)
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଫଟୋ ଛାଡିବାକୁ ନେଇ ବିବାଦୀୟ ହୋଇପଡିଛି ଯୁବ କଂଗ୍ରେସ | ଜାତୀୟ ପତାକା ସହ କୋରୋନା ଭାଇରସ ଫଟୋକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିବାକୁ ନେଇ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି ଯ଼ୁବ କଂଗ୍ରେସକୁ | ଏ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରି ଅଭିଯୋଗ ଆଣିଛନ୍ତି ବିଜେପି ନେତା ତେଜିନ୍ଦର ପାଲ ସିଂହ ବଗ୍ଗା |
ଦେଶରେ କୋରୋନା ସ୍ଥିତିକୁ ନେଇ ଏହି ପୋଷ୍ଟ ମାଧ୍ୟମରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ ଘେରିବାକୁ ଘେରିବାକୁ ଯୋଜନା କରିଥିଲା କଂଗ୍ରେସ | ଏହା ସହିତ ଟ୍ୱିଟର ହ୍ୟାଣ୍ଡେଲରେ ଦଳ ପକ୍ଷରୁ ଲେଖାଯାଇଥିଲା, "ଆଉ ଗୋଟିଏ ପରେ ଗୋଟିଏ ପରେ କୋରୋନା ବିରୋଧି ଲଢେଇରେ ହାରିଗଲା ଭାରତ | "
ଏହି ଟ୍ୱିଟ ସୋସିଆଲ ମିଡିଆକୁ ଆସିବା ପରେ ବିଜେପି ନେତା ତେଜିନ୍ଦର ପାଲ ସିଂହ ବଗ୍ଗା ଜାତୀୟ ପତାକାକୁ ଅସମ୍ମାନ କରିବା ଅଭିଯୋଗରେ ଦିଲ୍ଲୀ ପୋଲିସରେ ପ୍ରତିବାଦ ଜଣାଇବା ସହ ଏଫଆଇଆର ରୁଜ୍ଜୁ କରିବାକୁ ଦାବି କରିଛନ୍ତି | ଏ ଘଟଣା ବାବଦରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଜାତୀୟ ପତାକାର ବ୍ୟବହାର କରି ତ୍ରୀରଙ୍ଗାକୁ ଲୁଚାଇବା ସହ ଭାଇରସକୁ ପ୍ରଦର୍ଶିତ କରିଛନ୍ତି | ଯେଉଁ ତ୍ରୀରଙ୍ଗା ପାଇଁ ବୀର ଯବାନ ନିଜର ଜୀବନକୁ ବାଜି ଲଗାଇଥାନ୍ତି ତାହାକୁ କଂଗ୍ରେସ ଅପମାନିତ କରୁଛି |
ଏହି ପୋଷ୍ଟ ଭାଇରାଲ ହେବା ପରେ ଟ୍ୱିଟର ୟୁଜର କଂଗ୍ରେସକୁ ଟାର୍ଗେଟ କରିବା ସହ କଟାକ୍ଷ କରିଛନ୍ତି | ମୋଦି ସରକାରକୁ ବିରୋଧ କରି କରି କଂଗ୍ରେସ ଏବେ ଦେଶ ବିରୋଧି ହୋଇଗଲାଣି | ଟ୍ୱିଟର ପୋଷ୍ଟକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଯିବା ପରେ କଂଗ୍ରେସ ପକ୍ଷରୁ ଏହାକୁ ହଟାଇ ଦିଆଯାଇଛି |