• ପ୍ରଥମ ଇଂନିସରେ ୨୪୯ରେ ନ୍ୟୁଜିଲାଣ୍ଡ ଅଲଆଉଟ
  • ଆଜି ପୁଣି ବଢିଲା ପେଟ୍ରୋଲ ଦର
  • ମାସକ ଭିତରେ ୭ ଟଙ୍କା ବଢିଲାଣି ଦର
  • ଦେଶୀ ଟିକା କୋଭାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ ସଫଳ
  • ସାରା ଦେଶରେ ହୋଇଥିଲା ପରୀକ୍ଷଣ
  • ସଫଳତା ହାର ୭୭.୮ ପ୍ରତିଶତ ବୋଲି ଦର୍ଶାଇଛି ଭାରତ ବାୟୋଟେକ
  • କଟକରେ ନକଲି କୋଭିଡ ଔଷଧ କାରବାର ମାମଲା
  • ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ଶିବ ଜେନା
  • ମେଡିଲଏଡ ମେଡିକାମେଣ୍ଟର ମୁଖ୍ୟ ଶିବ ଜେନା
  • ଜଳେଶ୍ଵର ଓ ଭୋଗରାଇ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢଉ

ବିହାର ରସିରେ 'ତିହାର' ଫାଶୀ ! ୭ କଏଦୀ କରୁଛନ୍ତି ପ୍ରସ୍ତୁତ

ଖୁବଶୀଘ୍ର ଫାଶୀ ଖୁଣ୍ଟରେ ଝୁଲିପାରନ୍ତି ନିର୍ଭାୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସବ୍ୟସ୍ତ ହୋଇଥିବା ସମସ୍ତ ଅଭିଯୁକ୍ତ । ରାଜକ୍ଷମା ଆବେଦନକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଖାରଜ ପରେ ଯେକୌଣସି ମୂହୁର୍ତ୍ତରେ ରାଷ୍ଟ୍ରପତି ମଧ୍ୟ ଏହାକୁ ଖାରଜ କରିପାରନ୍ତି । ଏହି ଦୃଷ୍ଟିରୁ ଦୋଷୀଙ୍କୁ ଫାଶୀ ଦେବାପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଫାଶୀ ଦଉଡି ତିଆରିରୁ ଏଭଳି କିଛି ଆକଳନ କରାଯାଉଛି ।  

ବିହାର ରସିରେ 'ତିହାର' ଫାଶୀ ! ୭ କଏଦୀ କରୁଛନ୍ତି ପ୍ରସ୍ତୁତ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଖୁବଶୀଘ୍ର ଫାଶୀ ଖୁଣ୍ଟରେ ଝୁଲିପାରନ୍ତି ନିର୍ଭାୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସବ୍ୟସ୍ତ ହୋଇଥିବା ସମସ୍ତ ଅଭିଯୁକ୍ତ । ରାଜକ୍ଷମା ଆବେଦନକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଖାରଜ ପରେ ଯେକୌଣସି ମୂହୁର୍ତ୍ତରେ ରାଷ୍ଟ୍ରପତି ମଧ୍ୟ ଏହାକୁ ଖାରଜ କରିପାରନ୍ତି । ଏହି ଦୃଷ୍ଟିରୁ ଦୋଷୀଙ୍କୁ ଫାଶୀ ଦେବାପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଫାଶୀ ଦଉଡି ତିଆରିରୁ ଏଭଳି କିଛି ଆକଳନ କରାଯାଉଛି ।  

ବିହାରରେ ଥିବା ବକ୍ସର ସେଣ୍ଟ୍ରାଲ ଜେଲକୁ ଫାଶୀ ଦଉଡି ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଥାତ ୨୦୧୩ ସଂସଦ ଆକ୍ରମଣର ଦୋଷୀ ସାବ୍ୟସ୍ତ ହୋଇଥିବା ଆତଙ୍କବାଦୀ ଅଫଜଲ ଗୁରୁର ଫାଶୀ ରସି ଯେଉଁଠି ପ୍ରସ୍ତୁତ ହେଉଥିଲା, ନିର୍ଭୟା ମାମଲାର ଦୋଷୀଙ୍କ ପାଇଁ ମଧ୍ୟ ଠିକ ସେଇଠି ହିଁ ଏହାକୁ ପ୍ରସ୍ତୁତ କରାଯାଉଛି । ବକ୍ସର ସେଣ୍ଟ୍ରାଲ ଜେଲର ୭ ଜଣ କଏଦୀ ଏହାକୁ ପ୍ରସ୍ତୁତ କରୁଛନ୍ତି । ୧୦ଟି ଫାଶୀ ଦଉଡି ତିଆରି ପାଇଁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଆସିଥିବା ଜଣାପଡିଛି । 

କାହିଁକି ବକ୍ସର ସେଣ୍ଟ୍ରାଲ ଜେଲ ପ୍ରସ୍ତୁତ କରେ ଫାଶୀ ଦଉଡି ?

ବିହାରରେ ଥିବା ଏହି ଜେଲ ଗଙ୍ଗାନଦୀ କୂଳରେ ଅବସ୍ଥିତ । ଏଠି ଭଳି ଫାଶୀ ଦଉଡି ପ୍ରସ୍ତୁତ ହୋଇଥାଏ । ଫାଶୀ ଦଉଡି ପ୍ରସ୍ତୁତ କରିବାରେ ଏହା ବେଶ ଜଣାଶୁଣା । ଗୁରୁତ୍ୱପୂର୍ଣ୍ଣ କଥା, ଫାଶୀ ଦଉଡି ଜେଲର କଏଦୀ ହିଁ ପ୍ରସ୍ତୁତ କରିଥାନ୍ତି । ଅଫଜର ଗୁରୁର ଫାଶୀ ପାଇଁ ଏଠି ଦଉଡି ପ୍ରସ୍ତୁତ ହୋଇଥିଲା । 

ଫାଶୀ ଦଉଡିର ମୂଲ୍ୟ କେତେ ?

ଅଫଜଲ ଗୁରୁର ଫାଶୀ ଦଉଡି ତିଆରି ବେଳେ ଏହାର ମୂଲ୍ୟ ରହିଥିଲା ୧୭୨୫ । ମାତ୍ର ଏବେ ଏହାର ମୂଲ୍ୟ ବଢିଛି । ତେବେ ଏହାର ପ୍ରକୃତ ମୂଲ୍ୟ କେତେ ରହିଛି, ତାହା ସ୍ପଷ୍ଟ ହୋଇନାହିଁ । 

ଫାଶୀ ଦଉଡିର ଲମ୍ବ ? 

ଫାଶୀ ଦଉଡିର ଲମ୍ବ କେତେ ଥାଏ ? ଏ ପ୍ରଶ୍ନ ଆସିବା ସ୍ୱଭାବିକ । ତେବେ ଫାଶୀ ପାଇବାକୁ ଥିବା ଦୋଷୀର ଉଚ୍ଚତା ଅନୁସାରେ ଏହାକୁ ପ୍ରସ୍ତୁତ କରାଯାଇଥାଏ । ଦୋଷୀର ଲମ୍ବାରୁ ଏହା ୧।୬ ଗୁଣା ଅଧିକ ରହିଥାଏ । 

ଆହୁରି ପଢନ୍ତୁ; 'ନିର୍ଭୟା' ଦୁଷ୍କର୍ମକାରୀର ଦାବି: 'ମୁଁ ରାଜକ୍ଷମା ଆବେଦନ କରିନାହିଁ'