close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପାକିସ୍ତାନ ନହେଲେ ଚୀନ, ଦିଲ୍ଲୀକୁ ଛାଡିଛନ୍ତି ବିଷାକ୍ତ ବାୟୁ: ବିଜେପି ନେତା

ପ୍ରଦୂଷଣ ନେଇ ପାକିସ୍ତାନ ଓ ଚୀନକୁ ଦୋଷ ଦେଲେ ବିଜେପି ନେତା ।

ପାକିସ୍ତାନ ନହେଲେ ଚୀନ, ଦିଲ୍ଲୀକୁ ଛାଡିଛନ୍ତି ବିଷାକ୍ତ ବାୟୁ: ବିଜେପି ନେତା
ଫାଇଲ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣକୁ ନେଇ ସାରା ଦେଶ ଏବେ ଚିନ୍ତିତ । ଯଦିଓ ଗତକାଲିଠୁ ପ୍ରଦୂଷଣ ଟିକିଏ କମିଛି, ତଥାପି ବି ଏହାକୁ ସବୁବେଳେ ନିୟନ୍ତ୍ରଣରେ ରଖିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ । ନାଶା ସାଟେଲାଇଟ ଚିତ୍ର ଦେଖିଲେ ହୃଦସ୍ପନ୍ଦନ ବଢିଯାଉଛି । ଆଉ ଏହାରି ଭିତରେ ଦିଲ୍ଲୀ ପ୍ରଦୂଷଣର କାରଣ ନେଇ ଜଣେ ବିଜେପି ନେତାଙ୍କ ବୟାନ ସାମ୍ନାକୁ ଆସିଛି । 

କାହିଁକି ଦିଲ୍ଲୀରେ ପ୍ରଦୂଷଣ ବଢୁଛି ? କଣ ହୋଇପାରେ ପ୍ରକୃତ କାରଣ ? କେମିତି ପ୍ରଦୂଷଣକୁ ରୋକାଯାଇପାରିବ ? ସରକାର ଏବଂ ପ୍ରଶାସନ ପକ୍ଷରୁ ଏନେଇ ବାରମ୍ୱାର ସମୀକ୍ଷା ହୋଇଆସିଛି । ହରିୟାଣା ଓ ପଞ୍ଜାବରେ ପରାଲୀ ପୋଡି ଯୋଗୁଁ ପ୍ରଦୂଷଣ ବଢୁଥିବା ଜାଣିବାକୁ ପାଇଥିଲା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଯେଉଁଥିପାଇଁ ଏହା ଉପରେ ରୋକ ମଧ୍ୟ ଲଗାଯାଇଛି । ଏହାସହ ଇ-ଯାନବାହନ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି । ହେଲେ ଜଣେ ବିଜେପି ନେତା ପ୍ରଦୂଷଣ ପାଇଁ ପାକିସ୍ତାନ ଓ ଚୀନକୁ ଦୋଷ ଦେଇଛନ୍ତି । 

ଆମେ କହୁଛୁ ଉତ୍ତରପ୍ରଦେଶର ବରିଷ୍ଠ ବିଜେପି ନେତା ବିନୀତ ଅଗ୍ରୱାଲ ଶାରଦାଙ୍କ କଥା । ଖବର ସରବରାହ ସଂସ୍ଥା ଏଏନଆଇ ତାଙ୍କର ଏକ ଭିଡିଓ ସେୟାର କରିଛି । ଯେଉଁଥିରେ ଦିଲ୍ଲୀ ପ୍ରଦୂଷଣ ନେଇ ଏଏନଆଇକୁ ପ୍ରତିକ୍ରିୟା ଦେଇଛନ୍ତି ବିନୀତ । ଏଥିରେ ସେ କହିଛନ୍ତି, ଦିଲ୍ଲୀକୁ ବିଷାକ୍ତ ବାୟୁ ପାକିସ୍ତାନ କିମ୍ବା ଚୀନ ଛାଡିଥାଇପାରନ୍ତି । କାହିଁକି ନା ଆମକୁ ଉଭୟ ଦେଶ ସହିପାରୁନାହାଁନ୍ତି । ତେବେ ବିନୀତଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ସରଗରମ । 

ସେପଟେ ଆଜି ରାଜଧାନୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ନିୟନ୍ତ୍ରଣକୁ ଆସୁଛି ଦିଲ୍ଲୀ ପ୍ରଦୂଷଣ । ବେଶ କିଛି ଦିନ ହେଲା ଅଣନିଶ୍ୱାସୀ ହୋଇ ପଡିଥିଲା ଦେଶର ରାଜଧାନୀ । ଆଉ ଏବେ ପ୍ରଦୂଷଣର ମାତ୍ର କିଛିମାତ୍ରାରେ କମିଛି । ଧିରେ ଧିରେ ସ୍ଥିତି ସ୍ୱାଭାବିକ ହେଉଛି । 

ଆଜି ଲୋଧି ରୋଡରେ ବାୟୁର ଗୁଣବତ୍ତା ରହିଛି ୨୭୯ । ଯଦିଓ ଏବେବି ଦିଲ୍ଲୀ ଝାପସା ଦିଶୁଛି, ତଥାପି ବି ପୂର୍ବାପେକ୍ଷା ପ୍ରଦୂଷଣ କମିଛି । କିଛି ଦିନ ପୂର୍ବରୁ ରାଜଧାନୀରେ ଏକ୍ୟୁଆଇ ୧୨ଶହ ପାର କରିଥିଲା । ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣକୁ ଆଣିବା ବଡ ଚ୍ୟାଲେଞ୍ଜ ହୋଇଥିଲା । ନଭେମ୍ବର ୫ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ କରିଥିଲେ ଦିଲ୍ଲୀ ସରକାର । ଆଜି ପୁଣି ଥରେ ଶିକ୍ଷାନୁଷ୍ଠାନ ଖୋଲିଛି ।