close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ସାଧ୍ୱୀ ପ୍ରଜ୍ଞାଙ୍କ ମୁହଁରେ ମଧୁର ବଚନ, ଗାନ୍ଧୀଜୀଙ୍କୁ କହିଲେ 'ରାଷ୍ଟ୍ରପୁତ୍ର'

ନିଜ ବିବାଦୀୟ ମନ୍ତବ୍ୟ ଯୋଗୁଁ ସର୍ବଦା ଚର୍ଚ୍ଚାରେ ରହି ଆସୁଥିବା ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକରୁ ପୁଣିଥରେ ମହାତ୍ମା ଗାନ୍ଧୀଙ୍କୁ ନେଇ ଏକ ବୟାନ ଦେଇଛନ୍ତି । ଏଥର ତାଙ୍କ ମୁହଁରୁ ଗାନ୍ଧୀଜୀଙ୍କ ପାଇଁ ମଧୁର ବଚନ ବାହାରିଛି । ଗାନ୍ଧୀଜୀ ହେଉଛନ୍ତି ରାଷ୍ଟ୍ରପୁତ୍ର ଓ ଆମ ପାଇଁ ଆଦରଣୀୟ ବୋଲି କହିଛନ୍ତି  ସେ ।

ସାଧ୍ୱୀ ପ୍ରଜ୍ଞାଙ୍କ ମୁହଁରେ ମଧୁର ବଚନ, ଗାନ୍ଧୀଜୀଙ୍କୁ କହିଲେ 'ରାଷ୍ଟ୍ରପୁତ୍ର'
Sadhvi pragya in pic

ନୂଆଦିଲ୍ଲୀ: ନିଜ ବିବାଦୀୟ ମନ୍ତବ୍ୟ ଯୋଗୁଁ ସର୍ବଦା ଚର୍ଚ୍ଚାରେ ରହି ଆସୁଥିବା ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକରୁ ପୁଣିଥରେ ମହାତ୍ମା ଗାନ୍ଧୀଙ୍କୁ ନେଇ ଏକ ବୟାନ ଦେଇଛନ୍ତି । ଏଥର ତାଙ୍କ ମୁହଁରୁ ଗାନ୍ଧୀଜୀଙ୍କ ପାଇଁ ମଧୁର ବଚନ ବାହାରିଛି । ଗାନ୍ଧୀଜୀ ହେଉଛନ୍ତି ରାଷ୍ଟ୍ରପୁତ୍ର ଓ ଆମ ପାଇଁ ଆଦରଣୀୟ ବୋଲି କହିଛନ୍ତି  ସେ ।

ଅନ୍ୟପଟେ ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତି ଅବସରରେ ଦେଶସାରା ଭାରତୀୟ ଜନତା ପାର୍ଟି(ବିଜେପି) ତରଫରୁ ସକଳ୍ପ ଯାତ୍ରା ବାହାର କରାଯାଇଛି । କିନ୍ତୁ ବର୍ତ୍ତମାନ ଯାଏ ଏହି ଯାତ୍ରାରେ ପ୍ରଜ୍ଞା ଠାକୁର ଯୋଗ ଦେଇ ନାହାନ୍ତି । ଭୋପାଳର ଏକ କାର୍ଯ୍ୟକ୍ରମରେ ସେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଗଣମାଧ୍ୟମର ପ୍ରତିନିଧିମାନେ ପଚାରିଥିଲେ ଯେ, ଆପଣ କଣ ପାଇଁ ସକଳ୍ପ ଯାତ୍ରାରେ ଯାଉ ନାହାନ୍ତି ? ଏହାର ଉତ୍ତର ନ ଦେଇ ସେ କହିଥିଲେ ଯେ, ଗାନ୍ଧୀ ହେଉଛନ୍ତି ରାଷ୍ଟ୍ରପୁତ୍ର ଓ ଆମ ପାଇଁ ଆଦରଣୀୟ କିନ୍ତୁ ମୋତେ କାହାକୁ କିଛି ସ୍ପଷ୍ଟୋକ୍ତି ଦେବାର ଆବଶ୍ୟକତା ନାହିଁ । 

ସେ ଆହୁରି କହିଛନ୍ତି ଯେ, ଦେଶ ପାଇଁ ଯିଏ ଭଲ କାମ କରିଛନ୍ତି, ନିଶ୍ଚିତ ଭାବେ ସେମାନେ ଆମର ଆଦରଣୀୟ ଓ ପରମ ଆଦରଣୀୟ ହେବେ । ଆମେ ସେମାନଙ୍କ ପଥର ଅନୁଗାମୀ । ଆମର ଯେଉଁ ବ୍ୟକ୍ତି ଆମକୁ ମାର୍ଗଦର୍ଶନ କରିଛନ୍ତି, ନିଶ୍ଚିତ ରୂପେ ଆମେ ସେମାନଙ୍କ ଗୁଣଗାନ କରିବୁ । ସେମାନଙ୍କ ପଥରେ ଚାଲି ଆମେ ଲୋକଙ୍କୁ ଆଗର ମାର୍ଗ ପ୍ରଶସ୍ତ କରିବୁ ବୋଲି ପ୍ରଜ୍ଞା ଠାକୁର କହିଛନ୍ତି । 

ଏହାସହ ସେ କଂଗ୍ରେସକୁ ଟାର୍ଗେଟ କରିବାକୁ ଭୁଲି ନଥିଲେ । ଆମେ ନିଜ ସିଦ୍ଧାନ୍ତରେ କେବେ ପରିବର୍ତ୍ତନ ଆଣିବୁ ନାହିଁ । ଯାହା ଭଲ ତାହାକୁ ସ୍ୱୀକାର କରିବୁ ଓ ଯାହା ଭୁଲ ତାହାକୁ ଅସ୍ୱୀକାର କରିବୁ । କଂଗ୍ରେସ ଯାହା କହିଲେ ମଧ୍ୟ ମୋର ସିଦ୍ଧାନ୍ତ ରାଷ୍ଟ୍ର ପାଇଁ ରହିଛି ବୋଲି ସେ କହିଛନ୍ତି । ରାଷ୍ଟ୍ର ପାଇଁ ଜିଉଛି ଓ ରାଷ୍ଟ୍ର ପାଇଁ ମରିବି ବୋଲି ସେ କହିଛନ୍ତି । 
ସାଧ୍ୱୀ ପ୍ରଜ୍ଞା ଲୋକସଭା ନିର୍ବାଚନ ବେଳେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କୁ ନେଇ ଏକ ବୟାନ ଦେଇଥିଲେ । ଯାହାକୁ ନେଇ ବିବାଦ ଦେଖା ଦେଇଥିଲା । ସେ ଗୋଡସେଙ୍କୁ ରାଷ୍ଟ୍ରଭକ୍ତ କହିଥିଲେ । ଯାହାପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଥିଲା । ସ୍ୱୟଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଥିପାଇଁ ବୟାନ ଦେବାକୁ ପଡିଥିଲା  ।