ପୋଇଜାମୁଳା ଗ୍ରାମରେ ସହିଦ ବିର୍ସା ମୁଣ୍ଡାଙ୍କ ୧୪୪ତମ ଜୟନ୍ତୀ ପାଳିତ

ପୋଇଜାମୁଳା ଗ୍ରାମରେ ଆଦିବାସୀ ମାନେ ବିଭିନ୍ନ ଖେଳ କୁଦ ଓ ନାଚ ଗୀତ ସହିତ ୪ ଦିନ ଧରି ବିର୍ସା ମୁଣ୍ଡାଙ୍କ ଜୟନ୍ତି ପାଳନ କରିଥାନ୍ତି । ଚଳିତ ବର୍ଷ ଗ୍ରାମରେ ଶହିଦଙ୍କ ପ୍ରତିମୃତି ସ୍ଥାପନ କରି ବିର୍ସା ମୁଣ୍ଡାଙ୍କ ଜୟନ୍ତି ବେଶ ଧୁମ ଧାମରେ ପାଳନ କରିଛନ୍ତି ।

ପୋଇଜାମୁଳା ଗ୍ରାମରେ ସହିଦ ବିର୍ସା ମୁଣ୍ଡାଙ୍କ ୧୪୪ତମ ଜୟନ୍ତୀ ପାଳିତ

କେନ୍ଦୁଝର: ଆଜି ସାରା ଦେଶ ଆଦିବାସୀ ଶହିଦ ବିର୍ସା ମୁଣ୍ଡାଙ୍କ ୧୪୪ ତମ ଜୟନ୍ତୀ ପାଳନ କରୁଛି । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପୋଇଜାମୁଳା ଗାଁରେ ମହାଆଡ଼ମ୍ବରରେ ପାଳିତ ହୋଇଛି ବିପ୍ଲବୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ । ପୋଇଜାମୁଳା ଗ୍ରାମରେ ଆଦିବାସୀ ମାନେ ବିଭିନ୍ନ ଖେଳ କୁଦ ଓ ନାଚ ଗୀତ ସହିତ ୪ ଦିନ ଧରି ବିର୍ସା ମୁଣ୍ଡାଙ୍କ ଜୟନ୍ତି ପାଳନ କରିଥାନ୍ତି । ଚଳିତ ବର୍ଷ ଗ୍ରାମରେ ଶହିଦଙ୍କ ପ୍ରତିମୃତି ସ୍ଥାପନ କରି ବିର୍ସା ମୁଣ୍ଡାଙ୍କ ଜୟନ୍ତି ବେଶ ଧୁମ ଧାମରେ ପାଳନ କରିଛନ୍ତି ।

୧୮୭୫ ମସିହା ନଭେମ୍ବର ୧୫ ତାରିଖ ଅର୍ଥାତ ଆଜିର ଦିନରେ ରାଞ୍ଚି ନିକଟସ୍ଥ ଉଲିହାତୁ ଗାଁରେ ଜନ୍ମଗ୍ରହଣ କରିଥିଲେ ମହାନ ବିପ୍ଲବୀ ବିର୍ସାମୁଣ୍ଡା । ଆଦିବାସୀଙ୍କ ଅଧିକାର ପାଇଁ ଲଢ଼ିବା, ବେଠି ପ୍ରଥାକୁ ବିରୋଧ କରିବା ସହ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ୁଥିଲେ ବିର୍ସା ମୁଣ୍ଡା । ତାଙ୍କ ବିପ୍ଲବ, ତ୍ୟାଗ ଓ ସଂଗ୍ରାମକୁ ସମ୍ମାନ ଜଣାଇ ତାଙ୍କୁ ଭଗବାନ ସଦୃଶ ପୂଜା କରନ୍ତି ଆଦିବାସୀ  ଲୋକେ । ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ତାଙ୍କ ଜୟନ୍ତୀକୁ ବେଶ୍ ଆଡ଼ମ୍ବରରେ ପାଳନ କରନ୍ତି ପୋଇଜାମୁଳା ଗାଁର ଲୋକେ । 

ଏହାସହ ମଶାଲ ଶୋଭାଯାତ୍ରା କରି ଶତାଧିକ ଆଦିବାସୀ ବିପ୍ଲବୀ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ନିକଟରେ ପହଁଞ୍ଚିଥିଲେ । ପରେ ବିର୍ସା ମୁଣ୍ଡାଙ୍କ ପ୍ରତିମୃର୍ତ୍ତି  ନିକଟରେ  ପୁଷ୍ପମାଲ୍ୟ ଦେଇ ପୂଜାର୍ଚ୍ଚନା କରାଯିବା ସହ ତାଙ୍କ ଜୀବନୀ ଉପରେ ଆଲୋକପାତ କରାଯାଇଥିଲା । ଆଗକୁ ମଧ୍ୟ ସଂଗ୍ରାମୀ ବିର୍ସାମୁଣ୍ଡାଙ୍କ ତ୍ୟାଗ ଓ ସଂଗ୍ରାମକୁ ମନେ ପକାଇବା ପାଇଁ ଏହି ଜୟନ୍ତୀକୁ ଅଧିକ ଆକର୍ଷଣୀୟ ଭାବେ ପାଳନ କରାଯିବ ବୋଲି  ଆୟୋଜକ କହିଛନ୍ତି ।

Tags: