ନୂଆଦିଲ୍ଲୀ: ପୁଣିଥରେ ତାଜା ହେବ ରାଫେଲ ପ୍ରସଙ୍ଗ । ଦେଶବ୍ୟାପୀ ଆନ୍ଦୋଳନ କରିବ ଭାରତୀୟ ଜନତା ପାର୍ଟି(ବିଜେପି)। ଯେଉଁ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ବାରମ୍ୱାର ଘେରୁଥିଲା କଂଗ୍ରେସ, ଆଜି ତାର ପାଲଟା ଜବାବ ମାଗିବ ଗେରୁଆ ଦଳ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କ୍ଷମାପ୍ରର୍ଥନା ଦାବିରେ ଆନ୍ଦୋଳନ କରିବ ବିଜେପି ।
ରାଫେଲ ମାମଲାର ପୁନର୍ବିଚାର ଆବେଦନ ସୁପ୍ରିମକୋର୍ଟଙ୍କ ଦ୍ୱାରା ଖାରଜ ହେବା ପରେ ସରଗରମ ରାଜନୀତି । କୋର୍ଟଙ୍କ ଏହି ନିଷ୍ପତ୍ତି କଂଗ୍ରେସ ପାଇଁ କେବଳ ଏକ ଝଟକା ନୁହେଁ, ବରଂ ନିଜକୁ ସ୍ୱଚ୍ଛ ପ୍ରମାଣିତ କରିବାକୁ ବିଜେପି ପାଇଁ ବଳ । କେଉଁ ଆଧାରରେ ସରକାରଙ୍କୁ ବାରମ୍ୱାର ବଦନାମ କରୁଥିଲା କଂଗ୍ରେସ ? ରାହୁଲ କେଉଁ ଆଧାରରେ ଏହି ପ୍ରସଙ୍ଗକୁ ନେଇ ଏତେ ଆକ୍ରମଣାତ୍ମକ ହୋଇଥିଲେ ? ରାହୁଲଙ୍କ ପାଖରେ ତଥ୍ୟ ଭିତ୍ତିକ ପ୍ରମାଣ ଥିଲା ନା ସରକାରଙ୍କୁ ବଦନାମ କରିବା ଚକରରେ ଏହି ପ୍ରସଙ୍ଗକୁ ଏତେ ଜୋରସୋରରେ ଉଠାଇଥିଲେ ? ଏ ତମାମ ପ୍ରଶ୍ନକୁ ନେଇ ଆଜି ଦେଶବ୍ୟାପୀ ଆନ୍ଦୋଳନ କରିବ ବିଜେପି । ସିଧାସଳଖ ରାହୁଲ ଗାନ୍ଧୀଙ୍କ କ୍ଷମାପ୍ରାର୍ଥନା ଦାବି କରିବ ଦଳ ।
ରାହୁଲ ଦେଶବାସୀଙ୍କ ଆଗରେ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେପି । ପୂର୍ବରୁ ଏନେଇ ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ରାଜନାଥ ସିଂହ ମଧ୍ୟ ଟ୍ୱିଟ କରି କଂଗ୍ରେସକୁ କଡା ସମାଲୋଚନା କରିଥିଲେ ।
Now, it has been proved that disruption of Parliament over #Rafale was a sham. The time could have been better utilised for the welfare of people.
After today's rebuke from SC, Congress and its leader, for whom politics is above national interest must apologise to the nation.
— Amit Shah (@AmitShah) November 14, 2019
ଅନ୍ୟପଟେ ବିଜେପିର ଏଭଳି ହମଲା ପରେ ରାହୁଲ ଗାନ୍ଧୀ ପାଲଟା ଜବାବ ଦେଇଥିଲେ । ଜଷ୍ଟିସ କେଏମ ଜୋସେଫଙ୍କ ପ୍ରତିକ୍ରିୟାକୁ ଟ୍ୱିଟ କରିଥିଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ । ଯୁଗ୍ମ ସଂସଦୀୟ ସମିତି ଦ୍ୱାରା ମାମଲାର ଜାଞ୍ଚ କରିବାକୁ ଦାବି କରିଥିଲେ ।
Justice Joseph of the Supreme Court has opened a huge door into investigation of the RAFALE scam.
An investigation must now begin in full earnest. A Joint Parliamentary Committee (JPC) must also be set up to probe this scam. #BJPLiesOnRafale pic.twitter.com/JsqZ53kZFP
— Rahul Gandhi (@RahulGandhi) November 14, 2019
କହିରଖୁଛୁ, ଗତ ଗୁରୁବାର ରାଫେଲ ମାମଲାର ପୁନର୍ବିଚାର ଯାଚିକାକୁ ଖାରଜ କରିଦେଇଥିଲେ ଦେଶର ସର୍ବୋଚ୍ଚ ଅଦାଲତ । ରାଫେଲ କିଣାବିକାରେ ବଡ ଘୋଟାଲା ହୋଇଥିବା କହି ସାରା ଦେଶରେ ସରକାର ବିରୋଧୀ ମାହୋଲ ସୃଷ୍ଟି କରୁଥିବା ରାହୁଲ ଗାନ୍ଧୀଙ୍କୁ ଲାଗିଥିଲା ଶକ୍ତ ଝଟକା । ଅବଶ୍ୟ ତାଙ୍କ ବିରୋଧରେ ଚାଲିଥିବା ମାନହାନି ମାମଲାରେ କୋର୍ଟ କ୍ଷମା ପ୍ରାର୍ଥନା କରିଥିଲେ । ହେଲେ ରାଫେଲ ମାମଲାରେ ନିରାଶ ହୋଇଥିଲା କଂଗ୍ରେସ । ପ୍ରଧାନ ବିଚାରପତି ଡଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଥିଲେ ।
ଲୋକସଭା ନିର୍ବାଚନ ବେଳେ ରାଫେଲ ବିମାନ ଚୁକ୍ତି ମାମଲା ଦେଶର ରାଜନୀତିରେ ଝଡ଼ ସୃଷ୍ଟି କରିଥିଲା । ଫ୍ରାନ୍ସ ଠାରୁ କ୍ରୟ କରାଯାଇଥିବା ଏହି ଯୁଦ୍ଧ ବିମାନ ଚୁକ୍ତିରେ ବଡ଼ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିଲା । ଏହି ମାମଲାରେ ୨ଟି ଜନହିତ ଯାଚିକା ଦାଖଲ କରାଯାଇଥିଲା । ଏହା ବ୍ୟତୀତ ବିମାନର ଦାମ, ଚୁକ୍ତି, କମ୍ପାନୀର ଭୂମିକା ଉପରେ ପ୍ରଶ୍ନ ଉଠାଯାଇଥିଲା । ବର୍ଷ ଡିସେମ୍ବର ୧୪ରେ ୩୬ଟି ରାଫେଲ ବିମାନକୁ ନେଇ ହୋଇଥିବା ଡିଲ ବିରୋଧରେ ଏକ ଯାଚିକା ଉପସ୍ଥାପନା କରାଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ସୁ୍ପ୍ରିମକୋର୍ଟଙ୍କ ଏହି ରାୟ ବିରୋଧରେ ଏକ ରିଭ୍ୟୁ ପିଟିସନ ଦାଖଲ କରିଯାଇଥିଲା ।