ମାଲିକଙ୍କ ମୁଣ୍ଡ ଗିଳିଦେଲା ଓଟ
Advertisement

ମାଲିକଙ୍କ ମୁଣ୍ଡ ଗିଳିଦେଲା ଓଟ

ରବିବାର ସକାଳେ ବିକାନେରର ଲାଲଗଡ ରେଳ କଲୋନୀରେ ଥିବା ଏକ ଓଟ ଏତେ ରାଗିଗଲା ଯେ ସେ କିକରମିସର ବାସିନ୍ଦା ଭଁବର ଲାଲଙ୍କୁ ନିଜ ଶିକାର କରିନେଇଥିଲା । ଓଟ ଭଁବର ଲାଲଙ୍କ ବେକକୁ ପାଟିରେ ଦବାଇ ଚୋବାଇ ପକାଇଥିଲା । ଓଟ ମୁଣ୍ଡକୁ ସେତେଯାଏ ଚୋବାଇଲା ଯେଯାଏଁ ଭଁବର ଲାଲଙ୍କ ବେକ, ଦେହରୁ ଅଲଗା ନ ହୋଇଥିଲା । ଏହା ପରେ ଓଟ ରାସ୍ତାରେ ପଡ଼ିଥିବା ମୃତ ଦେହର ଗୋଟିଏ ପାଦ ମଧ୍ୟ ଚୋବାଇଥିଲା । 

ମାଲିକଙ୍କ ମୁଣ୍ଡ ଗିଳିଦେଲା ଓଟ

ଜୟପୁର: ଏକ ଓଟ ତାଙ୍କ ମାଲିକଙ୍କ ଉପରେ ଏତେ ରାଗିଗଲା ଯେ ସେ ନିଜ ମାଲିକଙ୍କୁ ଚୋବାଇ ପକାଇଲା । ଓଟଟି ​​ମାଲିକଙ୍କ ମୁଣ୍ଡକୁ ସେତେଯାଏ ଚାପି ରଖିଥିଲା ଯେଯାଏଁ ମାଲିକଙ୍କ ମୁଣ୍ଡ ତଣ୍ଟିରୁ ବିଚ୍ଛିନ୍ନ ହୋଇ ନଥିଲା । ଏତିକି ଓଟର ଭୋକ ଶାନ୍ତ ହୋଇନଥାଏ ପରେ ସେ ମଲିକର ଗୋଟିଏ ଗୋଡକୁ ମଧ୍ୟ ଖାଇଥିଲା । ଏପରି ଆଶ୍ଚର୍ଯ୍ୟଜନକ ଘଟଣା ରାଜସ୍ଥାନର ବିକାନେର ଜିଲ୍ଲାରେ ଦେଖିବାକୁ ମିଳିଛି ।

ରବିବାର ସକାଳେ ବିକାନେରର ଲାଲଗଡ ରେଳ କଲୋନୀରେ ଥିବା ଏକ ଓଟ ଏତେ ରାଗିଗଲା ଯେ ସେ କିକରମିସର ବାସିନ୍ଦା ଭଁବର ଲାଲଙ୍କୁ ନିଜ ଶିକାର କରିନେଇଥିଲା । ଓଟ ଭଁବର ଲାଲଙ୍କ ବେକକୁ ପାଟିରେ ଦବାଇ ଚୋବାଇ ପକାଇଥିଲା । ଓଟ ମୁଣ୍ଡକୁ ସେତେଯାଏ ଚୋବାଇଲା ଯେଯାଏଁ ଭଁବର ଲାଲଙ୍କ ବେକ, ଦେହରୁ ଅଲଗା ନ ହୋଇଥିଲା । ଏହା ପରେ ଓଟ ରାସ୍ତାରେ ପଡ଼ିଥିବା ମୃତ ଦେହର ଗୋଟିଏ ପାଦ ମଧ୍ୟ ଚୋବାଇଥିଲା । 

ଏହି ଘଟଣା ପରେ ଭଁବର ଲାଲଙ୍କ ମୃତଦେହ ଦୁଇ ଘଣ୍ଟା ରାସ୍ତାରେ ପଡ଼ିରହିଥିଲା । କଲୋନୀର ଲୋକ ଏବଂ ସେଠାରୁ ଯାଉଥିବା ଲୋକମାନେ ଦୂରରୁ ଏହି ଭୟଙ୍କର ଦୃଶ୍ୟ ଦେଖୁଥିଲେ, କିନ୍ତୁ ଏମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତିଙ୍କୁ ଘଟଣା ନିକଟରେ ଯିବାର ସାହସ ହୋଇ ନଥିଲା । ପରେ କିଛି ଲୋକ ସାହସ ଦେଖାଇ ଦୌଡ଼ି ନେଇ ଓଟକୁ ରାସ୍ତା କଡରେ ଥିବା ଗଛରେ ବାନ୍ଧିଥିଲା । ଏହି ଘଟଣା ଜାଣିବା ପରେ ମୃତକଙ୍କ ପୁଅ ଚୋରୁରାମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ।