• ଆସନ୍ତାକାଲିଠୁ ଦେଶବ୍ୟାପୀ କୋରୋନା ଟିକାକରଣ
  • ଶେଷ ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣ ପ୍ରସ୍ତୁତି
  • ଶନିବାର ସାଢେ ୧୦ଟାରେ କରୋନା ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
  • କଳାହାଣ୍ଡିରେ ୧୦୬୪ କୋଟିରୁ ଅଧିକ ଟଙ୍କାର ୫୪ଟି ପ୍ରକଳ୍ପର ଲୋକାର୍ପଣ
  • ୧୦୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି
  • କୋଭିଡ କଟକଣା ଯୋଗୁୁଁ ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ ମନ୍ତ୍ରାଳୟର ନିଷ୍ପତ୍ତି ।
  • କୃଷକ ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ
  • ଲେଉଟିବ ଶୀତ! ଆସନ୍ତା ଦୁଇ ଦିନ ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା

ଶରଦ ପାୱାରଙ୍କ ବାସଭବନରେ ବିଜେପି ନେତା

ରୋଚକ ସ୍ଥିତି ଦେଇ ଗତି କରୁଛି ମହାରାଷ୍ଟ୍ର ରାଜନୀତି । ଏନସିପି ମୁଖିଆଙ୍କ ବାସଭବନରେ ବିଜେପି ନେତା । ସାଂସଦ ସଞ୍ଜୟ କାକଡେ ଏବେ ମୁମ୍ବାଇ ସ୍ଥିତ ଶରଦଙ୍କ ବାସଭବନରେ ପହଞ୍ଚିଛନ୍ତି । ତେବେ ସଞ୍ଜୟଙ୍କ ଗସ୍ତର କାରଣ ଜଣାପଡିନାହିଁ ।    

ଶରଦ ପାୱାରଙ୍କ ବାସଭବନରେ ବିଜେପି ନେତା
ଫାଇଲ ଫଟୋ

ନୂଆଦିଲ୍ଲୀ: ରୋଚକ ସ୍ଥିତି ଦେଇ ଗତି କରୁଛି ମହାରାଷ୍ଟ୍ର ରାଜନୀତି । ଏନସିପି ମୁଖିଆଙ୍କ ବାସଭବନରେ ବିଜେପି ନେତା । ସାଂସଦ ସଞ୍ଜୟ କାକଡେ ଏବେ ମୁମ୍ବାଇ ସ୍ଥିତ ଶରଦଙ୍କ ବାସଭବନରେ ପହଞ୍ଚିଛନ୍ତି । ତେବେ ସଞ୍ଜୟଙ୍କ ଗସ୍ତର କାରଣ ଜଣାପଡିନାହିଁ ।    

ସେପଟେ ଶନିବାର ସକାଳୁ ମହାରାଷ୍ଟ୍ରରେ ଘଟିଥିବା ଅପ୍ରତ୍ୟାଶିତ ଘଟଣାକୁ ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଛନ୍ତି ଶିବସେନା, ଏନସିପି ଓ କଂଗ୍ରେସ । ଆଜି ଏହା ଉପରେ ଶୁଣାଣି ହେବ । କୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଆଜି ସକାଳ ୧୧।୩୦ରେ ଏହାର ଶୁଣାଣି କରିବେ ।  

ସର୍ବୋଚ୍ଚ ଅଦାଲତର ଏହି ଖଣ୍ଡପୀଠରେ ଜଷ୍ଟିସ ଏନଭି ରମନ୍ନା, ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ ସଞ୍ଜୀବ ଖନ୍ନା ଅଛନ୍ତି । ଜଷ୍ଟିସ ଅଶୋକ ଭୂଷଣ ୨୦୧୮ରେ କର୍ଣ୍ଣାଟକ ହାଇଡ୍ରାମା ଉପରେ ସୁପ୍ରିମକୋର୍ଟରେ ହୋଇଥିବା ରାତ୍ରି ଶୁଣାଣିରେ ସାମିଲ ଥିଲେ । ସେହିପରି  ଜଷ୍ଟିସ ଏନଭି ରମନ୍ନା ଏବଂ ଜଷ୍ଟିସ ସଞ୍ଜୀବ ଖନ୍ନା ନିକଟରେ କର୍ଣ୍ଣାଟକର ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ମାମଲାର ଶୁଣାଣିରେ ସାମିଲ ଥିଲେ । ଆଜି ଏମାନେ 'ମହା'ରାୟ ଶୁଣାଇବାର ଅଛି । 

ଶିବସେନା ନିଜ ଯାଚିକାରେ କହିଛି, ରାଜ୍ୟପାଳ ବେଆଇନ ଭାବରେ ସରକାର ଗଠନ ପାଇଁ ଦେବେନ୍ଦ୍ର ଫଡନାଭିସଙ୍କୁ ଆମନ୍ତ୍ରଣ କରିଥିଲେ । ତେଣୁ ଏହାକୁ ରଦ୍ଦ କରାଯାଉ । ରାଜ୍ୟପାଳଙ୍କ ଏହି ଆମନ୍ତ୍ରଣ ଅସାମ୍ବିଧାନିକ, ମନମାନି ଏବଂ ସମାନତା ଅଧିକାରର ଉଲଙ୍ଘନ ବୋଲି ଶିବସେନା ଦର୍ଶାଇଛି । 

ଏନ୍‌ସିପି ନେତା ଅଜିତ ପାୱାରଙ୍କ ସମର୍ଥନରେ ବିଜେପି ସରକାର ଗଠନ କରିବାରେ ସମର୍ଥ ହେବାପରେ ଏହା ବିରୋଧରେ କଂଗ୍ରେସ, ଶିବସେନା ଏବଂ ଏନ୍‌ସିପି ଶନିବାର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିବାର ପ୍ରକ୍ରିୟା ବିରୋଧରେ ସେମାନେ ଏକ ଆବେଦନ କରିଛନ୍ତି । ସୁପ୍ରିମ୍‌କୋର୍ଟ ଜରୁରୀକାଳୀନ ଭାବେ ଆଜି ଏହି ଆବେଦନ ଉପରେ ଶୁଣାଣି କରିବେ । ସେହିପରି ତୁରନ୍ତ ଫ୍ଲୋର ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇପାରନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ।