ହରିୟାଣାରେ ବିଜେପି ଗଢିବ ସରକାର! ୭ ସ୍ୱାଧୀନ ବିଧାୟକ ଦେବେ ସମର୍ଥନ
Advertisement

ହରିୟାଣାରେ ବିଜେପି ଗଢିବ ସରକାର! ୭ ସ୍ୱାଧୀନ ବିଧାୟକ ଦେବେ ସମର୍ଥନ

ମହାରାଷ୍ଟ୍ର ଓ ହରିୟାଣାରେ ସବୁଠାରୁ ବଡ ପାର୍ଟି ଭାବେ ଉଭା ହୋଇଛି ବିଜେପି ।  ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟ ସରକାର ଗଢିବାକୁ ଯାଉଥିବା ବେଳେ ହରିୟାଣାରେ ମାମଲା ଫସି ଯାଇଛି ।  ଏଠାରେ ବିଜେପି ପାଖରେ ନମ୍ବର ଗେମର ଅଭାବ ଯୋଗୁଁ ସବୁ ଖେଳ ବିଗିଡି ଯାଇଛି ।  

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ହରିୟାଣାରେ ସବୁଠାରୁ ବଡ ପାର୍ଟି ଭାବେ ଉଭା ହୋଇଛି ବିଜେପି ।  ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟ ସରକାର ଗଢିବାକୁ ଯାଉଥିବା ବେଳେ ହରିୟାଣାରେ ମାମଲା ଫସି ଯାଇଛି ।  ଏଠାରେ ବିଜେପି ପାଖରେ ନମ୍ବର ଗେମର ଅଭାବ ଯୋଗୁଁ ସବୁ ଖେଳ ବିଗିଡି ଯାଇଛି ।  

ହରିୟାଣାରେ ବିଜେପି ବହୁମତ ସଂଖ୍ୟା ଠାରୁ ୬ଟି ଆସନରୁ ଦୂରେଇ ରହିଛି ।  ଦଳକୁ ରାଜ୍ୟର ୯୦ଟି ବିଧାନସଭା ଆସନରୁ ୪୦ଟି ଆସନ ମିଳିଛି ।  ଏହି ସମସ୍ତ ଖବର ଭିତରେ ବିଜେପି ଓ କଂଗ୍ରେସ ସମେତ ଅନ୍ୟାନ୍ୟ ଦଳ ମ୍ୟାଜିକ ନମ୍ବର ହାସଲ କରିବାରେ ଲାଗି ପଡିଛି ।  ଏହି କ୍ରମରେ ବିଜେପିକୁ ୭ ସ୍ୱାଧୀନ ବିଧାୟକ ସମର୍ଥନ କରିବାର ଘୋଷଣା କରିଛନ୍ତି ।  ଏହି ବିଧାୟକମାନେ ବିଜେପିର ଅସନ୍ତୁଷ୍ଟ ନେତା ବୋଲି ଜଣାପଡିଛି ।  

ବର୍ତ୍ତମାନ ଏହି ୭ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପରେ ବିଜେପି ପାଖରେ ୪୫ଟି ଆସନ ହୋଇଯାଇଛି ଆଉ ଗୋଟିଏ ଆସନର ଯୋଗାଡ କରି ପାରିଲେ ଦଳ ରାଜ୍ୟରେ ସରକାର ଗଢି ପାରିବ ।  କାରଣ ହରିୟାଣାରେ ସରକାର ଗଢିବା ପାଇଁ ୪୬ଟି ଆସନର ଆବଶ୍ୟକତା ରହିଛି । ଚଳିତ ବିଧାନସଭା ନିର୍ବାଚନରେ ହରିୟାଣାର ୯୦ଟି ବିଧାନସଭା ଆସନରୁ ବିଜେପିକୁ ୪୦, କଂଗ୍ରେସକୁ ୩୧, ଜେଜେପିକୁ ୧୦ ଓ ଅନ୍ୟାନ୍ୟକୁ ୯ଟି ଆସନ ମିଳିଛି ।