ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ । ଏହି ସମୟ ଭିତରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ ସଂସଦରେ ଆଗତ ହେବାର ଅଛି । ଏହାରି ମଧ୍ୟରେ ରହିଛି ବହୁ ଚର୍ଚ୍ଚିତ ନାଗରିକ ସଂଶୋଧନ ବିଧେୟକ।
Delhi: All party meeting called by Union Parliamentary Affairs Minister Pralhad Joshi, ahead of winter session of Parliament, is underway at the Parliament Library Building. pic.twitter.com/Fab49ytoQv
— ANI (@ANI) November 17, 2019
ଏହା ବ୍ୟତୀତ ବିପର୍ଯ୍ୟୟ ପରିଚାଳନା ବିଧେୟକ, ଉଦ୍ୟୋଗିକ ପରିଚାଳନା ସଂହିତା ବିଧେୟକ, କେନ୍ଦ୍ରୀୟ ସଂସ୍କୃତି ବିଶ୍ୱବିଦ୍ୟାଳୟ ବିଧେୟକ, ଗର୍ଭପାତ ସମାପନ ସଂଶୋଧନ ବିଧେୟକ ଇତ୍ୟାଦି ମଧ୍ୟ ଆଗତ ହେବାର ଅଛି । ନାଗରିକ ସଂଶୋଧନ ବିଲକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହେବା ଏକପ୍ରକାର ସ୍ପଷ୍ଟ ।
Delhi: Prime Minister Narendra Modi arrives at the Parliament Library Building for the all party meeting called by Union Parliamentary Affairs Minister Pralhad Joshi, ahead of winter session of Parliament. The Winter Session of the Parliament begins tomorrow. pic.twitter.com/E3GQ1gnUjA
— ANI (@ANI) November 17, 2019
ନଭେମ୍ବର ୧୮ ଅର୍ଥାତ ଆସନ୍ତାକାଲିଠୁ ଅଧିବେଶନ ଆରମ୍ଭ ହେଉଛି । ତେବେ ଏହି ଅଧିବେଶନ ସୁରଖୁରରେ ଚାଲିବା ନେଇ ଆଶାବ୍ୟକ୍ତ କରିଛନ୍ତି ଲୋକସଭା ବାଚସ୍ପତି ଓମ ବିଲ୍ଲା । ଗତକାଲି ବାଚସ୍ପତିଙ୍କ ପକ୍ଷରୁ ଏବଂ ଆଜି ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଥିଲା । ଶାନ୍ତିଶୃଙ୍ଖଳାରେ ଗୃହ ପରିଚାଳନା ନେଇ ସହଯୋଗ କରିବେ ବୋଲି ସମସ୍ତେ ପ୍ରତିଶ୍ରୁତି ଦେଇଥିଲେ ।
Ghulam Nabi Azad, Congress after all party meeting: Farooq Abdullah Sahab (National Conference President) who is under detention since over 3 months, should be allowed to attend winter session of Parliament. (1/2) pic.twitter.com/GjHaNLXEom
— ANI (@ANI) November 17, 2019