ଓଲଟି ପଡିଲା କାର, ଅଳ୍ପକେ ବର୍ତ୍ତିଲେ ସାଂସଦ
ଉତ୍ତରାଖଣ୍ଡ ଗରୱାଲ ସାଂସଦଙ୍କ ଗାଡି ଦୁର୍ଘଟଣାଗସ୍ତ । ଅଳ୍ପକେ ବର୍ତ୍ତିଲେ ସାଂସଦ ତୀର୍ଥ ସିଂହ ରାୱତ । ଗୁରୁତର ଅବସ୍ଥାରେ ତାଙ୍କୁ ହରିଦ୍ୱାର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ସାଂସଦଙ୍କ ପିଆରଓ, ସୁରକ୍ଷାକର୍ମୀ ଏବଂ ଗାଡି ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି ।
Trending Photos

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଗରୱାଲ ସାଂସଦଙ୍କ ଗାଡି ଦୁର୍ଘଟଣାଗସ୍ତ । ଅଳ୍ପକେ ବର୍ତ୍ତିଲେ ସାଂସଦ ତୀର୍ଥ ସିଂହ ରାୱତ । ଗୁରୁତର ଅବସ୍ଥାରେ ତାଙ୍କୁ ହରିଦ୍ୱାର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ସାଂସଦଙ୍କ ପିଆରଓ, ସୁରକ୍ଷାକର୍ମୀ ଏବଂ ଗାଡି ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି ।
Uttarakhand: BJP MP from Garhwal, Tirath Singh Rawat's car met with an accident near Bhimgoda-Pant Deep, today. He has been admitted to hospital in Haridwar for injuries sustained in the accident. His condition is stable. pic.twitter.com/n9s1WWDiZh
— ANI (@ANI) November 10, 2019
ସୂଚନା ମୁତାବକ, ଆଜି ସକାଳୁ ହରିଦ୍ୱାର ଭୀମଗୋଡା-ପନ୍ଥଦୀପ ରାସ୍ତାରେ ଏହି ଦୁର୍ଘଟଣା ହୋଇଥିଲା । ଏକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ ବିଜେପି ସାଂସଦ ତୀର୍ଥ ସିଂହ ରାୱତ। ତେବେ ବର୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି । ସେପଟେ ଘଟଣା ଜଣାପଡିବା ପରେ ମେଡିକାଲ ପରିସରରେ ସମର୍ଥକଙ୍କ ଭିଡ ଜମିଛି ।
More Stories