close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ

ଦୁଇ ବାଇକ୍‌ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

ଦୁଇ ବାଇକ ମୁହାଁମୁହିଁ  ଧକ୍କା, ଦୁଇ ମୃତ

ଯାଜପୁର: ଯାଜପୁର ଜିଲ୍ଲା କୋରାଇ ଥାନା ଅନ୍ତର୍ଗତ ପାଟୁଳି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇ ବାଇକ୍‌ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳା ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ ବିକାଶ ଚନ୍ଦ୍ର ମଲିକ। ସେ କଳିଙ୍ଗ ନଗର ଜିନ୍ଦଲ କମ୍ପାନୀରେ ସୁପର ଭାଇଜର ଭାବେ କାର୍ଯ୍ୟ କରନ୍ତି। ଅନ୍ୟଜଣେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଆହତମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ଜଣାପଡ଼ିଛି ।

ସୂଚନା ମୁତାବକ ଯାଜପୁର ଚଇନିପୁର ଅଞ୍ଚଳର ହାତୀ ଦାସ ନାମକ ଜଣେ ଯୁବକ ଏକ ବାଇକରେ ଦୁଇଜଣ ମହିଳାଙ୍କୁ ନେଇ ଯାଜପୁର ରୋଡ୍ ଚୋରଦା କାଳୀ ମେଳଣ ପଡିଆରୁ ଅପେରା ଦେଖି ଫେରୁଥିଲେ । ଅନ୍ୟପଟୁ ଜହ୍ନା ଗ୍ରାମର ବିକାଶ ମଲ୍ଲିକ ନାମକ ଅନ୍ୟ ଜଣେ ଯୁବକ ଘରୁ ବାଇକରେ କଳିଙ୍ଗନଗର ଜିନ୍ଦଲ ଷ୍ଟେନଲେସ କାରଖାନାକୁ ଡ୍ୟୁଟିକୁ ଯାଉଥିଲେ । ପାଟୁଳି ଛକ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଯାଜପୁର ରୋଡ୍ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇ ପରେ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । କୋରାଇ ପୋଲିସ୍ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଦୁଇଟି ଜବତ କରିବା ସହ ଘଟଣାର ତଦନ୍ତ କରୁଛି  ।

Tags: