କିଏ ଜିତିବ ବିଜେପୁର ବାଜି? ଆଜି ଆସିବ ପରିଣାମ
Advertisement

କିଏ ଜିତିବ ବିଜେପୁର ବାଜି? ଆଜି ଆସିବ ପରିଣାମ

ଆଉଁ କିଛି ସମୟ ପରେ ବିଜେପିପୁର ଉପନିର୍ବାଚନକୁ ନେଇ ଆସିବ ପରିଣାମ । ବିଜେଡି, କଂଗ୍ରେସ ଓ ବିଜେପି ତିନୋଟି ପ୍ରମୁଖ ଦଳ ମଧ୍ୟରେ ହୋଇଥିଲା ଲଢେଇ । ବର୍ତ୍ତମାନ ଅପେକ୍ଷା କାହା ମୁଣ୍ଡରେ ସୁନା କଳସୀ ଢାଲିବେ ବିଜେପୁରବାସୀ । ତାହାର ଅପେକ୍ଷା କରି ବସିଛନ୍ତି ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀ । 

Bijepur By Poll

ଭୁବନେଶ୍ୱର: ଆଉଁ କିଛି ସମୟ ପରେ ବିଜେପିପୁର ଉପନିର୍ବାଚନକୁ ନେଇ ଆସିବ ପରିଣାମ । ବିଜେଡି, କଂଗ୍ରେସ ଓ ବିଜେପି ତିନୋଟି ପ୍ରମୁଖ ଦଳ ମଧ୍ୟରେ ହୋଇଥିଲା ଲଢେଇ । ବର୍ତ୍ତମାନ ଅପେକ୍ଷା କାହା ମୁଣ୍ଡରେ ସୁନା କଳସୀ ଢାଲିବେ ବିଜେପୁରବାସୀ । ତାହାର ଅପେକ୍ଷା କରି ବସିଛନ୍ତି ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀ । 

ଏହାପୂର୍ବରୁ ଭୋଟ ଗଣତି ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ସକାଳ ୮ଟାରୁ ପଦ୍ମପୁର ଆରଏମସି ପଡିଆରେ ଭୋଟ ଗଣତି ଆରମ୍ଭ ହେବ । ୧୪ଟି ଟେବୁଲରେ ମୋଟ ୨୧ ରାଉଣ୍ଡ ଭୋଟ ଗଣତି ହେବ । ତେବେ ଗଣତି ପାଇଁ ଗଣନା କେନ୍ଦ୍ର ଭିତରେ ଓ ବାହାରେ ସିସିଟିଭି କ୍ୟାମେରା ଲଗାଯାଇଥିବା ଜଣାପଡିଛି । 

ଏଥିପାଇଁ ୧୨୦ ଜଣ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି । ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ୍ ଓ ମାଇକ୍ରୋ ଅବ୍‌ଜରଭର୍ ରହିବେ । ସମଗ୍ର ଆରଏମସି ପରିସରକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିବା ବେଳେ ଏଥିପାଇଁ ୧ ପ୍ଲାଟୁନ୍ ଓ ଏସଏପି, ୧ କମ୍ପାନୀ ସିଆଏଫ ଓ ସ୍ଥାନୀୟ ପୋଲିସର ପାଟ୍ରୋଲିଂ ଦଳ ମଧ୍ୟ ନିୟୋଜିତ ହୋଇଛନ୍ତି ।

ଗତ ୨୧ ତାରିଖରେ ବିଜେପିପୁର ଉପନିର୍ବାଚନ ପାଇଁ ମତଦାନ ହୋଇଥିଲା ।  ବିଜେପୁରବାସୀ ୨୮୫ଟି ବୁଥରେ ନିଜ ମତ ସାବ୍ୟସ୍ତ କରିଥିଲେ । ଏହାସହ ଚଳିତ ଉପନିର୍ବାଚନରେ ୫ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି ।