାର ଆମସର ବିଷ୍ଣୁପୁର ନିକଟରେ ଏକ ଟ୍ରକ୍ ଦୁଇଟି ଅଟୋରିକ୍ସାକୁ ଧକ୍କା ଦେଇଥିଲା । ଧକ୍କା ଏତେ ବଡ ଥିଲା ଯେ ଅଟୋରିକ୍ସା ଉଡିଯାଇଥିଲା । ଦୁର୍ଘଟଣା ଘଟିବା ମାତ୍ରେ ଲୋକମାନେ ଚିତ୍କାର କରିବାକୁ ଆରମ୍ଭ କରିଥିଲେ । ଏହି ଦୁର୍ଘଟଣାରେ ୭ ଜଣ ପ୍ରାଣ ହରାଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଆହତ ହୋଇଥିବା କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବା ଦର୍ଶାଯାଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଦୁର୍ଘଟଣା ସମୟରେ ଟ୍ରକଟି ଦ୍ରୁତ ଗତିରେ ଆସୁଥିଲା । ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନାକୁ ନେଇଥିଲା । ଅଟୋରେ ବସିଥିବା ଲୋକମାନେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଫେରୁଥିଲେ ।

About the Author