• ରାତି ପାହିଲେ ଗଣତନ୍ତ୍ର ଦିବସ । କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ।
  • ଅଭିନେତା ଶାନ୍ତି ମିଶ୍ରଙ୍କ ପରଲୋକ ।
  • ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ମିଡିଆକୁ ମନା
  • ରାଜ୍ୟରେ ହୁ ହୁ ହୋଇ ବଢୁଛି ତେଲ ଦର । ମାଲକାନଗିରିରେ ୯୧ ଛୁଇଁଲା ତେଲ । ରାଜଧାନୀରେ ୮୫ ପାର ।
  • ଲଦାଖରେ ଚୀନ ସେନାର ଅନୁପ୍ରବେଶ । ଭାରତୀୟ ସୀମା ମଧ୍ୟରେ ଥିବା ରାସ୍ତା ବ୍ୟବହାର କରୁଥିବା ନେଇ ଲଦାଖବାସୀଙ୍କ ସୂଚନା ।
  • ଭାରତ-ଚୀନ କର୍ପ୍‌ସ କମାଣ୍ଡର ସ୍ତରୀୟ ବୈଠକ ଶେଷ । ମୋଲ୍‌ଡୋରେ ୧୫ ଘଣ୍ଟା ଧରି ଚାଲିଥିଲା ନବମ ପର୍ଯ୍ୟାୟ ଦ୍ବିପାକ୍ଷିକ କଥାବାର୍ତ୍ତା ।

ବିହାରରେ ଭୟଙ୍କର ସ୍ଥିତିରେ ଡେଙ୍ଗୁ, ବିଧାୟକ ବି ଆକ୍ରାନ୍ତ

ବିହାରରେ ଧୀରେ ଧୀରେ କାୟାବିସ୍ତାର କରୁଛି ଡେଙ୍ଗୁ . ବିଧାୟକ ବି ବାଦ୍ ପଡୁନାହାଁନ୍ତି . ଭାରତୀୟ ଜନତା ପାର୍ଟି(ବିଜେପି) ବିଧାୟକ ନୀତିନ ନବୀନ ମଧ୍ୟ ଡେଙ୍ଗୁରେ ଆକ୍ରନ୍ତ ହୋଇଛନ୍ତି . ତାଙ୍କ ରକ୍ତ ନମୂନା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି . ଅନ୍ୟପଟେ ପାଟନା ମେଡିକାଲ କଲେଜରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି . ସ୍ଥିତି ନିୟନ୍ତ୍ରଣ କରିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଛି . 

ବିହାରରେ ଭୟଙ୍କର ସ୍ଥିତିରେ ଡେଙ୍ଗୁ, ବିଧାୟକ ବି ଆକ୍ରାନ୍ତ
ବିହାରକୁ ଡେଙ୍କୁ ଚିନ୍ତା

ପାଟନା: ବିହାରରେ ଧୀରେ ଧୀରେ କାୟାବିସ୍ତାର କରୁଛି ଡେଙ୍ଗୁ . ବିଧାୟକ ବି ବାଦ୍ ପଡୁନାହାଁନ୍ତି . ଭାରତୀୟ ଜନତା ପାର୍ଟି(ବିଜେପି) ବିଧାୟକ ନୀତିନ ନବୀନ ମଧ୍ୟ ଡେଙ୍ଗୁରେ ଆକ୍ରନ୍ତ ହୋଇଛନ୍ତି . ତାଙ୍କ ରକ୍ତ ନମୂନା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି . ଅନ୍ୟପଟେ ପାଟନା ମେଡିକାଲ କଲେଜରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି . ସ୍ଥିତି ନିୟନ୍ତ୍ରଣ କରିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଛି . 

ଖବର ସରବୋରାହ ସଂସ୍ଥା ଏଏନଆଇକୁ ବିଧାୟକ ନୀତିନ ନବୀନ କହିଛନ୍ତି, ଡେଙ୍ଗୁ ଯୋଗୁଁ ମୁଁ ପ୍ରବଳ ଜ୍ୱରରେ ପୀଡିତ ହୋଇଛି . ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସଚେତନ ରହିବାକୁ ସେ ଅନୁରୋଧ କରିଛନ୍ତି . ସେହିପରି ପ୍ରଶାସନ ମଧ୍ୟ ଏ କ୍ଷେତ୍ରରେ କାମ କରିବାକୁ ଅନୁରୋଧ କରିଛନ୍ତି ବିଧାୟକ . 

ବିହାରରେ କିଛି ଦିନ ପୂର୍ବରୁ ହୋଇଥିବା ବନ୍ୟା ଯୋଗୁଁ ସୃଷ୍ଟି ହୋଇଛି ଏ ପ୍ରକାର ପରିସ୍ଥିତି . କାୟାବିସ୍ତାର କରିଛି ଡେଙ୍ଗୁ . ଏକ ହଜାରରୁ ଅଧିକ ଲୋକଙ୍କୁ ରୋଗୀ ପାଟନା ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି . ଗତ ଅକ୍ଟୋବର ୯ ତାରିଖରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ମେଡିକାଲ ଯାଇ ସ୍ଥିତି ପରଖିଥିଲେ . ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ କରାଯାଉଛି .