'ରାଜନୈତିକ ଦଳ ଦ୍ୱାରା ନୁହେଁ, ସରକାରଙ୍କ ଦ୍ୱାରା ଆମେ ପରିଚାଳିତ'
Advertisement

'ରାଜନୈତିକ ଦଳ ଦ୍ୱାରା ନୁହେଁ, ସରକାରଙ୍କ ଦ୍ୱାରା ଆମେ ପରିଚାଳିତ'

ଦାୟିତ୍ୱ ନେଉ ନେଉ ବଡ଼ ବୟାନ ଦେଲେ ବିପିନ ରାୱତ

 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ନୂଆବର୍ଷରେ ନୂଆ ଦାୟିତ୍ୱ । ଦେଶର ପ୍ରଥମ ସିଡିଏସ ଭାବେ ଦାୟିତ୍ୱ ନେଲେ ଜେନେରାଲ ବିପିନ ରାୱତ । ଦାୟିତ୍ୱ ଗ୍ରହଣ ପୂର୍ବରୁ ବିପିନଙ୍କୁ ଗାର୍ଡ ଅଫ୍ ଅନର । ତିନି ସେନା ପକ୍ଷରୁ ଏହି ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଏବେ ସେ ୪ଟି ଷ୍ଟାର ଲଗାଇବାର ପ୍ରଥମ ଅଧିକାରୀ ହୋଇଛନ୍ତି । ଦାୟିତ୍ୱ ନେବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ । 

ଜେନେରାଲ ରାୱତ କହିଛନ୍ତି, ଏବେ ତିନି ସେନା ଗୋଟିଏ ଟିମ ପରି । ସିଡିଏସଙ୍କ ନିର୍ଦ୍ଦେଶ କ୍ରମେ ଏହି ଟିମ୍ କାମ କରିବ । ଆମର ଏକୀକରଣକୁ ବଢ଼ାଇବାକୁ ହେବ । ସେହିପରି ସେ ରାଜନୈତିକ ମନ୍ତବ୍ୟ ରଖୁଥିବା ନେଇ ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି, ସେ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ରାୱତ । କହିଛନ୍ତି, ସେ କୌଣସି ରାଜନୈତିକ ଦଳ ଦ୍ୱାରା ପରିଚାଳିତ ନୁହେଁ । ଆମକୁ ସରକାରଙ୍କ ନିର୍ଦ୍ଦେଶକ୍ରମେ କାମ କରିବାର ଅଛି । 

ଆଜିଠୁ CDS ଦାୟିତ୍ୱ ବିପିନଙ୍କ ହାତରେ, ମିଳିବ Single point order ଦେବା ଅଧିକାର

ଆଜି ଦାୟିତ୍ୱ ଗ୍ରହଣ ପୂର୍ବରୁ ପ୍ରଥମେ ନ୍ୟାସନାଲ ୱାର ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଜେନେରାଲ ରାୱତ । ପରେ ତାଙ୍କୁ ୩ ସେନା ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହି ସମୟରେ ସ୍ଥଳ ସେନାର ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ, ବାୟୁସେନାର ମୁଖ୍ୟ ମାର୍ଶଲ ରାକେଶ କୁମାର ସିଂହ ଭଦୌରିଆ ଏବଂ ନୌସେନାର ମୁଖ୍ୟ ଆଡମିରଲ କରମବୀର ସିଂହ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । 

ଆହୁରି ପଢ଼ନ୍ତୁ; ଏଇ ସପ୍ତାହରେ ଦିଲ୍ଲୀ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ବିଜେପି !